Categories
ଆଜିର ଖବର

ଉତ୍ତରପ୍ରଦେଶରେ ପିଏମ୍ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଲକ୍ଷ୍ନୌ: ବିଦ୍ୟାଳୟ ଶିକ୍ଷାରେ ନୂଆ କ୍ରାନ୍ତି ଆଣିବା ଦିଗରେ ପିଏମ ଶ୍ରୀ ସ୍କୁଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁରୁବାର ଉତ୍ତରପ୍ରଦେଶରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପିଏମ ଶ୍ରୀ ସ୍କୁଲ ଲୋକାର୍ପଣ ଅବସରରେ ୟୁପିବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ୯୨୮ଟି ବିଦ୍ୟାଳୟ ଏବଂ ୮୧ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟକୁ ପିଏମ ଶ୍ରୀ ସ୍କୁଲରେ ବିକଶିତ କରାଯାଇଛି । ବିଦ୍ୟାଳୟରେ ଉତ୍ତମ ଓ ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ବିଶ୍ୱମାନର ଶିକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରମୁଖ ଏଜେଣ୍ଡା । ଏହି ମର୍ମରେ ଉତ୍ତରପ୍ରଦେଶରେ ପିଏମ ଶ୍ରୀ ଅନ୍ତର୍ଗତ ୧୦୦୦ରୁ ଅଧିକ ବିଦ୍ୟାଳୟର ଉନ୍ନତି ଏବଂ ଆଧୁନିକୀକରଣ କରାଯାଇଛି ।

ପିଏମ ଶ୍ରୀ ସ୍କୁଲ କ୍ରିୟାନ୍ୱୟନ କରିବାରେ ୟୁପିର ଅଗ୍ରଣୀ ଭୂମିକା ପ୍ରଶଂସନୀୟ ।  ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ହେଉ କିମ୍ବା ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଗୁଡିକୁ କାର୍ଯ୍ୟକାରୀ କରିବା ଦିଗରେ ଉତ୍ତର ପ୍ରଦେଶ ଏକ ଉଦାହରଣ । ଏହା ଦ୍ୱାରା ସମଗ୍ର ଦେଶର ଆତ୍ମବିଶ୍ୱାସ ବଢୁଛି । ପ୍ରଗତି ଆଜି ଉତ୍ତରପ୍ରଦେଶର ଚରିତ୍ର ହୋଇଛି । ୟୁପିରେ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ ମାନଙ୍କୁ ବିଶ୍ୱମାନର ଶିକ୍ଷା ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଡବଲ ଇଞ୍ଜିନ ସରକାରର ଦାୟିତ୍ୱ ଅଛି । ୟୁପି ମଡେଲ ଆଗାମୀ ଦିନରେ ସମଗ୍ର ଦେଶର ମଡେଲ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିରର ସ୍ୱପ୍ନ ପୂରଣ ହେଉଛି । ଆଜି ଅଯୋଧ୍ୟା ଭାରତର ବିକାଶ ଏବଂ ସମୃଦ୍ଧିର କେନ୍ଦ୍ର ହୋଇଛି ।

ଲକ୍ଷ୍ନୌରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ଭେଟିବା ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ଦକ୍ଷତା ବୃଦ୍ଧି, ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ୟୁପିକୁ ଜ୍ଞାନ ଭିତ୍ତିକ ଅର୍ଥନୀତିର କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ରାମଲାଲାଙ୍କୁ ଦର୍ପଣ ଦେଖାଇବାର ରୀତିନୀତି ପୂରଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୪ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପୂଜାର୍ଚ୍ଚନା ହେବ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ମନ୍ଦିରର ଆଚାର୍ଯ୍ୟ (ମୁଖ୍ୟ ପୂଜକ) ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଗର୍ଭଗୃହରେ ଉପସ୍ଥିତ ରହିବେ। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଦର୍ପଣରେ ଭଗବାନ ଶ୍ରୀରାମଙ୍କୁ ତାଙ୍କ ମୁହଁ ଦେଖାଇବେ।

ରାମଲଲାଙ୍କ ପୂଜାର୍ଚ୍ଚନାର ୨୩ ଦିନ ପୂର୍ବରୁ ଡିସେମ୍ବର ୩୦ରେ ମୋଦି ଅଯୋଧ୍ୟା ଆସୁଛନ୍ତି। ଡିସେମ୍ବର ୩୦ରେ ମୋଦି ଶ୍ରୀରାମ ବିମାନବନ୍ଦର ଏବଂ ଅଯୋଧ୍ୟା ଧାମ ରେଳ ଷ୍ଟେସନକୁ ଉଦ୍‍ଘାଟନ କରିବା ସହ ରୋଡ୍ ସୋ କରିବେ। ଏହା ପୂର୍ବରୁ ମନ୍ଦିର ଟ୍ରଷ୍ଟ ରାମଲାଲାଙ୍କ ନିର୍ମାଣ ହେଉଥିବା ୩ଟି ମୂର୍ତ୍ତି ମଧ୍ୟରୁ ଗୋଟିଏ ଚୟନ କରିବ। ଡିସେମ୍ବର ୨୯ରେ ମୂର୍ତ୍ତି ଚୟନ କରାଯିବ। ରାମଲାଲାଙ୍କ ଏହି ମୂର୍ତ୍ତିକୁ ପବିତ୍ର କରାଯିବ।

୧ ମିନିଟ୍ ୨୪ ସେକେଣ୍ଡରେ ଶେଷ ହେବ ପ୍ରାଣ-ପ୍ରତିଷ୍ଠା

ମାତ୍ର ୧ ମିନିଟ୍ ୨୪ ସେକେଣ୍ଡରେ ରାମଲାଲାଙ୍କ ପ୍ରାଣ-ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। କାଶୀର ପଣ୍ଡିତମାନେ ଏହି ମୁହୂର୍ତ୍ତକୁ ସ୍ଥିର କରିଛନ୍ତି। ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼ ଓ ପଣ୍ଡିତ ବିଶ୍ୱେଶ୍ୱର ଶାସ୍ତ୍ରୀ କହିଛନ୍ତି ଯେ ଜାନୁଆରୀ ୨୨ ତାରିଖରେ ମୂଳ ମୁହୂର୍ତ୍ତ ୧୨.୨୯ ମିନିଟ ୮ ସେକେଣ୍ଡରୁ ହେବ, ଯାହା ୧୨.୩୦ ମିନିଟ୍ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ, ଅର୍ଥାତ୍ ପ୍ରାଣ ପ୍ରତିଷ୍ଠାନର ମୁହୂର୍ତ୍ତ ମାତ୍ର ୧ ମିନିଟ୍ ୨୪ ସେକେଣ୍ଡ ହେବ।

ଏହି ମୁହୂର୍ତ୍ତର ଶୁଦ୍ଧିକରଣ ମଧ୍ୟ କରାଯିବ। ମୁହୁର୍ତ୍ତ ଶୁଦ୍ଧିର ସମୟ ୨୦ ମିନିଟ ହେବ। ଜାନୁଆରୀ ୧୯ ତାରିଖ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୦ ପର୍ଯ୍ୟନ୍ତ ଚାଲିବ। ଏହାପରେ ଜାନୁଆରୀ ୨୦ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ମୁହୁର୍ତ୍ତ ଶୁଦ୍ଧିର ସଂକଳ୍ପ ହେବ। ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ କାଶୀ କରିଡର ଉଦ୍‍ଘାଟନ ଏବଂ ରାମ ମନ୍ଦିରର ଶିଳାନ୍ୟାସ ପାଇଁ ସମୟ ସ୍ଥିର କରିଥିଲେ।

