Categories
ଆଜିର ଖବର ରାଜ୍ୟ ଖବର

କରୋନା ଯୋଗୁଁ ଆଜି ୨ ଜଣଙ୍କର ମୃତ୍ୟୁ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଜି ୨ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୦୩ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ  ଭୁବନେଶ୍ୱରର ୯୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। ସେହିପରି ଅନ୍ୟ ଜଣେ ହେଲେ ଝାରସୁଗୁଡା ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା। ଏହି ମହିଳା ମଧ୍ୟ ମଧୁମେହ ରୋଗରେ ପୀଡିତ ଥିଲେ।

ରାଜ୍ଚୟ ସରକାରଙ୍କ ତଥ୍ୟ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଗତକାଲି ନୂଆ ସୁସ୍ଥଙ୍କ ସଂଖ୍ୟା ଥିଲା୨୩୫ ଜଣ। ଫଳରେ ବର୍ତ୍ତମାନ କରୋନାରୁ ମୋଟ ସୁସ୍ଥ ସଂଖ୍ୟା ହେଲା ୧୦ ଲକ୍ଷ ୩୭ ହଜାର ୩୮୭। ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୩୫ ଲକ୍ଷ ୧୩ ହଜାର ୩୧୩ ଜଣଙ୍କର କୋଭିଡ-୧୯ ପରୀକ୍ଷା ହୋଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୦ ଲକ୍ଷ ୪୮ ହଜାର ୨୨୮। ବର୍ତ୍ତମାନ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ହେଲେ ୨ ହଜାର ୩୮୫ ଜଣ।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ମୃତ୍ୟକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର : ଆସନ୍ତାକାଲିଠାରୁ କୋଭିଡ୍‍ ମୃତକଙ୍କ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ସେଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସଂପର୍କିୟମାନେ ଆନଲାଇନରେ ଆବେଦନ କରିବେ। ସେଥିପାଇଁ ଏକ ସ୍ୱତନ୍ତ୍ର ଆପ୍‍ ଓ ସଫ୍ଟୱେର ପ୍ରସ୍ତୁତ କରାଯାଇଛି। ସେଥିରେ ଆବେଦନ କରିବାକୁ ପଡିବ।

ଅନୁକମ୍ପା ରାଶି ପାଇବାକୁ କେମିତି କରିବେ ଆବେଦନ

ଅନୁକମ୍ପା ରାଶି ପ୍ରଦାନ ପାଇଁ ଏକ ସ୍ବତନ୍ତ୍ର ୱେବସାଇଟ କରାଯାଇଛି।  ଯାହାର ନାମ ରହିଛି ‘କୋଭିଡ-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍‌ସ ପେମେଣ୍ଟ ସିଷ୍ଟମ୍’ ବା ଇଂରାଜୀରେ CAPS ବୋଲି କୁହାଯାଇଛି। ସେଥିପାଇଁ ଯେଉଁମାନେ ଆବେଦନ କରିବେ ସେମାନେ caps.odisha.gov.in ଲଗଅନ କରିବାକୁ ପଡିବ। ସେଥିରେ ଦିଆଯାଇଥିବା ସମସ୍ତ ବିବରଣୀ ପୂରଣ କରି ସବମିଟ କରିବାକୁ ପଡିବ।

ଏହି ୱେବସାଇଟ ଆସନ୍ତାକାଲିଠାରୁ କାର୍ଯ୍ୟକ୍ଷମ ହେବ। ଏହି ଅନଲାଇନ ପକ୍ରିୟାରେ ଜିଲ୍ଲାପାଳ ସହାୟତା ରାଶିର ମଞ୍ଜୁର କରିବେ। ପରେ ମୃତକଙ୍କ ସଂପର୍କୀୟଙ୍କୁ ଡିବିଟି ଜରିଆରେ ଏହି ସହାୟତା ରାଶି ପଠାଇ ଦିଆଯିବ।

ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଇଂରାଜୀ/ଓଡ଼ିଆରେ ଜିଲ୍ଲାପାଳଙ୍କ ନିକଟରେ ଧାଯ୍ୟ ଫର୍ମାଟରେ ଆବେଦନ କରିବାକୁ ପଡିବ । ଗୋଟିଏ ମୃତ୍ୟୁ ପାଇଁ କେବଳ ଗୋଟିଏ ଦରଖାସ୍ତ ଗ୍ରହଣ କରାଯିବ । ଦରଖାସ୍ତ ସହିତ ଆବଶ୍ୟକ କାଗଜପତ୍ରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସିଏପିଏସ୍‌ ସଫଟୱେୟାରରେ ଅପ୍‌ଲୋ‌ଡ କରି ଦିଆଯିବ ।

