Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ଭାବ୍ୟ ବାତ୍ୟା ଅପଡେଟ୍: ଏହି ଜିଲ୍ଲାଗୁଡିକରେ ହେବ ୨୫୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା
ଆଜିର ଖବର

ସମ୍ଭାବ୍ୟ ବାତ୍ୟା ଅପଡେଟ୍: ଏହି ଜିଲ୍ଲାଗୁଡିକରେ ହେବ ୨୫୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା

December 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହେବା ସହ ଏକ ଘୁର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି।

ଡିସେମ୍ବର ୩ ତାରିଖ ଅପରାହ୍ନ ସୁଦ୍ଧା ଏହା ଅବପାତର ରୂପ ନେବାର ସମ୍ଭାବନା ଥିବା ବେଳେ ପାଣିପାଗ ଅନୁକୂଳ ରହିଲେ ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଘୁର୍ଣ୍ଣିଝଡ଼ର ରୂପ ନେଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି।

ଉଭୟ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ମୁହାଁ ହୋଇଥିବା ଏହି ଲଘୁଚାପ ଡିସେମ୍ବର ୪ ତାରିଖରେ ଗଞ୍ଜାମ ଉପକୂଳ ଅତିକ୍ରମ କରିବା ପରେ ଏହାର ପ୍ରଭାବ କମିବ ଓ ସମାନ୍ତରାଳ ଭାବେ ଏହା ଓଡିଶା ଉପକୂଳ ଦେଇ ବାଲେଶ୍ୱର ଜିଲ୍ଲା ପର୍ଯ୍ୟନ୍ତ ଆସି ପଶ୍ଚିମବଙ୍ଗ ରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି।

ଏହାର ପ୍ରଭାବରେ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟା ପ୍ରତି ୭୫ ରୁ ୮୫ କିଲୋମିଟର ରହିବ ଏବଂ ଧୀରେ ଧୀରେ ବେଗ କମିଯାଇ ବାଲେଶ୍ୱର ଉପକୂଳ ରେ ପହଂଚିବା ବେଳକୁ ଘଣ୍ଟା ପ୍ରତି ୪୫ ରୁ ୫୫ ହେବ। ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ପୂର୍ବାହ୍ନ ରୁ ଓଡିଶା ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଅନେକ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଡିସେମ୍ବର ତିନିରୁ ପାଞ୍ଚ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପୁରୀ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାର ଅନେକ ସ୍ଥାନରେ ବର୍ଷlର ପରିମାଣ ୨୫୦ ମିଲିମିଟର ବା ଅଧିକ ହେବାର ସମ୍ଭାବନା ଅଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଓଡିଶା ପ୍ରବଳ ବର୍ଷା ବାତ୍ୟା ଅପଡେଟ୍ ସିଇସି ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026
Latest News

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026

ରଣପୁରରେ ଜନଗଣନା ତାଲିମ ଶିବିର ଶେଷ: ୧୯୮ ଜଣଙ୍କୁ ପ୍ରଶିକ୍ଷଣ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.