Categories
ବିଶେଷ ଖବର

୩ଟି ରାଜ୍ୟ ପାଇଁ ‘ଆଦିତ୍ୟ’ ହେଲେ ଯୋଗୀ, ଜାଣନ୍ତୁ କେଉଁ ଆସନରେ ପ୍ରଚାର କରିଥିଲେ ୟୁପି ମୁଖ୍ୟମନ୍ତ୍ରୀ ଓ ତା‘ର ସ୍ଥିତି

ନୂଆଦିଲ୍ଲୀ: ରବିବାର ସୂର୍ଯ୍ୟଙ୍କ କିରଣ ବାହାରିବା ପରେ ପଦ୍ମ ଫୁଟିବ ବୋଲି ମନେ ହେଉଥିଲା। ୪ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟ (ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼)ରେ ପଦ୍ମ ଫୁଟିଥିଲା। ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ ତେଲେଙ୍ଗାନାରେ ଚମତ୍କାର ପ୍ରଦର୍ଶନ କରିଛି। ଏହି ପ୍ରଦର୍ଶନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପଦ୍ମ ଫୁଟାଇବାକୁ ଦାୟିତ୍ୱ ନେଇଥିଲେ। ସବୁ ରାଜ୍ୟରେ ତାଙ୍କର ପ୍ରବଳ ଚାହିଦା ରହିଥିଲା। ପଦ୍ମ ଫୁଟାଇଙ୍କୁ ତାଙ୍କର ଅନୁରୋଧ ଚମତ୍କାର କାମ କରିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ଟି ରାଜ୍ୟରେ ୫୭ଟି ରାଲି କରି ୯୨ଟି ଆସନରେ ପଦ୍ମ ଫୁଟାଇବାକୁ ନିବେଦନ କରିଥିଲେ।
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟପ୍ରଦେଶରେ ବିଜେପି ସରକାର ଫେରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଠାରେ ଯୋଗୀ ଆଦିତ୍ୟନାଥ ୪ ଦିନରେ ୧୬ଟି ରାଲି କରି ୨୯ ଜଣ ପ୍ରାର୍ଥୀଙ୍କୁ ପଦ୍ମ ଫୁଟାଇବାକୁ ଅନୁରୋଧ କରିଥିଲେ। ରବିବାର ନିର୍ବାଚନ ଫଳାଫଳ ଆସିବା ପରେ ପଦ୍ମ ୨୨ଟି ଆସନରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ସୁଜଲପୁର – ଇନ୍ଦ୍ର ସିଂ ପରମାର- ବିଜୟୀ,
କଳାପିପାଳ – ଘନଶ୍ୟାମ ଚନ୍ଦ୍ରବଂଶୀ – ବିଜୟୀ
ଆଶିଷ ଗୋବିନ୍ଦ ଶର୍ମା – ଖଟେଗାଁ – ବିଜୟୀ
ସୋନକାଛ – ରାଜେଶ ସୋନକର – ବିଜୟୀ
ବାଗଲି – ମୁରଲୀ ଭାଉରା – ବିଜୟୀ
ନରସିଂହପୁର – ପ୍ରହ୍ଲାଦ ସିଂ ପଟେଲ – ବିଜୟୀ
ଗଦରୱାଲା – ରାଓ ଉଦୟ ପ୍ରତାପ ସିଂ – ବିଜୟୀ
ତେନ୍ଦୁଖେରା – ବିଶ୍ୱନାଥ ସିଂ ପଟେଲ – ବିଜୟୀ
ଗୋଟେଗାଁ – ମହେନ୍ଦ୍ର ନାଗେଶ – ବିଜୟୀ
ପନ୍ନା – ବ୍ରଜେନ୍ଦ୍ର ପ୍ରତାପ ସିଂହ – ବିଜୟୀ
ଉଦୟପୁର – ନରେନ୍ଦ୍ର ଶିବାଜୀ ପଟେଲ – ବିଜୟୀ
ଭୋଜପୁରା – ସୁରେନ୍ଦ୍ର ପଟୱା – ବିଜୟୀ
ସାଞ୍ଚି – ଡ. ପ୍ରଭୁରାମ ଚୌଧୁରୀ – ବିଜୟୀ
ରାଜନଗର – ଅରବିନ୍ଦ ପାଟେରିଆ – ବିଜୟୀ
ଚାନ୍ଦଲା – ଦିଲୀପ ଅହିରୱାର – ବିଜୟୀ
ଭୀଣ୍ଡ – ନରେନ୍ଦ୍ର ସିଂହ କୁଶୱାହା – ବିଜୟୀ
ଗ୍ୱାଲିୟର ଦକ୍ଷିଣ – ନାରାୟଣ ସିଂ କୁଶୱାହା – ବିଜୟୀ
ଗ୍ୱାଲିୟର – ପ୍ରଦ୍ୟୁମ୍ନ ସିଂ ତୋମାର – ବିଜୟୀ
ପୱାଇ – ପ୍ରହ୍ଲାଦ ଲୋଧି – ବିଜୟୀ
ମୁଙ୍ଗାଓଲି – ବ୍ରଜେନ୍ଦ୍ର ସିଂ ଯାଦବ – ବିଜୟୀ
ଚାନ୍ଦେରୀ – ଜଗନ୍ନାଥ ସିଂହ ରଘୁବଂଶୀ – ବିଜୟୀ
ବେରାସିଆ – ବିଷ୍ଣୁ ଖତ୍ରୀ – ବିଜୟୀ

ରାଜସ୍ଥାନରେ କ୍ଷମତାକୁ ଫେରିବାକୁ ଯୋଗୀଙ୍କ ଅବଦାନ

ରାଜସ୍ଥାନରେ ଅଶୋକ ଗେହଲଟଙ୍କୁ ପରାସ୍ତ କରି ବିଜେପି ସରକାରକୁ କ୍ଷମତାକୁ ଫେରାଇ ଆଣିବାରେ ଯୋଗୀ ଆଦିତ୍ୟନାଥ କର୍ମୀ ଭାବେ ଦଳକୁ ସମର୍ଥନ କରିଥିଲେ। ଯୋଗୀ ଆଦିତ୍ୟନାଥ ଯେଉଁ ଆସନରେ ପ୍ରଚାର କରିଥିଲେ ତାହାର ଫଳାଫଳ।