କେମିତି ମିଳିବ ଏହି ଅନୁକମ୍ପା ରାଶି

ଆବେଦନକାରୀମାନେ ଜିଲ୍ଲାପାଳଙ୍କୁ ଆବେଦନ କରିବା ପରେ ୫ ଦିନ ମଧ୍ୟରେ ତାହା ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯିବ। ସର୍ବାଧିକ ଚାରି ଦିନ ମଧ୍ୟରେ ତହସିଲଦାର କାଗଜପତ୍ର ଯାଞ୍ଚ କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବେ। ଅତିରିକ୍ତ ଜିଲ୍ଲାପାଳ ସର୍ବାଧିକ ଚାରି ଦିନ ମଧ୍ୟରେ କାଗଜପତ୍ର ଜିଲ୍ଲାପାଳଙ୍କୁ ପଠାଇବେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୩ ଦିନ ମଧ୍ୟରେ ଡିଡିଓଙ୍କୁ ପ୍ରଦାନ କରାଯିବ।

ଡିଡିଓ ଅନୁକମ୍ପାମୂଳକ ସହାୟତା ରାଶିର ବିଲିଂ କରି ଆଇଏଫଏମ୍‍ଏସ୍‍ ଜରିଆରେ ଟ୍ରେଜେରୀକୁ ପ୍ରଦାନ କରିବେ। ଟ୍ରେଜେରୀରୁ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ଯିବା ପାଇଁ ସର୍ବାଧିକ ୩ ଦିନ ସମୟ ରଖାଯାଇଛି। କ୍ୟାପ୍‍ସ୍‍ ଜରିଆରେ ଅନଲାଇନ୍‍ରେ ଆବେଦନ କରିବା ପରେ ତାହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତହସିଲଦାର, ଉପ ଜିଲ୍ଲାପାଳ, ଏଡିଏମ୍‍, ଜିଲ୍ଲାପାଳ, ଡିଡିଓ, ଟ୍ରେଜରୀକୁ କାଗଜପତ୍ର ଯିବା ବ୍ୟବସ୍ଥା ହୋଇଛି।

କେଉଁମାନେ କରିବେ ଆବେଦନ

ଯେଉଁମାନେ କୋଭିଡରେ ମୃତ୍ୟୁବରଣ କରିଥିବେ ସେମାନଙ୍କର ନିକଟ ସଂପର୍କିୟଙ୍କୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ। ଯଦି ଜଣଙ୍କ ପରିବାରରେ ଏକାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବ ତେବେ ପ୍ରତ୍ୟେକଙ୍କ ପାଇଁ ମଧ୍ୟ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ତେବେ ସେଥିପାଇଁ ଏହି ୱେବ ସାଇଟରେ ଧ୍ୟାନର ସହିତ ପୂରଣ କରିବା ବେଳେ ସମସ୍ତଙ୍କ ନାମ ପ୍ରଦାନ କରିବାକୁ ପଡିବ।

ଏଥିରେ ମୃତକଙ୍କ ଆଧାର କାର୍ଡ କିମ୍ବା କୌଣସି ସରକାରୀ ପରିଚୟ ପତ୍ରର ନମ୍ବର ଦେବାର ଆବଶ୍ୟକ ରହିଛି। ଏକାଧିକ ମୃତ୍ୟୁ ମାମଲାରେ ସମସ୍ତଙ୍କ ପରିଚନ ପତ୍ର ସଲଂଗ୍ନ କରାଯିବ। ତେବେ କୋଭିଡରେ ଡାକ୍ତରଖାନାରେ ମୃତ୍ୟୁ ବ୍ୟତିତ ଅନ୍ୟମାନଙ୍କୁ ମଧ୍ୟ ଏହି ସାହାଯ୍ୟ ପ୍ରଦାନ କରାଯିବ।

ଯେଉଁମାନେ କୋଭିଡ ଆକ୍ରାନ୍ତ ହୋଇ ଭଲ ହେବାର 30 ଦିନ ମଧ୍ୟରେ ମୃତ୍ୟୁ ବରଣ କରିଥିବେ ସେମାନଙ୍କୁ ମଧ୍ୟ ଅନୁକମ୍ପା ରାଶି ଦିଆଯିବ। ସେହିପରି କୋଭିଡ ଆକ୍ରାନ୍ତ ହୋଇ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସେମାନଙ୍କୁ ଏହି ରାଶି ପ୍ରଦାନ କରାଯିବର ବନ୍ଦୋବସ୍ତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୬୬ ଜଣଙ୍କର କରୋନାରେ ମୃତ୍ୟୁ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ

ଭୁବନେଶ୍ବର, ଆଜିର ସରକାରୀ ତଥ୍ୟ ଅନୁସାରେ କରୋନାରେ ମୋଟ ୬୬ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬, ୩୦୨ କୁ ବୃଦ୍ଧି ପାଇଛି। ନୂଆ ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ବାଲେଶ୍ୱର ୬ ଜଣ

