Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛଟେଇ ଶିକ୍ଷକମାନଙ୍କୁ ପୁନଃ ନିଯୁକ୍ତି ସହ ସମସ୍ତ ଶିକ୍ଷା ସହାୟକମାନଙ୍କୁ ଶିକ୍ଷକ ମାନ୍ୟତା ଦାବି
ଆଜିର ଖବର

ଛଟେଇ ଶିକ୍ଷକମାନଙ୍କୁ ପୁନଃ ନିଯୁକ୍ତି ସହ ସମସ୍ତ ଶିକ୍ଷା ସହାୟକମାନଙ୍କୁ ଶିକ୍ଷକ ମାନ୍ୟତା ଦାବି

November 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଛଟେଇ ଶିକ୍ଷକମାନଙ୍କୁ ପୁନଃ ନିଯୁକ୍ତି ସହ ସମସ୍ତ ଶିକ୍ଷା ସହାୟକମାନଙ୍କୁ ଶିକ୍ଷକ ମାନ୍ୟତା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବା ପାଇଁ ଲୋୟର ପିଏମ୍‌ଜିରେ ଶିକ୍ଷା ସହାୟକ ଆସୋସିଏସନ, ଭୁବନେଶ୍ୱର ତରଫରୁ ନିଷ୍ପତ୍ତି ନିଆଯାଇଛି। ୨୦୦୩-୦୪ରେ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକମାନଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ମିଥ୍ୟା କେସ୍‌ରେ ସରକାର ସେମାନଙ୍କ ମଧ୍ୟରୁ ୨୪୩ଜଣ ଶିକ୍ଷା ସହାୟକଙ୍କୁ ଛଟେଇ କରିବା ଏବଂ ୧୬୯ଜଣ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକମାନଙ୍କୁ ଦୀର୍ଘ ୧୮ ବର୍ଷ କାର୍ଯ୍ୟ କଲା ପରେ ମଧ୍ୟ ନିୟମିତ ନ କରିବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସରକାରଙ୍କ ପ୍ରଶାସନିକ ଅପରାଗତା ଯୋଗୁ ଏବଂ ସରକାରଙ୍କ ଭୁଲ୍ ନୀତି ଓ ଭୁଲ୍ ବୁଝାମଣା ଯୋଗୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଆକ୍ରୋଶମୂଳକ ଭାବେ ଛଟେଇ କରିବା, ଛଟେଇ ପ୍ରତିବାଦରେ କୋର୍ଟକୁ ଯାଉଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପ୍ରତିବାଦରେ ସଂଘ ତରଫରୁ ତୀବ୍ର ନିନ୍ଦା କରାଯାଇଛି। ଏପରିକି ସରକାରଙ୍କ ନିଯୁକ୍ତି ନିୟମ ଓଡ଼ିଶାର ସବୁ ଜିଲ୍ଲାରେ ସମାନ ନଥିବା ଜଳ ଜଳ ହୋଇ ଦେଖାଯାଉଛି।

ସରକାର ପାତର ଅନ୍ତର କରି ଶିକ୍ଷା ସହାୟକମାନଙ୍କୁ ସୁବର୍ଣ୍ଣପୁର, କେରାପୁଟ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ ଓ ବଲାଙ୍ଗୀର ଜିଲ୍ଲାମାନଙ୍କରେ ଶିକ୍ଷା ସହାୟକମାନଙ୍କୁ ନିୟମିତ କରୁଥିବା ବେଳେ ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି ୯ଟି ଜିଲ୍ଲାରେ ଶିକ୍ଷା ସହାୟକମାନଙ୍କ ନିୟମିତ ନକରିବା, କୋର୍ଟକୁ ଗଲେ ଛଟେଇ କରିବା ଘୋର ଅନ୍ୟାୟ ବୋଲି ସଂଘ ପକ୍ଷରୁ ପ୍ରେସ୍ ବିବୃତ୍ତିରେ କୁହାଯାଇଛି।

ଏଠାରେ ଉଲ୍ଲେଖଥାଉ ଯେ, ୨୦୦୩ ମସିହାରେ ଓଡ଼ିଶା ସରକାର ୯୬୫୪ଗୋଟି ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ପଦବୀ ନଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ । କିନ୍ତୁ ସରକାର ସେମାନଙ୍କ ମଧ୍ୟରୁ ୭୬୨୪ଜଣଙ୍କୁ ନିଯୁକ୍ତି ଦେଥିବା ବେଳେ ପରବର୍ତ୍ତୀ ସମୟରେ ପୁନର୍ବାର ସେହି ପ୍ୟାନେଲରୁ ୧୫୬୮୨ଗୋଟି ଅଧିକ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ। ହେଲେ ସମୁଦାୟ ୧୭୭୧୨ ପଦବୀରୁ ସରକାର ମୋଟ ୧୦୬୮୨ଗୋଟି ପଦବୀରେ ନିଯୁକ୍ତି ଦେଲେ ଏବଂ ମୂଳ ପଦବୀରୁ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ୪୧୨ଜଣ ଶିକ୍ଷା ସହାୟକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇନଥିଲେ। ଏହି ୪୧୨ଜଣ ପ୍ରଥମ ପର୍ଯ୍ୟାୟରୁ ଅନୁମୋଦିତ ପଦବୀରେ ଥାଇ ମଧ୍ୟ କିପରି ନିଯୁକ୍ତି ମିଳିଲା ନାହିଁ ତାହ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହାର ପ୍ରତିବାଦରେ ୨୦୦୩-୦୪ ବ୍ୟାଚ୍ ଶିକ୍ଷା ସହାୟକ ସଂଘ ପୁନଃ ନିଯୁକ୍ତି ଏବଂ ସମସ୍ତଙ୍କୁ ନିୟମିତ ମାନ୍ୟତା ପ୍ରଦାନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ସରକାର ସଂଘର ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ବିଧାନ ସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ଗାନ୍ଧୀମାର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026

କରାଚୀରେ ବଡ଼ ଆତଙ୍କୀ ହମଲା : ଆତ୍ମଘାତୀ ବିସ୍ଫୋରଣ ପରେ ଗୁଳିବର୍ଷା ଜାରି

June 27, 2026
Latest News

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଆଜି ଜୁନ୍ ୨୮ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.