କେକ୍ରି – ଶତ୍ରୁଘ୍ନ ଗୌତମ – ବିଜୟୀ
ପୁଷ୍କର – ସୁରେଶ ସିଂ ରାୱତ – ବିଜୟୀ
ସାଙ୍ଗୋଦ – ହୀରାଲାଲ ନଗର – ବିଜୟୀ
ଆହୋର – ଛଗନ ସିଂହ ରାଜପୁରୋହିତ – ବିଜୟୀ
ସିୱାନା – ହମିର ସିଂ ଭୟାଲ – ବିଜୟୀ
କାଠୁମ୍ମାର – ରମେଶ ଖିଚି – ବିଜୟ
ଲାଲସୋତ – ରାମବିଳାସ ମୀନା – ବିଜୟୀ
ବଲ୍ଲଭ ନଗର – ଉଦୟଲାଲ ଡାଙ୍ଗୀ – ବିଜୟୀ
ଶାହପୁରା – ଲାଲାରାମ ବୈରୱା – ବିଜୟୀ
ସାହାରା – ଲଡୁଲାଲ ପିଟଲିଆ – ବିଜୟୀ
ମଣ୍ଡଳ – ଉଦୟଲାଲ ଭଡାନା – ବିଜୟୀ
ଯୋଧପୁର ସିଟି – ଅତୁଲ ଭଂସାଲୀ – ବିଜୟୀ
ସୁରସାଗର – ଦେବେନ୍ଦ୍ର ଯୋଶୀ – ବିଜୟ
ତିଜରା – ବାଲକନାଥ – ବିଜୟୀ
ଝୋଟୱାରା – କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂ ରାଠୋର – ବିଜୟୀ

ଛତିଶଗଡ଼ରେ ମଧ୍ୟ ଖେଳିଲା ଯୋଗୀଙ୍କ ଯାଦୁ

ଛତିଶଗଡ଼ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯାଦୁ ଖେଳିଛି। ପାଣ୍ଡରିଆରୁ ଭାବନା ବୋହରା, କୱାର୍ଧାରୁ ବିଜୟ ଶର୍ମା ଏବଂ ରାଜନନ୍ଦଗାଓଁରୁ ଡାକ୍ତର ରମଣ ସିଂହ ନିର୍ବାଚନ ଜିତିଛନ୍ତି । ସାଜାରୁ ଈଶ୍ୱର ସାହୁ ଯଥେଷ୍ଟ ବ୍ୟବଧାନରେ ଆଗୁଆ ଅଛନ୍ତି। ଯେଉଁ ଆସନରୁ ପ୍ରଚାର ଆରମ୍ଭ ହୋଇଥିଲା, ସେଠାରେ ମଧ୍ୟ ବିଜେପି ବିଜୟୀ ଯେଉଁ ଆସନରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର ଆରମ୍ଭ କରିଥିଲେ ସେଠାରୁ ବିଜେପି ଏହି ଆସନ ଜିତି ଭଲ ଆରମ୍ଭ କରିଥିଲା। ଗତଥର ତେଲେଙ୍ଗାନାରେ ବିଜେପି ଗୋଟିଏ ଆସନ ରେ ବିଜୟୀ ହୋଇଥିବାବେଳେ ଏଥର ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯୋଗୀ ଆଦିତ୍ୟନାଥ ପ୍ରଚାର କରି ପଦ୍ମ ଫୁଟାଇବା ପାଇଁ ଆହ୍ୱାନ ଦେଇଥିବା ସିରପୁରରୁ ଡକ୍ଟର ପଲୱାଇ ହରିଶ ବାବୁ ଏବଂ ଘୋଷା ମହଲରୁ ଟି ରାଜା ସିଂହ ବିଜୟୀ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶର ମଥୁରାରେ ସନ୍ଥ ମୀରାବାଇଙ୍କ ଜନ୍ମୋତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତରପ୍ରଦେଶର ମଥୁରାଠାରେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସନ୍ଥ ମୀରାବାଇ ଜନ୍ମୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ସନ୍ଥ ମୀରା ବାଇଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ସେ ଏକ ପ୍ରଦର୍ଶନୀରେ ବୁଲିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଛନ୍ତି। ଏହି ଅବସରରେ ସନ୍ଥ ମୀରାବାଇଙ୍କ ସ୍ମୃତିରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରି ବ୍ରଜ ଭୂମିରେ ଏବଂ ବ୍ରଜବାସୀଙ୍କ ଗହଣରେ ଉପସ୍ଥିତ ଥିବାରୁ ଖୁସି ଓ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ଏହି ଭୂମିର ଦିବ୍ୟ ମହତ୍ତ୍ୱ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଭଗବାନ ଶ୍ରୀକୃଷ୍ଣ, ରାଧା ରାଣୀ, ମୀରା ବାଇ ଏବଂ ବ୍ରଜର ସମସ୍ତ ସନ୍ଥଙ୍କୁ ପ୍ରଣାମ କରିଥିଲେ । ମଥୁରାର ସାଂସଦ ଭାବରେ ଶ୍ରୀମତୀ ହେମା ମାଳିନୀଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିମଗ୍ନ କରିଛନ୍ତି ।

ଗୁଜରାଟ ସହିତ ଭଗବାନ କୃଷ୍ଣ ଏବଂ ମୀରାବାଈଙ୍କ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ତାଙ୍କ ମଥୁରା ଗସ୍ତକୁ ଆହୁରି ସ୍ୱତନ୍ତ୍ର କରିଥାଏ । “ଗୁଜରାଟ ଗସ୍ତ କରିବା ପରେ ମଥୁରାର କହ୍ନୈୟା ଦ୍ୱାରକାଧୀଶରେ ପରିଣତ ହୋଇଥିଲେ”, ସେ  କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ରାଜସ୍ଥାନରୁ ଆସି ମଥୁରାର କୋଣଅନୁକୋଣକୁ ସ୍ନେହ ଏବଂ ପ୍ରେମରେ ଭରି ଦେଇଥିବା ସନ୍ଥ ମୀରାବାଇ ଗୁଜରାଟର ଦ୍ୱାରକାରେ ତାଙ୍କ ଜୀବନର ଶେଷ ଦିନ ବିତାଇଥିଲେ । ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ବ୍ୟାପିଥିବା ଥିବା ବ୍ରଜ ଭୂମି ଦର୍ଶନ କରିବାର ସୁଯୋଗ ମିଳିବା ପରେ ଗୁଜରାଟର ଲୋକମାନେ ଏହାକୁ ଦ୍ୱାରକାଧୀଶଙ୍କ ଆଶୀର୍ବାଦ ବୋଲି ବିବେଚନା କରନ୍ତି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ୨୦୧୪ ମସିହାରେ ସେ ବାରଣାସୀରୁ ସାଂସଦ ହେବା ପରଠାରୁ ଉତ୍ତରପ୍ରଦେଶର ଅଂଶ ବିଶେଷ ହୋଇ ରହି ଆସିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ କେବଳ ଏକ ଜୟନ୍ତୀ ନୁହେଁ ବରଂ ‘‘ଭାରତରେ ପ୍ରେମର ବ୍ୟାପକ ସଂସ୍କୃତି ଏବଂ ପରମ୍ପରାର ଏକ ଉତ୍ସବ। ନର ଓ ନାରାୟଣ, ଜୀବ ଓ ଶିବ, ଭକ୍ତ ଓ ଭଗବାନଙ୍କୁ ଏକ ଭାବରେ ବିବେଚନା କରୁଥିବା ଚିନ୍ତାଧାରାର ଏକ ଉତ୍ସବ।’’

ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, ମୀରାବାଇ ବଳିଦାନ ଏବଂ ବୀରତ୍ୱର ଭୂମି ରାଜସ୍ଥାନରୁ ଆସିଥିଲେ । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ୮୪ ‘କୋଶ’ ବ୍ରଜ ମଣ୍ଡଳ ଉଭୟ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ଅଂଶ ବିଶେଷ। ମୀରାବାଇ ଭକ୍ତି ଓ ଆଧ୍ୟାତ୍ମିକତା ସହ ଭାରତୀୟ ଚେତନାକୁ ପୋଷଣ କରିଥିଲେ। ତାଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆମକୁ ଭାରତର ଭକ୍ତି ପରମ୍ପରା ସହିତ ଭାରତର ବୀରତ୍ୱ ଏବଂ ବଳିଦାନ ବିଷୟରେ ମନେ ପକାଇଦିଏ କାରଣ ରାଜସ୍ଥାନବାସୀ ଭାରତର ସଂସ୍କୃତି ଏବଂ ଚେତନାକୁ ରକ୍ଷା କରିବା ଲାଗି ପ୍ରାଚୀର ପରି ଅଟଳ ରହିଥିଲେ ।

‘‘ଭାରତ ପ୍ରାଚୀନ କାଳରୁ ନାରୀ ଶକ୍ତିକୁ ସମ୍ମାନ ଦେଇ ଆସୁଛି’’, ବୋଲି ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ରଜବାସୀମାନେ ହିଁ ଏହାକୁ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, କହ୍ନେୟାଙ୍କ ଭୂମିରେ ପ୍ରତ୍ୟେକ ସ୍ୱାଗତ, ଅଭିଭାଷଣ ଏବଂ ସମ୍ବର୍ଦ୍ଧନା ‘ରାଧେ ରାଧେ’ରୁ ଆରମ୍ଭ ହୋଇଥାଏ। “ରାଧାଙ୍କ ସହ ଯୋଡ଼ି ହେଲେ ହିଁ କୃଷ୍ଣଙ୍କ ନାମ ସମ୍ପୂର୍ଣ୍ଣ ହୋଇଯାଏ”, ଶ୍ରୀ ମୋଦୀ କହିଥିଲେ। ଏହି ଆଦର୍ଶକୁ ସେ ଦେଶ ନିର୍ମାଣ ଏବଂ ସମାଜ ପାଇଁ ମାର୍ଗ ପ୍ରଶସ୍ତ କରିବା ଦିଗରେ ମହିଳାଙ୍କ ଅବଦାନକୁ ଶ୍ରେୟ ଦେଇଥିଲେ। ମୀରାବାଈଙ୍କୁ ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ତାଙ୍କ ଦ୍ୱାରା ଏକ କବିତା ପାଠ କରିଥିଲେ । ଆକାଶ ଏବଂ ପୃଥିବୀ ମଧ୍ୟରେ ଯାହା ବି ପଡ଼ିବ ତାହା ଦିନେ ଶେଷ ହୋଇଯିବ ବୋଲି କବିତାର ଅନ୍ତର୍ନିହିତ ବାର୍ତ୍ତାକୁ ସେ ବୁଝାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୀରାବାଇ ସେହି କଠିନ ସମୟରେ ଦେଖାଇ ଦେଇଛନ୍ତି ଯେ ଜଣେ ମହିଳାଙ୍କ ଆଭ୍ୟନ୍ତରୀଣ ଶକ୍ତି ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରିବାରେ ସକ୍ଷମ । ସନ୍ଥ ରବିଦାସ ତାଙ୍କର ଗୁରୁ ଥିଲେ। ସନ୍ଥ ମୀରାବାଇ ମଧ୍ୟ ଜଣେ ମହାନ ସମାଜ ସଂସ୍କାରକ ଥିଲେ । ତାଙ୍କର ପଦ୍ୟାବଳୀଗୁଡ଼ିକ ଆଜି ବି ଆମକୁ ମାର୍ଗ ଦେଖାଇଥାଏ। ସେ ଆମକୁ ନିର୍ଦ୍ଦିଷ୍ଟ ଧାରଣାରେ ବାନ୍ଧି ହୋଇ ନ ରହି ଆମର ମୂଲ୍ୟବୋଧ ସହିତ ଜଡ଼ିତ ରହିବାକୁ ଶିକ୍ଷା ଦିଅନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତର ଅମରତ୍ୱ ଭାବନା ଉପରେ ଆଲୋକପାତ କରି କହିଥିଲେ, ଯେତେବେଳେ ଭାରତର ଚେତନା ଆକ୍ରମଣର ଶିକାର ହୋଇଛି କିମ୍ବା ଦୁର୍ବଳ ହୋଇଛି ସେତେବେଳେ ଦେଶର କୌଣସି ପ୍ରାନ୍ତରୁ ଏକ ଜାଗ୍ରତ ଶକ୍ତି ଉତ୍ସ ସର୍ବଦା ସୃଷ୍ଟି ହୋଇଛି । ସେ କହିଥିଲେ ଯେ, କିଛି ବିଶିଷ୍ଟ ବ୍ୟକ୍ତି ଯୋଦ୍ଧା ହୋଇଥିବା ବେଳେ କିଛି ସାଧୁ ହୋଇଥିଲେ। ଭକ୍ତି କାଳର ସନ୍ଥ ଦକ୍ଷିଣ ଭାରତର ଅଲୱର ଓ ନୟନାର ସନ୍ଥ ଏବଂ ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟ, ଉତ୍ତର ଭାରତର ତୁଲସୀଦାସ, କବୀରଦାସ, ରବିଦାସ ଓ ସୁରଦାସ, ପଞ୍ଜାବର ଗୁରୁ ନାନକ ଦେବ, ପୂର୍ବବଙ୍ଗର ଚୈତନ୍ୟ ମହାପ୍ରଭୁ, ଗୁଜରାଟର ନରସିଂହ ମେହେଟା ଏବଂ ପଶ୍ଚିମରେ ମହାରାଷ୍ଟ୍ରର ତୁକାରାମ ଓ ନାମଦେବଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ତ୍ୟାଗର ମାର୍ଗ ତିଆରି କରିଥିଲେ ଏବଂ ଭାରତର ଚେତନାକୁ ମଧ୍ୟ ଆକାର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦିଓ ସେମାନଙ୍କ ଭାଷା ଓ ସଂସ୍କୃତି ପରସ୍ପରଠାରୁ ଭିନ୍ନ ଥିଲା, ତଥାପି ସେମାନଙ୍କ ବାର୍ତ୍ତା ସମାନ ଏବଂ ସେମାନେ ନିଜ ଭକ୍ତି ଏବଂ ଜ୍ଞାନ ଦ୍ୱାରା ସମଗ୍ର ଦେଶକୁ ଆଲୋକିତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ମଥୁରା ହେଉଛି ‘ଭକ୍ତି ଆନ୍ଦୋଳନ’ର ବିଭିନ୍ନ ଧାରାର ସଙ୍ଗମସ୍ଥଳୀ। ସେ ମାଲୁକ ଦାସ, ଚୈତନ୍ୟ ମହାପ୍ରଭୁ, ମହାପ୍ରଭୁ ବଲ୍ଲଭଚାର୍ଯ୍ୟ, ସ୍ୱାମୀ ହରି ଦାସ ଏବଂ ସ୍ୱାମୀ ହିତ ହରିବଂଶ ମହାପ୍ରଭୁଙ୍କ ଉଦାହରଣ ଦେଇଥିଲେ, ଯେଉଁମାନେ ଦେଶରେ ନୂତନ ଚେତନା ଜାଗ୍ରତ କରାଇଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ଆଜି ଏହି ଭକ୍ତି ଯଜ୍ଞକୁ ଆଗେଇ ନିଆଯାଉଛି ବୋଲି ସେ କହିଥିଲେ।