ଭଦ୍ରକରେ ଜଣେ

ବଲାଙ୍ଗୀରରେ ୨ ଜଣ

କଟକରେ ୧୧ ଜଣ

ଗଞ୍ଜାମରେ ୧୦ ଜଣ

ଝାରସୁଗୁଡ଼ାରେ ଜଣେ

କନ୍ଧମାଳରେ ଜଣେ

କେନ୍ଦୁଝରରେ ୩ ଜଣ

ଖୋର୍ଦ୍ଧାରେ ୧୯ ଜଣ

ମୟୁରଭଞ୍ଜରେ ୨ ଜଣ

ନୟାଗଡ଼ରେ ଜଣେ

ନୁଆପଡାରେ ଜଣେ

ପୁରୀ ୨ ଜଣ

ରାୟଗଡ଼ାରେ ଜଣେ

ସମ୍ବଲପୁରରେ ଜଣେ

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କ୍ରମାଗତ ଭାବେ ଗତ ୭ ଦିନ ଧରି ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ ରୁ କମ, ମହାରାଷ୍ଟ୍ରରୁ ସର୍ବାଧିକ ୫୮ ଜଣ

ନୂଆଦିଲ୍ଲୀ, ଭାରତର ମୋଟ ସକ୍ରିୟ ମାମଲା କ୍ରମାଗତ ନିମ୍ନଗାମୀ ଧାରା ଅବ୍ୟାହତ ରଖିଛି । ଆଜି ଏହା ୨ ଲକ୍ଷ ୫୪ ହଜାର ୨୫୪ କୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ୧୭୯ ଦିନ ପରେ ଏହା ସର୍ବନିମ୍ନ । ଗତ ୬ ଜୁଲାଇ ୨୦୨୦ ରେ ସମୁଦାୟ ସକ୍ରିୟ ମାମଲା ୨ଲକ୍ଷ ୫୩ ହଜାର ୨୮୭ ଥିଲା । ବର୍ତ୍ତମାନ ଭାରତର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୨.୪୭ ପ୍ରତିଶତ ରହିଛି ।

ବିଗତ କିଛି ଦିନ ଧରି ଭାରତରେ ଦୈନିକ ନୂତନ ମାମଲା ପ୍ରାୟ ୨୦,୦୦୦ ପାଖାପାଖି ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ମାମଲା ୨୦,୦୩୫ ଥିବାବେଳେ ଏହି ଅବଧି ମଧ୍ୟରେ ୨୩,୧୮୧ ଜଣ ଆରୋଗ୍ୟ ଲାଭ କରିଥିବା ପଞ୍ଜୀକୃତ ହୋଇଛି । ଗତ ୩୫ ଦିନ ଧରି ଦୈନିକ ନୂତନ ମାମଲା ଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ରହିବା ଫଳରେ ସକ୍ରିୟ ମାମଲାର କ୍ରମାଗତ ହ୍ରାସ ସୁନିଶ୍ଚିତ ହୋଇଛି ।

ମୋଟ ଆରୋଗ୍ୟ ମାମଲା ୯୮ ଲକ୍ଷ ୮୩ ହଜାର ୪୬୧ ରେ ରହିଛି । ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଇ ୯୬ ଲକ୍ଷ ଅତିକ୍ରମ କରିଛି। ଏହା ବର୍ତ୍ତମାନ ୯୬ ଲକ୍ଷ ୨୯ ହଜାର ୨୦୭ ରେ ପହଞ୍ଚିଛି । ନୂତନ ଆରୋଗ୍ୟ ଏବଂ ନୂତନ ସକ୍ରିୟ ମାମଲାର ପାର୍ଥକ୍ୟରେ ଉନ୍ନତି ଘଟି ସୁସ୍ଥତା ହାର ଆଜି ୯୬.୦୮% କୁ ବୃଦ୍ଧି ପାଇଛି । ନୂତନ ଆରୋଗ୍ୟ ମାମଲାର ୭୭.୬୧% ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ରେକର୍ଡ କରାଯାଇଛି ।

କେରଳରୁ ଗୋଟିଏ ଦିନରେ ସର୍ବାଧିକ ୫,୩୭୬ ଜଣ ନୂତନ ଆରୋଗ୍ୟ ଲାଭ କରିଛନ୍ତି । ଏହା ପଛକୁ ମହାରାଷ୍ଟ୍ରରୁ ୩,୬୧୨ ଲୋକ ଆରୋଗ୍ୟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ୧,୫୩୭ ଜଣ ସୁସ୍ଥ ହୋଇଛନ୍ତି । ନୂତନ ମାମଲାଗୁଡ଼ିକର ୮୦.୧୯% ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । କେରଳ ସର୍ବାଧିକ ଦୈନିକ ନୂତନ ମାମଲା ୫,୨୧୫ ଥିବା ରିପୋର୍ଟ କରିଛି । ଏହା ପଛରେ ମହାରାଷ୍ଟ୍ର ୩,୫୦୯ ଟି ନୂଆ ମାମଲା ଥିବା ଦର୍ଶାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୨୫୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନୂତନ ମୃତ୍ୟୁର ୮୦.୪୭% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରୁ ସର୍ବାଧିକ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳ ଏବଂ ପଶ୍ଚିମବଙ୍ଗରୁ ଯଥାକ୍ରମେ ୩୦ ଏବଂ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୭ ଦିନରେ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ରୁ କମ ହୋଇଛି, ଯାହା ବର୍ତ୍ତମାନ ମୃତ୍ୟୁ ହାରକୁ ୧.୪୫%ରେ ପହଞ୍ଚାଇଛି ।

ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀ ଏହି ପାଞ୍ଚଟି ରାଜ୍ୟରେ ମୃତ୍ୟୁ ହାର ୬୩% ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ୧୧ ଜଣଙ୍କ କରୋନାରେ ମୃତ୍ୟୁ: ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରୁ ୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବାଲେଶ୍ଵର, ବଲାଙ୍ଗିରି, ଗଞ୍ଜାମ ଓ ମାଲକାନଗିରିରୁ ୨ ଜଣ ଲେଖାଏଁ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ, ଖୋର୍ଦ୍ଧା, ପୁରୀରୁ ଜଣେ ଲେଖାଏଁ କରୋନା ରେ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ହୋଇଛି।

ବାଲେଶ୍ବରରୁ ଜଣେ ୬୫ ବର୍ଷୀୟ ପୁରୁଷ ଆଉ ଜଣେ ୫୦ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ବଲାଙ୍ଗିରିରୁ ଜଣେ ୬୦ ବର୍ଷୀୟ ପୁରୁଷ ଓ ଜଣେ ୪୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମରୁ ଜଣେ ୭୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ମାଲକାନଗିରିରୁ ଜଣେ ୫୪ ବର୍ଷୀୟ ପୁରୁଷ ଏବ ଆଉ ଜଣେ ୪୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ଭଦ୍ରକରୁ ଜଣେ ୬୮ ବର୍ଷୀୟ ପୁରୁଷ, ପୁରୀରୁ ଜଣେ ୫୧ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ଭୁବନେଶ୍ବରରୁ ୯୦ ବର୍ଷୀୟ ବୃଦ୍ଧାଙ୍କ କରୋନାରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି କରୋନା ଭାଇରସ ଯୋଗୁଁ ୯ ଜଣଙ୍କ ପ୍ରାଣହାନୀ, ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟ ୩୯୯ ରେ ପହଞ୍ଚିଲା

ଭୁବନେଶ୍ବର, କରୋନା ଭାଇରସ ଯୋଗୁଁ ଆଜି ରାଜ୍ୟରେ ୯ ଜଣଙ୍କ ପ୍ରାଣହାନୀ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯ ରେ ପହଞ୍ଚିଛି । ନଅ ଜଣଙ୍କ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ରୁ ୨ଜଣ, ବଲାଙ୍ଗୀର, ଗଞ୍ଜାମ, ମାଲକାନିଗିରି ଓ ରାୟଗଡାରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ।

ବର୍ତ୍ତମାନ ଗଞ୍ଜାମରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୧ କୁ ବୃଦ୍ଧି ପାଇଛି ।

କଟକ ଜିଲ୍ଲା- ତିନିଜଣ ମୃତ- ଦୁଇଜଣ ୭୦ ଓ ୫୧ ବର୍ଷୀୟା ମହିଳା ,ଜଣେ ୫୦ ବର୍ଷୀୟ ପୁରୁଷ ଅଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା- ଦୁଇ ଜଣ ମୃତକ- ୫୪ ଓ ୬୦ ବର୍ଷୀୟ ଦୁଇଜଣ ପୁରୁଷ ଅଛନ୍ତି ।

ବଲାଙ୍ଗୀର ଜିଲ୍ଲା- ମୃତକ ଜଣେ- ୨୮ ବର୍ଷୀୟ ପୁରୁଷ

ଗଞ୍ଜାମ ଜିଲ୍ଲାର- ମୃତକ ଜଣେ ୬୦ ବର୍ଷୀୟ ପୁରୁଷ

ରାୟଗଡା ଜିଲ୍ଲା-ଜଣେ- ମୃତକଙ୍କ ବୟସ ୫୧ବର୍ଷ ପୁରୁଷ

ମାଲାକାନାଗିରି ଜିଲ୍ଲା-ଜଣେ- ୫୪ ବର୍ଷ ବୟସ୍କ ପୁରୁଷ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଢିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା, ଆଜି ୧୨ ଜଣଙ୍କ ମୃତ୍ୟୁ, ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୨୪୭

ଭୁନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି। ଆଜି ଆସିଥିବା ସଦ୍ୟତମ ରିପୋର୍ଟ ଅନୁସାରେ ସୁନ୍ଦରଗଡ଼ରୁ ୩, ବ୍ରହ୍ମପୁରରୁ ୩, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦ୍ରାପଡ଼ା , ଢେଙ୍କାନାଳ, ଗଜପତି, ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୨୯ ଜିଲ୍ଲାରୁ ଆଉ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନରୁ ୧୧୧୮ ଲୋକାଲ୍ କେସ୍ ୭୧୫।

