କୋଭିଡ -୧୯ ର ନୂତନ ଭ୍ୟାରିଏଣ୍ଟ ବଢାଉଛି ଚିନ୍ତା: ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସ୍ଥଗିତ କଲା ଡବ୍ଲ୍ୟୁଟିଓ

Published: Nov 27, 2021, 11:03 am IST

ନୂଆଦିଲ୍ଲୀ: କୋଭିଡ -୧୯ ର ନୂତନ ଭ୍ୟାରିଏଣ୍ଟ ବିଶ୍ୱକୁ ଭୟଭୀତ କରିଛି। ଜେନେଭାରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ବିଶ୍ୱ ବାଣିଜ୍ୟ ସଂଗଠନ କହିଛି ଯେ କୋଭିଡ -୧୯ ଭୂତାଣୁର ଏକ ବିଶେଷ ଭ୍ୟାରିଏଣ୍ଟ ସଂକ୍ରମଣକୁ ନେଇ ଜେନେଭାରେ ଏହାର ବ୍ୟକ୍ତିଗତ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସ୍ଥଗିତ ରଖିଛି। ଆସନ୍ତା ସପ୍ତାହରେ ଡବ୍ଲୁଟିଏଚଓ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିଲା। କିନ୍ତୁ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଆତଙ୍କିତ ଅବସ୍ଥାରେ ଏହାକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା।

ଏହି ନୂତନ ଭାରିଆଣ୍ଟର ସଂକ୍ରମଣକୁ ଭୟ କରି ଦେଶଗୁଡିକ ଦକ୍ଷିଣ ଆଫ୍ରିକାରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦକ୍ଷିଣ ଆଫ୍ରିକାରୁ ଏହି ଭୂତାଣୁର ସଂକ୍ରମଣ ବିଷୟରେ ଆଲୋଚନା ହେଉଛି। ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମହାନିର୍ଦ୍ଦେଶକ ନଗୋଜି ଓକୋଞ୍ଜୋ ଆଇୱେଲା କହିଛନ୍ତି ଯେ, ନୂତନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ସତର୍କତା ଆବଶ୍ୟକ।

Related posts