ଭାରତର ଗୌରବମୟ ଅତୀତର ଭାବନାରୁ ବଞ୍ଚିତ ଲୋକମାନେ ଦାସତ୍ୱର ମାନସିକତାରୁ ନିଜକୁ ମୁକ୍ତ କରି ପାରିନଥିବାରୁ ମଥୁରାକୁ ସେଭଳି ଗୁରୁତ୍ୱ ମିଳୁନାହିଁ ଏବଂ ବ୍ରଜ ଭୂମି ବିକାଶରୁ ବଞ୍ଚିତ ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଅମୃତ କାଳର ଏହି ସମୟରେ ଦେଶ ପ୍ରଥମ ଥର ପାଇଁ ଦାସତ୍ୱ ମାନସିକତାରୁ ବାହାରିଛି । ସେ କହିଛନ୍ତି ଯେ ଲାଲକିଲ୍ଲାର ପ୍ରାଚୀରରୁ ପଞ୍ଚ ପ୍ରାଣ ଶପଥ ନିଆଯାଇଛି। କାଶୀ ବିଶ୍ୱନାଥ ଧାମ, କେଦାର ନାଥ ଧାମର ପୁନର୍ବିକାଶ ଏବଂ ଶ୍ରୀରାମ ମନ୍ଦିରର ଆଗାମୀ ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିକାଶର ଏହି ଦୌଡ଼ରେ ମଥୁରା ଏବଂ ବ୍ରଜ ପଛରେ ରହିବେ ନାହିଁ। ବ୍ରଜର  ବିକାଶ ପାଇଁ ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ପ୍ରତିଷ୍ଠା ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଭକ୍ତଙ୍କ ସୁବିଧା ଓ ତୀର୍ଥଯାତ୍ରାର ବିକାଶ ପାଇଁ ଏହି ପରିଷଦ ଅନେକ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

ସମଗ୍ର ଅଞ୍ଚଳ କାହ୍ନାର ‘ଲୀଳା’ ସହ ଜଡ଼ିତ ବୋଲି ଶ୍ରୀ ମୋଦୀ ଦୋହରାଇଥିଲେ । ବ୍ରଜ ଅଞ୍ଚଳ ଅଧୀନରେ ଥିବା ମଥୁରା, ବୃନ୍ଦାବନ, ଭରତପୁର, କରୌଲି, ଆଗ୍ରା, ଫିରୋଜାବାଦ, କାସଗଞ୍ଜ, ପଲୱାଲ, ବଲ୍ଲଭଗଡ଼ ଭଳି ସ୍ଥାନର ଉଦାହରଣ ସେ ଦେଇଥିଲେ ଯାହା ବିଭିନ୍ନ ରାଜ୍ୟରେ ପଡ଼େ । ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି ସମଗ୍ର ଅଞ୍ଚଳର ବିକାଶ ପାଇଁ ପ୍ରୟାସ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ବ୍ରଜ ଅଞ୍ଚଳ ଏବଂ ଦେଶରେ ଘଟୁଥିବା ପରିବର୍ତ୍ତନ ଓ ବିକାଶ କେବଳ ବ୍ୟବସ୍ଥାର ପରିବର୍ତ୍ତନ ନୁହେଁ ବରଂ ଦେଶର ପୁନଃଜାଗ୍ରତ ଚେତନାର ପରିବର୍ତ୍ତିତ ପ୍ରକୃତିର ପ୍ରତୀକ । “ମହାଭାରତ ଏହି ପ୍ରମାଣ ଦେଇଥାଏ ଯେ ଭାରତ ଯେଉଁଠାରେ ପୁନର୍ଜନ୍ମ ନେଇଛି, ତା’ ପଛରେ ନିଶ୍ଚୟ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଛି।” ସେ ଶେଷରେ କହିଥିଲେ ଯେ ଦେଶ ଏହାର ସଂକଳ୍ପ ପୂରଣ କରିବ ଏବଂ ଏକ ବିକଶିତ ଭାରତ ନିର୍ମାଣ କରିବ।

ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଏବଂ ମଥୁରା ସାଂସଦ ହେମା ମାଳିନୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଚମକ: ପଛରେ ପଡିଲେ ରାହୁଲ ଗାନ୍ଧୀ, ଶାହାରୁଖ ଖାନଙ୍କ ସମେତ ଏହି ବଡ ନାମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ସୋସିଆଲ ମିଡିଆ ଦୁନିଆର ବହୁ ଚର୍ଚ୍ଚିତ ରାଜନେତା ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ହ୍ୟାସଟ୍ୟାଗ ଟ୍ରାକିଂ ଉପକରଣ ‘ଟ୍ୱିଟ୍ ବାଇଣ୍ଡର୍’ର ସମ୍ପ୍ରତି ରାଙ୍କିଙ୍ଗ୍ ଏହା ନିଶ୍ଚିତ କରିଛି। ଟ୍ୱିଟ୍ ବାଇଣ୍ଡର୍ ଦ୍ଵାରା ପ୍ରକାଶିତ ରାଙ୍କିଙ୍ଗ ଅନୁଯାୟୀ, ଅକ୍ଟୋବର ୨୦୨୩ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଯେଉଁ ଆକାଉଣ୍ଟ ଉପରେ ଅଧିକ ଚର୍ଚ୍ଚା କରାଯାଇଛି, ସେହି ରାଜନେତା ହେଉଛନ୍ତି ଯୋଗୀ ଆଦିତ୍ୟନାଥ।

ପଛରେ ପଡିଲେ ରାହୁଲ ଗାନ୍ଧୀ:

ଟ୍ୱିଟ୍ ବାଇଣ୍ଡର୍ ଦ୍ଵାରା ପ୍ରକାଶିତ ରାଙ୍କିଙ୍ଗ୍ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଯୋଗୀ ଲୋକପ୍ରିୟତା ଦୃଷ୍ଟିରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପଛରେ ପକାଇଦେଇଛନ୍ତି। ସେ ରାହୁଲ ଗାନ୍ଧୀଙ୍କଠାରୁ ବହୁତ ଆଗରେ ଅଛନ୍ତି। ସିଏମ ଯୋଗୀଙ୍କଠାରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଦକ୍ଷିଣ ଅଭିନେତା ବିଜୟ ଆଗରେ ଅଛନ୍ତି।

ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଭାରତରେ X ବ୍ୟବହାରକାରୀଙ୍କ ପୋଷ୍ଟ ସଂଖ୍ୟା ଆଧାରରେ ଟ୍ୱିଟ୍ ବାଇଣ୍ଡର୍ ଏହି ରାଙ୍କିଙ୍ଗ୍ ପ୍ରସ୍ତୁତ କରିଛି। ଟ୍ୱିଟ୍ ବାଇଣ୍ଡର୍ ହେଉଛି ଏକ ହ୍ୟାସଟ୍ୟାଗ୍ ଆନାଲିଟିକ୍ସ ଏବଂ ଫଲୋଅର୍ ଟ୍ରାକିଂ ଟୁଲ୍। ଯାହା ଟ୍ୱିଟର ହ୍ୟାସଟ୍ୟାଗ ଆନାଲିଟିକ୍ସ ଏବଂ ଟ୍ୱିଟର ମନିଟରିଂ ପାଇଁ ଡିଜାଇନ୍ କରାଯାଇଛି।