ଖୋର୍ଦ୍ଧାରୁ ସର୍ବାଧିକ -୨୯୮

ଗଞ୍ଜାମରୁ-୨୭୯,

ରାୟଗଡ଼ାରୁ- ୧୫୨

କଟକରୁ – ୧୨୪

ସୁନ୍ଦରଗଡ଼ରୁ- ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୪୨ହଜାର ୫୫୦କୁ ବୃଦ୍ଧି ହୋଇଛି। କରୋନାରୁ ସୁସ୍ଥ ହୋଇଛନ୍ତି ୨୬ହଜାର ୮୮୭ଜଣ।

Categories
ବିଶେଷ ଖବର

କରୋନା ମୃତକମାନେ କେବଳ ସଂଖ୍ୟା ନୁହନ୍ତି, ପ୍ରତ୍ୟେକ ବଳି ପଡିଗଲେ

ଦେବ ରଞ୍ଜନ

ଆଜିର ତାରିଖରେ ସାରା ବିଶ୍ବରେ କରୋନା ଭାଇରସ ହେତୁ ୨୧୫ ଦେଶର ସମୁଦାୟ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର । ଆମେ ସେମାନଙ୍କ ଲାଗି ଶୋକପାଳନ କରିବା ସହିତ ଆମେ ଯେ ସେମାନଙ୍କୁ ବଞ୍ଚାଇବାରେ ଅସମର୍ଥ ହେଲୁ ସେଥିଲାଗି ଦୁଃଖ ପ୍ରକାଶ କରିବାର ସମୟ ଆସିଛି । କରୋନା କେବଳ ଯେ ବିଶ୍ୱବ୍ୟାପି ମହାମାରୀରେ ପରିଣତ ହୋଇଛି ତାହା ନୁହେଁ ଏହା ଆମ ସଭ୍ୟତାକୁ ନେଇ ଥିବା ଆମର ଗର୍ବ, ଆମର ବିକାଶକୁ ନେଇ ଥିବା ଆମର ଦାମ୍ଭିକତା, ବିଜ୍ଞାନର ଅଗ୍ରଗତିକୁ ନେଇ ଆତ୍ମସନ୍ତୋଷ, ଗଣତନ୍ତ୍ରକୁ ନେଇଥିବା ଆମର ଅହମିକା ସବୁକୁ ଖର୍ବ କରିଦେଇଛି ।

କୌଣସି ଅଚାନକ ବିପତ୍ତି ହିଁ ଆମର ପ୍ରସ୍ତୁତିକୁ ଦର୍ଶାଇଥାଏ। କରୋନା ଭାଇରସ ହେତୁ ଅଧିକ ସଂଖ୍ୟାରେ ସାଧାରଣ ଲୋକର ମୃତ୍ୟୁ ଆମର ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା (ଅ)ପ୍ରସ୍ତୁତିକୁ ଦର୍ଶାଉଛି। ଏହା ସାରା ବିଶ୍ଵର ସମସ୍ୟା। ଆଜି ଭାରତରେ ସେହି ୨ ଲକ୍ଷ ୩୯ ହଜାର ମୃତକଙ୍କ ମଧ୍ୟରେ ୧୩୦୦ ଜଣ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ୬୫ % ବରିଷ୍ଠ ନାଗରିକ । ଆମ ସଭ୍ୟତା ଆମକୁ ଏହା ଶିଖାଇଛି ଯେ ବରିଷ୍ଠଙ୍କୁ ସମ୍ମାନ କରିବା ଆମର କର୍ତ୍ତବ୍ୟ। ଏକ ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ରଶକ୍ତି ଭାବରେ ଆମ୍ଭେମାନେ ଆମର କର୍ତ୍ତବ୍ୟ କରିପାରିଲେ କି ?

କମ୍ପାନୀଙ୍କ ହାତରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ହେତୁ :

ଆଜି ଆମେରିକାରେ ସର୍ବାଧିକ ମୃତକଙ୍କ ମଧ୍ୟରେ ଅଛନ୍ତି ସେଠାର କଳାଲୋକ ଓ ଲାଟିନୋମାନେ। ଆମେରିକାର ପ୍ରଚଳିତ ପ୍ରାଇଭେଟ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା ଓ ବେସରକାରୀ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥାରେ ସେହିମାନେ ଉପଯୁକ୍ତ ଚିକିତ୍ସା ନପାଇବା ସ୍ଵାଭାବିକ। ନ୍ୟୁର୍କ ଟାଇମସର ତଥ୍ୟ ଅନୁସାରେ ବିଭିନ୍ନ ବାର୍ଦ୍ଧକ୍ୟ ଗୃହ ଓ ନର୍ସିଙ୍ଗ ହୋମରେ ଅଧିକ ସଂଖ୍ୟକ ବୟସ୍କ ଲୋକେ ଡାକ୍ତରଖାନାରେ ଭେଣ୍ଟିଲେଟର ଓ ଅନ୍ୟ ସ୍ୱାସ୍ଥ୍ୟ ଉପକରଣର ଅଭାବ ହେତୁ ମୃତ୍ୟୁବରଣ କରୁଛନ୍ତି । ବିଶ୍ଵର ସର୍ବଶ୍ରେଷ୍ଠ କମ୍ପାନୀମାନଙ୍କ ଉପସ୍ଥିତି ସତ୍ବେ ସ୍ୱାସ୍ଥ୍ୟ ଉପକରଣର ଅଭାବ ହେତୁ ଆମେରିକା ନିଜର ବୟୋଜେଷ୍ଠ ଲୋକଙ୍କୁ ହରାଇବା ଏକ ରାଷ୍ଟ୍ର ଲାଗି ଲଜ୍ଜାର ବିଷୟ।

