
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୪୫୮.୬୬ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହା ସହିତ ଉତ୍ତରପ୍ରଦେଶ ସରକାରୀ ଛାତ୍ରବୃତ୍ତିର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪୫୮.୬୬ କୋଟି ଟଙ୍କାର ଛାତ୍ରବୃତ୍ତି ଯୋଜନା ଅଧୀନରେ ୧୨,୧୭,୬୩୧ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଛାତ୍ରବୃତ୍ତି ସ୍ଥାନାନ୍ତର କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଗତ ଚାରି ବର୍ଷ ମଧ୍ୟରେ ଆମ ସରକାର ୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଛାତ୍ରବୃତ୍ତି ଯୋଗାଇବା କାର୍ଯ୍ୟ କରିଆସିଛି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ପୂର୍ବ ସରକାରମାନେ ଭେଦଭାବ କରୁଥିଲେ। ୨୦୧୬-୧୭ ମସିହାରେ କେବଳ ଏସସି-ଏସଟି ପିଲାମାନଙ୍କର ଛାତ୍ରବୃତ୍ତି ବନ୍ଦ ହୋଇଯାଇଥିଲା। ଯେତେବେଳେ ଆମେ ମାର୍ଚ୍ଚ ୨୦୧୭ ରେ ଆସିଥିଲୁ, ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲି। ପରୀକ୍ଷା ପାଖେଇ ଆସୁଥିଲା। ସେହି ପିଲାମାନଙ୍କୁ ଛାତ୍ରବୃତ୍ତି ପଠାଇବା ପାଇଁ ଆମେ କାମ କରିଥିଲୁ।