ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଜି ୨ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୦୩ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୯୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। ସେହିପରି ଅନ୍ୟ ଜଣେ ହେଲେ ଝାରସୁଗୁଡା ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା। ଏହି ମହିଳା ମଧ୍ୟ ମଧୁମେହ ରୋଗରେ ପୀଡିତ ଥିଲେ।
ରାଜ୍ଚୟ ସରକାରଙ୍କ ତଥ୍ୟ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଗତକାଲି ନୂଆ ସୁସ୍ଥଙ୍କ ସଂଖ୍ୟା ଥିଲା୨୩୫ ଜଣ। ଫଳରେ ବର୍ତ୍ତମାନ କରୋନାରୁ ମୋଟ ସୁସ୍ଥ ସଂଖ୍ୟା ହେଲା ୧୦ ଲକ୍ଷ ୩୭ ହଜାର ୩୮୭। ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୩୫ ଲକ୍ଷ ୧୩ ହଜାର ୩୧୩ ଜଣଙ୍କର କୋଭିଡ-୧୯ ପରୀକ୍ଷା ହୋଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୦ ଲକ୍ଷ ୪୮ ହଜାର ୨୨୮। ବର୍ତ୍ତମାନ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ହେଲେ ୨ ହଜାର ୩୮୫ ଜଣ।