ଟ୍ୱିଟ୍ ବାଇଣ୍ଡର୍ ରାଙ୍କିଙ୍ଗ୍ ଅନୁଯାୟୀ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା, ଅଭିନେତା ସଲମାନ୍ ଖାନ୍, ରାହୁଲ ଗାନ୍ଧୀ, ଶାହାରୁଖ ଖାନ୍ ଏବଂ ଅକ୍ଷୟ କୁମାର ମଧ୍ୟ ସିଏମ୍ ଯୋଗୀଙ୍କ ପଛରେ ନଜର ଆସିଛନ୍ତି। ଇଣ୍ଟରନେଟ୍ ମିଡିଆରେ ସିଏମ୍ ଯୋଗୀଙ୍କୁ ସବୁଠାରୁ ସକ୍ରିୟ ତଥା ଲୋକପ୍ରିୟ ରାଜନେତା ଭାବରେ ଗଣାଯାଏ। ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମ X ରେ ଯୋଗୀଙ୍କ ୨.୬୫ କୋଟି ଅନୁସରଣକାରୀ ଅଛନ୍ତି। ଏହା ସହିତ ଇନଷ୍ଟାଗ୍ରାମରେ ତାଙ୍କର ଅନୁଗାମୀମାନଙ୍କ ସଂଖ୍ୟା ୭୭ ଲକ୍ଷ ଅତିକ୍ରମ କରିଛି।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଅନ୍ୟାନ୍ୟ ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ସକ୍ରିୟ ଅଛନ୍ତି। କୋ ଆପ୍ ରେ ତାଙ୍କର ଅନୁସରଣକାରୀଙ୍କ ସଂଖ୍ୟା ମଧ୍ୟ ୬୮ ଲକ୍ଷ ଏବଂ ସେ ଏହି ପ୍ଲାଟଫର୍ମରେ ଶୀର୍ଷରେ ଅଛନ୍ତି। ସମ୍ପ୍ରତି, ସିଏମ୍ ଯୋଗୀଙ୍କ ହ୍ଵାଟସ୍ ଆପ୍ ଚ୍ୟାନେଲ୍ ମଧ୍ୟ ଆରମ୍ଭ ହୋଇଛି ଯେଉଁଥିରେ ପ୍ରାୟ ୧୫ ଲକ୍ଷ ଅନୁସରଣକାରୀ ଯୋଗ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତର ପ୍ରଦେଶର ସମସ୍ତ ଗ୍ରାମକୁ ଓଡିଏଫ ପ୍ଲସ ଶ୍ରେଣୀ ହାସଲ କରିଥିବାରୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଉତର ପ୍ରଦେଶର ଶହେ ପ୍ରତିଶତ ଗ୍ରାମ ଦ୍ୱାରା ଓଡିଏଫ (ଖୋଲାରେ ଶୌଚମୁକ୍ତ) ପ୍ଲସ ସ୍ଥିତି ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି।

ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ବହୁତ ବହୁତ ଶୁଭେଚ୍ଛା! ବାପୁଙ୍କ ଜୟନ୍ତୀର ଠିକ ପୂର୍ବରୁ ଉତର ପ୍ରଦେଶର ଏହି ଅଭୂତପୂର୍ବ ଉପଲବ୍ଧି ସମଗ୍ର ଦେଶକୁ ପ୍ରେରଣା ଦେବ। ସ୍ୱଚ୍ଛତା କ୍ଷେତ୍ରରେ ଆମର ନିରନ୍ତର ପ୍ରୟାସ ନାରୀ ଶକ୍ତିର ସମ୍ମାନ ସହିତ ଆମର ସମସ୍ତ ପରିବାରଜନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ।’’

Categories
ବିଶେଷ ଖବର

‘ଯୋଗୀଙ୍କୁ ପ୍ରଧାନମନ୍ତ୍ରୀ କର, ସେ ମୋଦୀଙ୍କ ଠାରୁ ଭଲ’, ଏଭଳି କାହିଁକି କହିଲେ ରାକେଶ ଟିକାୟେତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି। ସମସ୍ତ ଦଳ ସେମାନଙ୍କର ରାଜନୈତିକ ସମୀକରଣକୁ ସୁଧାରିବା ଆରମ୍ଭ କରିଛନ୍ତି। ବୈଠକ ପର୍ଯ୍ୟାୟ ଜାରି ରହିଛି। ଏହି ସମୟରେ କୁସ୍ତି ଆନ୍ଦୋଳନର ଏକ ଅଂଶ ହୋଇଥିବା କୃଷକ ନେତା ରାକେଶ ଟିକାୟେତ ମଧ୍ୟ ସମ୍ପୂର୍ଣ୍ଣ ସକ୍ରିୟ ଥିବା ଜଣାପଡିଛି। କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ରାକେଶ ଟିକାୟେତ ସରକାରଙ୍କ ଉପରେ ତୀକ୍ଷ୍ଣ ପ୍ରଶ୍ନ ଉଠାଉଛନ୍ତି।

ଏବିପି ନ୍ୟୁଜ୍ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ପ୍ରେସ୍ କନଫରେନ୍ସ’ରେ କଥା ହେଉଥିବାବେଳେ ରାକେଶ ଟିକାୟେତ ୨୦୨୪ରେ ପ୍ରଧାନମନ୍ତ୍ରୀ ହେବା ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଟିକାୟେତ ଏକ ବିବୃତ୍ତି ମଧ୍ୟ ଦେଇଛନ୍ତି ଯେଉଁଥିରେ ଦେଶର ସାଧାରଣ ଲୋକମାନେ ମଧ୍ୟ ଅନେକ ସର୍ଭେରେ ନିଜର ମତ ଦେଇଛନ୍ତି। ବାସ୍ତବରେ, ଏବିପି ନ୍ୟୁଜକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ୨୦୨୪ ରେ କିଏ ପ୍ରଧାନମନ୍ତ୍ରୀ ହେବେ ସେନେଇ ଟିକାୟେତ ଉତ୍ତର ଦେଉଥିଲେ। ଏହି ସମୟରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରିବା ବିଷୟରେ କହିଥିଲେ।

ନରେନ୍ଦ୍ର ମୋଦୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ କି?:

ରାକେଶ ଟିକାୟେତଙ୍କୁ ପଚରାଯାଇଥିଲା ଯେ ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ୨୦୨୪ ମସିହାରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ନରେନ୍ଦ୍ର ମୋଦୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପୂରଣ କରିବେ ନାହିଁ … କାରଣ ସେ ମଧ୍ୟଭାଗରୁ ବିଦାୟ ନେବେ … ତାଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାର ଅଛି।”

ଯେତେବେଳେ ରାକେଶ ଟିକାୟେତଙ୍କୁ ପଚରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପୂରଣ କରିପାରିବେ ନାହିଁ, ତେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ? ଏହା ଉପରେ ଟିକାୟେତ ଜୋରଦାର କହିଛନ୍ତି ଯେ,- ଯୋଗୀ ଜୀଙ୍କୁ ଏହି ପଦବୀ ଦିଅନ୍ତୁ (ପ୍ରଧାନମନ୍ତ୍ରୀ ପଦ)। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ସେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପେକ୍ଷା ଭଲ। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କର ଗୋଟିଏ କଥା ମଧ୍ୟ ଶୁଣନ୍ତି ନାହିଁ ବୋଲି ଟିକାୟେତ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ: ଜାଣନ୍ତୁ ଦେଶର ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ଗଠନ କରିବ ସରକାର?