ଇଉରୋପରେ ଦୃଢ ଅର୍ଥନୀତି ଓ ବଳିଷ୍ଠ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭାବରେ ଜଣାଶୁଣା ଇଟାଲୀ, ସେଠାରେ ମଧ୍ୟ ଅଧିକ ସଙ୍ଖ୍ୟାରେ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ନିକଟରେ ପ୍ରକାଶିତ ଟାଇମସ ଅଫ ଇଣ୍ଡିଆର ଲେଖା ଅନୁସାରେ ଇଟାଲୀର ଲୋମ୍ବାର୍ଡି ପ୍ରଦେଶ ଯେଉଁଠି ସ୍ୱାସ୍ଥ୍ୟ ବ୍ୟବସ୍ଥା କମ୍ପାନୀମାନଙ୍କ ଦ୍ଵାରା ଅଧିକ ପରିଚାଳିତ ସେହି ପ୍ରଦେଶରେ ମୃତକଙ୍କ ସଙ୍ଖ୍ୟା ଅଧିକ। ସ୍ପେନରେ ଏକ ଦୃଢ ସ୍ୱାସ୍ଥ୍ୟ ବ୍ୟବସ୍ଥା ଥାଇ ମଧ୍ୟ ଅଧିକ ମୃତକ ଏହାର ଗ୍ରାମାଞ୍ଚଳବାସୀ ଯେଉଁମାନଙ୍କ ନିକଟରେ ପ୍ରାଇଭେଟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକରେ ପହଞ୍ଚିପାରିଲା ନାହିଁ।

ଏହି ସମାନ କଥା ଆଜି ଅଧିକାଂଶ ଇଉରୋପୀୟ ଦେଶରେ ଘଟିଛି । ଆଜି ଆଫ୍ରିକାରେ ମଧ୍ୟ ଘାନାର ଶାସକ ଶେଷରେ ହାତ ଟେକିଦେଇଛନ୍ତି ଓ ଦେଶବାସୀଙ୍କୁ ଚର୍ଚ୍ଚର ଦ୍ଵାରସ୍ଥ ହେବା ଲାଗି ଅନୁରୋଧ କରିଛନ୍ତି । ଇସ୍ରାଇଲ ସୈନ୍ୟଙ୍କ ଘେରା ବନ୍ଦୀ ମଧ୍ୟରେ ଥିବା ଗାଜା ଅଞ୍ଚଳର ତିନି ଲକ୍ଷ ଅଧିବାସୀ ସର୍ବଦା ମୃତ୍ୟୁର ଆଶଙ୍କା ମଧ୍ୟରେ ଗତି କରୁଛନ୍ତି । ସମଗ୍ର ପୃଥିବୀରେ ସବୁଠାରୁ ଅଧିକ ସଂଶୟ ମଧ୍ୟରେ ଅଛନ୍ତି ବିଭିନ୍ନ ଦେଶର ଜେଲରେ ଥିବା କଏଦୀ, ବସ୍ତିବାସିନ୍ଦା ଓ ଜଙ୍ଗଲରେ ରହିଆସୁଥିବା ଆଦିବାସୀ। ବିଶ୍ୱବ୍ୟାପି ଏହି ଲାଭଖୋର କମ୍ପାନୀଙ୍କ ହାତରେ ସ୍ୱାସ୍ଥ୍ୟବ୍ୟବସ୍ଥା ରହିବା ହେତୁ ମହାମାରୀ ଏକ ପାଣ୍ଡେମିକ ଭାବରେ ନିଜର ପ୍ରକୋପ ଦେଖାଇବାରେ ସମର୍ଥ ହୋଇଛି।

ଓଡିଶାର ସ୍ଥିତି ମଧ୍ୟ ଭିନ୍ନ ନୁହେଁ । ଆଜି ମହାମାରୀ ସମୟରେ ନା କୌଣସି ପ୍ରାଇଭେଟ କମ୍ପାନୀ ନିଜେ ନିଜେ କରୋନାର ମୁକାବିଲା ଲାଗି ଆଗକୁ ଆସିଲେ (ଯେଉଁ ମୁଷ୍ଟିମେୟ ପ୍ରାଇଭେଟ ହସ୍ପିଟାଲ ଗୁଡିକ କୋଭିଡ ହସ୍ପିଟାଲ କରାଯାଇଛି ସେଠାର କୋଠାଟି ଛାଡିଦେଲେ ଅଧିକାଂଶ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ଉପକରଣ ସରକାରଙ୍କର) ନା ସେମାନେ କୋଭିଡ ଭିନ୍ନ ଅଣସଂକ୍ରମଣ ରୋଗର ଚିକିସ୍ଛା ଲାଗି ନିଜର ଦ୍ଵାର ଖୋଲା ରଖିଲେ।

