Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଲାୟମ୍‌ ହେଉଛନ୍ତି ସଚ୍ଚା ସେବକ, ମୋଦିଙ୍କ ପରି ନକଲି ନୁହଁନ୍ତି : ମାୟାବତୀ
ଆଜିର ଖବର

ମୁଲାୟମ୍‌ ହେଉଛନ୍ତି ସଚ୍ଚା ସେବକ, ମୋଦିଙ୍କ ପରି ନକଲି ନୁହଁନ୍ତି : ମାୟାବତୀ

April 19, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜନୀତିରେ ସବୁବେଳେ କିଛି ନା କିଛି ବିଚିତ୍ର ଘଟଣା ଦେଖିବାକୁ ମିଳିଥାଏ । ତେବେ ଆଜି ଦୁଇ ଦଶନ୍ଧି ଧରି ରହିଥିବା ଶତ୍ରୁତା ଆଜି ମିତ୍ରତାରେ ପରିଣତ ହୋଇଥିବାର ଦେଖିବାକୁ ମିଳିଛି । ୨୪ ବର୍ଷ ପରେ ଦୁଇ ରାଜନୈତିକ ଶତ୍ରୁ ଆଜି ମିତ୍ରରେ ପରିଣତ ହୋଇ ଏକାଠି ଏକ ସଭାକୁ ସମ୍ବୋଧନ କରିଛନ୍ତି । ମୈନ୍‌ପୁରୀରେଠାରେ ଆୟୋଜିତ ଏକ ରାଲିରେ ସମାଜବାଦୀ ଦଳର ସଂସ୍ଥାପକ ମୁଲାୟମ୍‌ ସିଂ ଯାଦବ ଓ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ ଏକାଠି ଏକସାଙ୍ଗରେ ଦେଖିବାକୁ ମିଳିଥିଲା । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଉଭୟ ମେଣ୍ଟ କରି ଚଳିତ ନିର୍ବାଚନ ଲଢୁଛନ୍ତି । ଚଳିତଥର ମୈନପୁରୀରୁ ସମାଜବାଦୀର ସଂସ୍ଥାପକ ମୁଲାୟମ୍‌ ସିଂ ନିର୍ବାଚନ ଲଢୁଛନ୍ତି । ସମସ୍ତ ରାଗରୋଷ ତଥା ଶତ୍ରୁତାକୁ ଭୁଲି ମାୟାବତୀ ଆଜି ମୁଲାୟମ୍‌କୁ ପାଇଁ ପ୍ରଚାର କରିଛନ୍ତି ।  ଏହି ଅବସରରେ ମାୟାବତୀ କହିଛନ୍ତି ଯେ,  ମୁଲାୟମ୍‌ ହେଉଛନ୍ତି ଅସଲି ପଛୁଆ ବର୍ଗ, କିନ୍ତୁ ମୋଦି ହେଉଛନ୍ତି ନକଲି ପଛୁଆ ବର୍ଗ । ସେ ଦଳିତ ତଥା ପଛୁଆ ବର୍ଗଙ୍କ ପାଇଁ କିଛି କାର୍ଯ୍ୟ କରିନାହାନ୍ତି ।  ତାଙ୍କ ଉନ୍ନତି ହେଉ ଅଥବା ଚାକିରି କ୍ଷେତ୍ରରେ ହେଉ ମୋଦି ସେମାନଙ୍କୁ ଅଣଦେଖା କରିଛନ୍ତି । ଆମେ ଏବେ ଜଣେ ସଚ୍ଚା ସେବକଙ୍କୁ ବାଛିବା, ଯିଏ ପଛୁଆ ବର୍ଗଙ୍କ ପାଇଁ ଉଚିତ୍‌ କାମ କରିବେ । ମୁଲାୟମ୍‌ ସଦା ସର୍ବଦା ସମାଜର ସବୁ ବର୍ଗଙ୍କ ପାଇଁ କାମ କରିଛନ୍ତି ।  ଏହି ଅବସରରେ ମୁଲାୟମ୍‌ଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଅପିଲ୍‌ କରିଛନ୍ତି ମାୟାବତୀ ।  ଏହି ଅବସରରେ ଅଖିଳେଶ ଯାଦବ ମାୟାବତୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମୈନପୁରୀର ଆସନରୁ ବିଜେପି କେବେ ବାଜିମାତ କରିନାହିଁ ।  ମୁଲାୟମ୍‌ ପ୍ରଥମେ ଏହି ଆସନରୁ ୧୯୯୬ ମସିହାରେ ଜିତିଥିଲେ, ପୁର୍ନବାର ୨୦୦୪, ୨୦୦୯ ଓ ୨୦୧୪ରେ ମଧ୍ୟ ଏସ୍‌ପି ଏହି ଆସନକୁ କବ୍‌ଜାରେ ରଖିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026
Latest News

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026

ଓଡ଼ିଆ କାବ୍ୟ ପୁରାଣ “ନୃସିଂହାବତାରମ୍” ଉନ୍ମୋଚିତ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.