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ୩୦ ଟି ରାଜ୍ୟରେ ନିର୍ବାଚିତ ସରକାର ଅଛନ୍ତି। ଏଥିରେ ଦିଲ୍ଲୀ ଏବଂ ପୁଡୁଚେରୀ ଭଳି କେନ୍ଦ୍ର ଶାସିତ ଅଞ୍ଚଳ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ସମ୍ପ୍ରତି ଏକ ସର୍ଭେ ବାହାରିଛି ଯେଉଁଥିରେ ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ବିଷୟରେ ଲୋକଙ୍କୁ ସେମାନଙ୍କ ମତାମତ ପଚରାଯାଇଥିଲା। ଏଥିରେ ଲୋକମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ବୋଲି କହିଥିଲେ।

ନିକଟରେ ଇଣ୍ଡିଆ ଟୁଡେ ଏବଂ ସି-ଭୋଟର ଦ୍ୱାରା କରାଯାଇଥିବା ସର୍ଭେରେ ଦେଶର ମୁଡ ଜାଣିବାକୁ ଚେଷ୍ଟା କରାଯାଇଛି। ଏହି ସର୍ବେକ୍ଷଣରେ, ଯେତେବେଳେ ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଯୋଗୀ ଆଦିତ୍ୟନାଥ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିଲେ। ସର୍ବେକ୍ଷଣ ଅନୁଯାୟୀ, ୩୯.୧ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ସର୍ବୋତ୍ତମ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବରେ ବାଛିଛନ୍ତି।

ଯୋଗୀ ଆଦିତ୍ୟନାଥଙ୍କ ପରେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି। ୧୬ ପ୍ରତିଶତ ଲୋକ ଅରବିନ୍ଦ କେଜ୍ରିୱାଲଙ୍କୁ ପସନ୍ଦ କରିଥିବାବେଳେ ୭.୩ ପ୍ରତିଶତ ଲୋକ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ତାଲିକାରେ ତୃତୀୟ ସ୍ଥାନରେ ଥିବା ମମତା ବାନାର୍ଜୀଙ୍କୁ ପସନ୍ଦ କରିଛନ୍ତି।

ସର୍ଭେ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଲୋକପ୍ରିୟତା ତାଙ୍କ କାମ ଯୋଗୁଁ ବୃଦ୍ଧି ପାଇଛି। ଏଥି ସହିତ ଗତ ବର୍ଷ ଅଗଷ୍ଟ ତୁଳନାରେ ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତା ୬ ପ୍ରତିଶତ ହ୍ରାସ ପାଇଛି। ଅଗଷ୍ଟ ୨୦୨୨ ରେ, କେଜ୍ରିୱାଲ ୨୨ ପ୍ରତିଶତ ଲୋକଙ୍କ ପସନ୍ଦ ଥିଲେ। ଗତ ବର୍ଷ ଠାରୁ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ମଧ୍ୟ ୧ ପ୍ରତିଶତ ହ୍ରାସ ପାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଦେଶର ୩୦ ଟି ରାଜ୍ୟରେ ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଏକ ସର୍ଭେ କରାଯାଇଥିଲା। ଏଥିରେ ୧,୪୦,୯୧୭ ଜଣ ଅଂଶଗ୍ରହଣ କରିଥିବା ଦାବି କରାଯାଇଛି।

୨୦୨୪ ରେ କାହାର ସରକାର ଗଠନ ହେବ?:

ଏହି ସର୍ଭେରେ ଏକ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା ଯେ, ଯଦି ଆଜି ନିର୍ବାଚନ ଅନୁଷ୍ଠିତ ହୁଏ ତେବେ କାହାର ସରକାର ଗଠନ ହେବ। ଏହି ସର୍ଭେରେ ପୁଣି ଥରେ କେନ୍ଦ୍ରରେ ଏନଡିଏ ସରକାର ଗଠନ କରାଯାଉଛି। ବିଜେପିକୁ ୨୮୪ ଟି ଆସନ ମିଳିବ ବୋଲି କୁହାଯାଇଛି। କଂଗ୍ରେସର ପ୍ରଦର୍ଶନ ଉନ୍ନତ ହୋଇଛି, କିନ୍ତୁ ଅଧିକ ନୁହେଁ। କଂଗ୍ରେସ ୬୮ ଟି ଆସନ ପାଉଥିବା ଜଣାପଡିଛି। ଏଥି ସହିତ ୧୯୧ ଟି ଆସନ ଅନ୍ୟ ଦଳକୁ ଯାଉଥିବା ଦେଖାଯାଉଛି। ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ପସନ୍ଦିତ ରାଜନେତା ଅଟନ୍ତି। ସର୍ଭେରେ ଭାଗ ନେଉଥିବା ୭୨ ପ୍ରତିଶତ ଲୋକ ସେମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର

‘ସାମୁହିକ ବିବାହ ସମାରୋହ’: ବିବାହ ବନ୍ଧନରେ ବାନ୍ଧି ହେଲେ ହଜାରରୁ ଉର୍ଦ୍ଧ୍ଵ ଦମ୍ପତ୍ତି, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭକାମନା

ଗୋରଖପୁର: ଗୋରଖପୁରର ବିବାହ ପଞ୍ଚମି ଅବସରରେ ‘ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା’ ଅଧୀନରେ ଆୟୋଜିତ ହୋଇଥିବା ‘ସାମୁହିକ ବିବାହ ସମାରୋହ’ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଭଲ ନଥିଲା, ତାଙ୍କ ଘରେ ଝିଅମାନଙ୍କର ବିବାହ ଏକ ବଡ ସମସ୍ୟା ଥିଲା। ଅନେକ ଝିଅ କୁମାରୀ ରହିଯାଉଥିଲେ। ୨୦୧୭ରେ ଯେତେବେଳେ ରାଜ୍ୟରେ ଡବଲ୍ ଇଞ୍ଜିନ୍ ବିଜେପି ସରକାର ଗଠନ ହେଲା, ସେତେବେଳେ ଏହି ସମସ୍ୟାର ସମାଧାନ ପାଇଁ ‘ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା’ ଆରମ୍ଭ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ‘ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଦମ୍ପତିଙ୍କୁ ପ୍ରଥମେ ୩୧ ହଜାର ଦିଆଯାଇଥିଲା ଏବଂ ଏହା ପରେ ଏହି ପରିମାଣ ୫୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ଦୁଇ ଲକ୍ଷ ବିବାହ ଅନୁଷ୍ଠିତ ହୋଇଯାଇଛି। ସମସ୍ତେ ବାଲ୍ୟ ବିବାହ ଏବଂ ଯୌତୁକ କୁପ୍ରଥା ବିରୁଦ୍ଧରେ ସଂକଳ୍ପ ନେବା ଉଚିତ୍। ଯୌତୁକ ମୁକ୍ତ ବିବାହ, ବହୁ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ କରି, ଆମେ ସମସ୍ତେ ଯୌତୁକ ନିର୍ଯାତନା ଏବଂ ଏହା ସହିତ ଜଡିତ ଅନ୍ୟ କୁପ୍ରଥା ସମାଧାନରେ ସହଯୋଗ କରିପାରିବା।