ସରକାରୀ ଜମି, ରେଫରାଲର ସୁବିଧା, ବୀମା ଅର୍ଥର ଭାଗୀଦାରୀ ସହିତ ଅନ୍ୟ ବହୁ ସରକାରୀ ସୁବିଧାରେ ଗଢିଉଠିଥିବା ଭୁବନେଶ୍ଵରର ସମସ୍ତ ପ୍ରାଇଭେଟ ହସ୍ପିଟାଲ (ଉଦାହରଣ ସ୍ୱରୂପ ଗଲା ୩୦ ବର୍ଷରେ ଭୁବନେଶ୍ଵରରେ ପୂର୍ବରୁ ସେହି ଗୋଟିଏ ସରକାରୀ ‘କ୍ୟାପିଟାଲ ହସ୍ପିଟାଲ’ ଥିଲା ବେଳେ ୨୨ଟି ନୂତନ ବୃହତ ପ୍ରାଇଭେଟ ହସ୍ପିଟାଲ ଓ ଅସଂଖ୍ୟ ଛୋଟ ବଡ ନର୍ସିଙ୍ଗ ହୋମ ତିଆରିହୋଇଛି ) ଅତି ନିର୍ଦ୍ଦୟ ଭାବରେ ଏହି ସମୟରେ ଦୈନନ୍ଦିନ ଚିକିତ୍ସାକୁ ବନ୍ଦ ରଖିବା, ରୋଗୀଙ୍କୁ ବିଭିନ୍ନ ବାହାନରେ ଫେରାଇଦେବା ଇତ୍ୟାଦି ଏହି ମହାମାରୀର ଇତିହାସରେ ଏକ ଅତ୍ୟନ୍ତ ଘୃଣିତ ଅଧ୍ୟାୟ ହୋଇରହିବ। ସରକାର ସେମାନଙ୍କୁ ଜାଗା ଓ ସୁବିଧା ଦେଇଥିବା ସତ୍ବେ କୌଣସି କାର୍ଯ୍ୟ ଆଦାୟ ନ କରିପାରିବା କରୋନା ଭାଇରସକୁ ନେଇ ଗଢିଥିବା ଆତଙ୍କ ଓ ଅନିଶ୍ଚିତତାର ଅନ୍ୟତମ କାରଣ।

ଆଜି କରୋନା ଭାଇରସର ଆକ୍ରାନ୍ତ ଦେଶମାନେ ଏ କଥାରେ ନିଶ୍ଚିତ ଯେ ସେମାନେ ଭାଇରସର ମୂଳକୁ ନଷ୍ଟ କରିପାରୁନାହାନ୍ତି, କେବଳ ଏହାର ପ୍ରକୋପକୁ କମାଇବାରେ ଲାଗିଛନ୍ତି । ସେହି ଭିତରେ ଲୋକେ ଚିକିତ୍ସାରେ ବିଲମ୍ଭ, ଉପଯୁକ୍ତ ଉପକରଣର (ଭେଣ୍ଟିଲେଟର ଇତ୍ୟାଦି) ଅଭାବ ଓ ନିଜର ରୋଗ ପ୍ରତିରୋଧକ ଶକ୍ତିର ଅଭାବ ହେତୁ ମୃତ୍ୟୁବରଣ କରୁଛନ୍ତି । ଏହା ମୂଳରେ ରହିଛି ଭାଇରସ ଯେତିକି ମୃତ୍ୟୁର କାରଣ ନୁହେଁ ତାହା ଠାରୁ ଅଧିକ ହେଉଛି ନିଜ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଘରୋଇକରଣ ।

ରାଜନୈତିକ ଇଚ୍ଛା ଶକ୍ତିର କମ୍ପାନୀକରଣ :

ଏହି କୋଭିଡ଼ ସମୟରେ ଯେବେ ଏକ ଜରୁରୀକାଳୀନ ସ୍ଥିତି ରହିଛି ସେତେବେଳେ ଅଣସଂକ୍ରମିତ ରୋଗ ଯଥା କ୍ୟାନସର ରୋଗୀ କ୍ୟେମୋ ନପାଇବା, ହାର୍ଟଆଟକରେ ତୁରନ୍ତ ଆଡମିସନ ନହେବା, କିଡନି ସମସ୍ୟା ହେତୁ ଡାଏଲିଶିସ ନହେବା ଇତ୍ୟାଦି ହେତୁ ରୋଗୀ ମୃତ୍ୟୁବରଣ କରୁଛନ୍ତି । ପ୍ରାଇଭେଟ ହସ୍ପିଟାଲ ନିଜର ଦ୍ଵାର ସମସ୍ତ ରୋଗୀଙ୍କ ପାଇଁ ଖୋଲିବା ଛାଡିଦିଆଯାଉ, ସେମାନେ ନିଜର ନିୟମିତ ରୋଗୀଙ୍କ ପାଇଁ ମଧ୍ୟ ଦ୍ଵାର ବନ୍ଦ କରିଦେବା ହେତୁ ଏହାର ଚାପ ମଧ୍ୟ ସରକାରୀ ଡାକ୍ତରଖାନାମାନଙ୍କରେ ପଡିଛି ଓ ଉଭୟ ପ୍ରକାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଦେଇନପାରିବା ହେତୁ ମଧ୍ୟ ଲୋକେ ମୃତ୍ୟୁବରଣ କରିଛନ୍ତି ।

