ନୂଆ ଭାରିୟାଣ୍ଟ ଓମିକ୍ରନ୍ ଉପରେ ଟିକାର ପ୍ରଭାବକୁ ନେଇ ଏପରି କଥା କହିଲେ ଆଦର ପୁନାୱାଲା

Published: Nov 30, 2021, 5:25 pm IST

ନୂଆଦିଲ୍ଲୀ:  ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ କୋଭିଶିଲ୍ଡ ଟିକା କରୋନାର ଓମିକ୍ରନ୍ ଭାରିୟାଣ୍ଟ ଉପରେ କେତେ ପ୍ରଭାବଶାଳୀ, ଏହା ଆସନ୍ତା 2-3 ସପ୍ତାହ ମଧ୍ୟରେ ଜଣା ପଡିବ। ଜାତୀୟ ନ୍ୟୁଜ ଚ୍ୟାନେଲ NDTV ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପୁନାୱାଲା କହିଛନ୍ତି ଯେ, ବର୍ତ୍ତମାନ ଓମିକ୍ରନ୍ ସାଂଘାତିକ କି ନୁହେଁ ତାହା କୁହାଯାଇ ପାରିବ ନାହିଁ।

ଯଦି ସରକାର ଏକ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନିଅନ୍ତି, ତା’ହେଲେ ଆମେ ତାହା ଯୋଗାଇବାକୁ ପ୍ରସ୍ତୁତ ଅଛୁ। ପୁନାୱାଲାଙ୍କ ଅନୁଯାୟୀ ଘରୋଇ ବଜାରରେ 600 ଟଙ୍କା ମୂଲ୍ୟରେ ଏକ ବୁଷ୍ଟର ଡୋଜ ମିଳିପାରିବ। ବିଶେଷଜ୍ଞଙ୍କ ପରାମର୍ଶ ପରେ ଏକ ବୁଷ୍ଟର୍ ଡୋଜ୍ ଦିଆଯାଇପାରେ ବୋଲି ସେ କହିଛନ୍ତି।

କିନ୍ତୁ ବୁଷ୍ଟର ଡୋଜ ପୂର୍ବରୁ ସମସ୍ତଙ୍କୁ ଟୀକାକରଣର ଉଭୟ ଡୋଜ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।  ଜାନୁଆରୀ-ଫେବୃଆରୀ ସୁଦ୍ଧା ଭାରତରେ କୋଭିସିଲ୍ଡ ଡୋଜ ଉପଲବ୍ଧ ହୋଇପାରିବ। ସେରମର ସିଇଓ ପୁନାୱାଲା କହିଛନ୍ତି ଯେ ଲାଇସେନ୍ସ ଅନୁଯାୟୀ ଇଣ୍ଡୋନେସିଆକୁ 5 ମିଲିୟନ୍ ଡୋଜ ଦିଆଯାଉଛି।

Related posts