Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷକମାନଙ୍କୁ ଅଭିନନ୍ଦନ ଜଣାଇଲେ ଅମରିନ୍ଦର ସିଂ, ଅବଶିଷ୍ଟ ଦାବିକୁ ମାନିବା ଲାଗି କେନ୍ଦ୍ରକୁ କଲେ ନିବେଦନ
ଆଜିର ଖବର

କୃଷକମାନଙ୍କୁ ଅଭିନନ୍ଦନ ଜଣାଇଲେ ଅମରିନ୍ଦର ସିଂ, ଅବଶିଷ୍ଟ ଦାବିକୁ ମାନିବା ଲାଗି କେନ୍ଦ୍ରକୁ କଲେ ନିବେଦନ

November 30, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତକାଲି ସଂସଦରେ ତିନୋଟି କୃଷି ପ୍ରତ୍ୟାହାର ଆଇନ ପାରିତ ହୋଇଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ତିନୋଟି କେନ୍ଦ୍ରୀୟ କୃଷି ଆଇନ ରଦ୍ଦ କରିବାକୁ ସଂସଦରେ ବିଲ୍ ପାରିତ ହେବା ପରେ ଅମରିନ୍ଦର ସିଂ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଅମରିନ୍ଦର ସିଂ ଆଶା ପ୍ରକଟ କରିଛନ୍ତି ଯେ, କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ଅବଶିଷ୍ଟ ଦାବିକୁ ଗ୍ରହଣ କରିବେ।

କ୍ୟାପଟେନ ଅମରିନ୍ଦର ସିଂ ଟ୍ୱିଟ୍ କରି ଚାଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆଜି ସଂସଦର ଉଭୟ ଗୃହରେ ଥିବା ତିନୋଟି କୃଷି ଆଇନକୁ ଆନୁଷ୍ଠାନିକ ଭାବେ ରଦ୍ଦ କରିଦେଇଥିବାରୁ ଆମର ସମସ୍ତ କୃଷକଙ୍କୁ ଅଭିନନ୍ଦନ।

ତିନୋଟି କୃଷି ଆଇନ ରଦ୍ଦ ହେବା ପରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଚାଷୀଙ୍କ ଚାହିଦା ହେଉଛି କେନ୍ଦ୍ର ସରକାର ସେମାନଙ୍କ ଅବଶିଷ୍ଟ ଦାବିକୁ ମଧ୍ୟ ବିଚାର କରିବା ଉଚିତ୍। ଚାଷୀଙ୍କ ଅବଶିଷ୍ଟ ଦାବିକୁ ଗ୍ରହଣ କରିବାକୁ ଅମରିନ୍ଦର ସିଂ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ମୁଁ ନିଶ୍ଚିତ ଯେ କୃଷକଙ୍କ ବିଚାରାଧୀନ ଦାବିକୁ ସରକାର ସହାନୁଭୂତି ସହ ଦୃଷ୍ଟି ଦେବେ।

ତେବେ ଗତ ବର୍ଷ ତିନୋଟି କୃଷି ଆଇନ କେନ୍ଦ୍ର ସରକାର ଆଣିଥିଲେ। ଏହାକୁ ବିରୋଧ କରି ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। କ୍ୟାପଟେନ ଅମରିନ୍ଦର ସିଂ ଆରମ୍ଭରୁ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଆସୁଥିଲେ। ତିନୋଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ଅମରିନ୍ଦର ସିଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ।

ଅମରିନ୍ଦର ସିଂ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026

ଶଙ୍ଖ ଭବନରେ ବିଜେଡି ବୈଠକ, କିଛି ସମୟ ପରେ ସୁଜାତା ମିଶିବା ନେଇ ହେବ ଘୋଷଣା

June 25, 2026
Latest News

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026

ଶଙ୍ଖ ଭବନରେ ବିଜେଡି ବୈଠକ, କିଛି ସମୟ ପରେ ସୁଜାତା ମିଶିବା ନେଇ ହେବ ଘୋଷଣା

June 25, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ!: ଛଅ ଜଣଙ୍କ ବିରୁଦ୍ଧରେ ରୁଜୁ ହେବ ଏଫଆଇଆର

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.