ଏଭଳି ସମୟରେ ଆମେ ବୁଝିପାରୁଛୁ ଯେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ କେତେ ଦୁର୍ବଳ! ଜନସ୍ୱାସ୍ଥ୍ୟ ସମ୍ପର୍କରେ ଗବେଷଣା ଲାଗି ପାଣ୍ଠି ଓ ଗବେଷଣାଗାରର ଅଭାବ ଯାହା ହେତୁ ଭାଇରସକୁ ବୁଝିବାରେ ସମୟ ଲାଗିବା, ଜନସ୍ୱାସ୍ଥ୍ୟ ବାହିନୀ ବା ଫୋର୍ସର ଅଭାବ, ଲୋକଙ୍କ ମଧ୍ୟରେ ଏ ନେଇ ଶିକ୍ଷା ଲାଗି ଉପଯୁକ୍ତ ମାଧ୍ୟମର ଅଭାବ, ପରସ୍ପର ମଧ୍ୟରେ ଅନୁଭୂତି ଓ ଚିକିତ୍ସା ସାମଗ୍ରୀର ଆଦାନ ପ୍ରଦାନର ଅଭାବ ଆଜି ପ୍ରତ୍ୟେକ ଦେଶକୁ ବାରମ୍ବାର ଲକଡାଉନ ହେତୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିସାରିଲାଣି । ଅଥଚ ପ୍ରତ୍ୟେକ ମହାମାରୀରେ ଯେମିତ ଅଧିକ ଚର୍ଚ୍ଚା ହୋଇଥାଏ ଯେ କେଉଁ ଦେଶରୁ ଏହି ଭୂତାଣୁ ଆସିଲା ବା କେଉଁ ପ୍ରାଣୀ ଦେହରୁ ଆସିଲା ତାହା ଆଜି ମିଡିଆ ମାଧ୍ୟମରେ ଏଠାରେ ହେଉଛି। ଏଥିରେ ଅନ୍ୟକୁ ଦୋଷ ଲଦିଦେବା କିନ୍ତୁ ନିଜକୁ ନସଜାଡିବାର ଯେଉଁ ଉଦ୍ଦେଶ୍ୟ ରହିଥାଏ ତାହା ହିଁ ହେଉଛି ।

ଏହି ମହାମାରୀ ସମୟରେ ତଥାପି ବଞ୍ଚିଯାଇଥିବା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ହିଁ ଆମକୁ ବିଶ୍ଵାସ ଦେଉଛି। ଆଜି ଯାହା ହୋଇପାରୁଛି ଏହା କେବଳ ସେହିମାନଙ୍କ ହେତୁ। ଯଦି ବିଶ୍ଵ ବୁଝିବ ଯେ ମୃତକମାନେ କେବଳ ସଙ୍ଖ୍ୟା ନୁହନ୍ତି ବା ନିଜ ଅଞ୍ଚଳରେ ବାକି ବଞ୍ଚିଯାଇଥିବା ଲୋକଙ୍କ ପାଇଁ କେବଳ ଏକ ଏକ ଭୟ ନୁହନ୍ତି । ବରଂ ସେମାନେ ବଳି ପଡିଯାଇଛନ୍ତି କାରଣ ଆମେ ଆମର ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଠିକ ପରିଚାଳନା କରିପାରିନାହୁଁ ତେବେ ଦୃଢତାର ସହିତ ଏହାର ମୁକାବିଲା ହୋଇପାରିବ।

ସମସ୍ତ ପ୍ରାଇଭେଟ କମ୍ପାନୀଙ୍କ ଜମିକୁ ନିଜ ହାତକୁ ନେଇ ସେମାନଙ୍କୁ ସରକାରୀ ହସ୍ପିଟାଲର ମାନ୍ୟତା ଦେବା ଲାଗି ଆମର ଜନସାଧାରଣ ଯଦି ସରକାରମାନଙ୍କୁ ବ୍ୟାଧ୍ୟ କରିବାରେ ସମର୍ଥ ହେବେ ତେବେ ଏହି ମହାମାରୀ ବହୁ କଷ୍ଟ ଦେଇଥିଲେ ବି ଅତ୍ୟନ୍ତ ଏକ ଖୁସିର ଖବର ରଖିଦେଇଯିବ ଓ ତାହା ହିଁ ଆମ ସରକାରଙ୍କ ସର୍ବଶ୍ରେଷ୍ଠ ରାଜନୈତିକ ନିଷ୍ପତ୍ତି ହେବc।