
ବ୍ରହ୍ମପୁର: ଆଜି ସକାଳୁ ବ୍ରହ୍ମପୁର ଭିଜିଲାସ ଟିମ ଜଣେ କନେଷ୍ଟବଳ ଘରେ ଚଢାଉ କରିଛନ୍ତି। ଆୟ ବହିଃରଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ବ୍ରହ୍ମପୁର ପୋଲିସରେ କାର୍ଯ୍ୟ କରୁଥିବା କନେଷ୍ଟବଳ ସୁଦର୍ଶନ ପ୍ରଧାନ। ତାଙ୍କ ଘର ଚଢାଉ ପାଇଁ ଜଣେ ଅତିରିକ୍ତ ଏସପି, ଦୁଇଜଣ ଡିଏସପି, 5 ଜଣ ଇନସ୍ପେକ୍ଟର ସହ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।
ଏହି ଚଢାଉ ବ୍ରହ୍ମପୁର ମେନରୋଡ ଲୋଚାପଡାରେ ଥିବା ତିନିମହଲା କୋଠା, ନିମାଖାଣ୍ଡିରେ ଥିବା କୋଠା ସହ ଭଂଜନଗର ଗାମୁଣ୍ଡିରେ ଥିବା ତାଙ୍କ ପୈତୃିକ ଘର। ବର୍ତ୍ତମାନ ତାଙ୍କ ଘରୁ ନଗଦ 5 ଲକ୍ଷ 16 ହଜାର 880 ଟଙ୍କା ଜବତ ହୋଇଛି। ଏହି ଚଢାଉ ଆଜି ଦିନ ତମାମ ଚାଲିବ ବୋଲି ଜଣାପଡିଛି।