ଗୋରଖପୁର କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ ଦମ୍ପତି ବିବାହ କରିଥିଲେ। ନବ ବିବାହିତାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ‘ସାମୁହିକ ବିବାହ ପରି ଆୟୋଜନ ଦ୍ଵାରା ବାଲ୍ୟ ବିବାହ ଏବଂ ଯୌତୁକ ଭଳି କୁପ୍ରଥା ଉପରେ ଅଙ୍କୁଶ ଲାଗିଥାଏ। ଆଜି ହେଉଛି ବିବାହ ପଞ୍ଚମି। ଏହି ଦିନ ଭଗବାନ ଶ୍ରୀ ରାମ ଏବଂ ମାତା ଜାନକୀଙ୍କ ବିବାହ ହୋଇଥିଲା। ଏହି ତାରିଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ହେତୁ, ଆମେ ହଜାର ହଜାର ବର୍ଷ ପୂର୍ବେ ଶ୍ରୀରାମ-ଜାନକୀଙ୍କ ବିବାହର ପବିତ୍ର ସ୍ମୃତି ସହିତ ମଧ୍ୟ ସଂଯୋଗ କରୁଛୁ। ଏହା ଏକ ଖୁସି ଏବଂ ଭାଗ୍ୟଶାଳୀ ପରିବେଶ। ସାମୁହିକ ବିବାହ ସମାରୋହରେ ପହଞ୍ଚିଥିବା ସାଂସଦ ରବିକିଶନ କହିଛନ୍ତି ଯେ, ଡବଲ୍ ଇଞ୍ଜିନ ସରକାର ଜନ କଲ୍ୟାଣ କାର୍ଯ୍ୟର ଏକ ଉଦାହରଣ ଉପସ୍ଥାପନ କରୁଛନ୍ତି। ସାମୁହିକ ବିବାହ କାର୍ଯ୍ୟକ୍ରମ ଏହାର ଏକ ଅଂଶ। ପ୍ରତ୍ୟେକ ଧର୍ମର ଗରିବ ଝିଅମାନଙ୍କୁ ଧୁମଧାମରେ ବିବାହ କରିବା ସହିତ ସରକାର ସେମାନଙ୍କୁ ଘରୋଇ ଜିନିଷ ମଧ୍ୟ ଦେଉଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁର୍ନୀତି ଉପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଡେପୁଟି ଏସପି ଙ୍କୁ କଲେ କନଷ୍ଟେବଳ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ଦୁର୍ନୀତିରେ ଜଡିତ ଜଣେ ସର୍କଲ ଅଫିସର (ସିଓ) ଙ୍କୁ ପଦାବନତି ଏବଂ ତାଙ୍କୁ ଜଣେ କନଷ୍ଟେବଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ଲାଞ୍ଚ ନେବା ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରାଧିକରଣ ଅଧିକାରୀଙ୍କ ବିରୋଧରେ ଏହି କଠୋର ପଦକ୍ଷେପ ନେଇଛନ୍ତି।

ପ୍ରକୃତରେ, ଏହି ମାମଲା ୨୦୨୧ ମସିହାରୁ ଯେତେବେଳେ ରାମପୁରରେ ନିୟୋଜିତ ହୋଇଥିବା ତତ୍କାଳୀନ ଡେପୁଟି ଏସପି ବିଦ୍ୟା କିଶୋର ଶର୍ମାଙ୍କ ବିରୋଧରେ ଲାଞ୍ଚ ମାମଲା ଆସିଥିଲା। ଯାହା ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବିଦ୍ୟା କିଶୋର ଶର୍ମାଙ୍କ ଉପରେ ଅନୁଶାସନହୀନତା ସହ ସମସ୍ତ ଅଭିଯୋଗ ପାଇଁ ତଦନ୍ତ ଚାଲିଥିଲା। ଏହି ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯୋଗୀ ଡେପୁଟି ଏସପି ବିଦ୍ୟା କିଶୋର ଶର୍ମାଙ୍କୁ ଜଣେ କନଷ୍ଟେବଳ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ଉର୍ଦ୍ଦୁରେ ମଧ୍ୟ ଲେଖାଯିବ ସମସ୍ତ ସରକାରୀ ଡାକ୍ତରଖାନାର ନାମ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଉତ୍ତରପ୍ରଦେଶର ସରକାରୀ ଡାକ୍ତରଖାନାଗୁଡ଼ିକର ନାମ ବର୍ତ୍ତମାନ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ଲେଖାଯିବ। ୟୁପି ସରକାର ଦେଇଥିବା ଆଦେଶରେ ଏହା ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ଡାକ୍ତରଖାନାର ନାମ ରାଜ୍ୟରେ ହିନ୍ଦୀ ସହିତ ଉର୍ଦ୍ଦୁରେ ଲେଖାଯିବ। CHC-PHC ର ସମସ୍ତ ଜିଲ୍ଲା ଡାକ୍ତରଖାନା ଏବଂ କୋଠାର ନାମ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ରହିବ। ଏହି ପରିପ୍ରେକ୍ଷୀରେ ସମସ୍ତ ସିଏମଓଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି। ସରକାର ଦେଇଥିବା ଆଦେଶରେ ବିଲ୍ଡିଂର ନାମ ଲେଖିବା ସହିତ ହିନ୍ଦୀ ଏବଂ ଉର୍ଦ୍ଦୁରେ ଡାକ୍ତର ଏବଂ କର୍ମଚାରୀଙ୍କ ନାମ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ଉତ୍ତରପ୍ରଦେଶର ସମସ୍ତ ୧୬୭ ସରକାରୀ ଜିଲ୍ଲା ଡାକ୍ତରଖାନା, ୮୭୩ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୨୯୩୪ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ଲେଖାଯିବ। ଏଥି ସହିତ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସେମାନଙ୍କର ନାମ ପ୍ଲେଟରେ ହିନ୍ଦୀ ଏବଂ ଉର୍ଦ୍ଦୁରେ ମଧ୍ୟ ଲେଖିବେ। ଉଲ୍ଲେଖ ଯୋଗ୍ୟ ଯେ ଅକ୍ଟୋବର ୭ ତାରିଖ ୧୯୮୯ ରେ ଉର୍ଦ୍ଦୁକୁ ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦେବା ପାଇଁ ଭାଷା ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ନଭେମ୍ବର ୧୯ ତାରିଖ ୧୯୯୦ରେ ଏକ ଆଦେଶ ଜାରି କରାଯାଇଥିଲା।

Categories
ବିଶେଷ ଖବର

ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କୁ ଟପିଲେ ଯୋଗୀ ଆଦିତ୍ୟନାଥ, ପଢନ୍ତୁ କେଉଁ ମୁଖ୍ୟମନ୍ତ୍ରୀ ଏକ ନମ୍ବର

ନୂଆଦିଲ୍ଲୀ: ଟ୍ୱିଟରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଭାବ ଏବେ ଦେଖାଉଛି। ଆଜି ଟ୍ୱିଟରରେ ଅନୁସରଣକାରୀଙ୍କ ସଂଖ୍ୟାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ପଛରେ ପକାଇଦେଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଟ୍ୱିଟରରେ ୨.୧୫ କୋଟି ଅନୁସରଣକାରୀ ଅଛନ୍ତି। ଏଥି ସହିତ ରାହୁଲ ଗାନ୍ଧୀଙ୍କ ଅନୁସରଣକାରୀଙ୍କ ସଂଖ୍ୟା ୨.୧୪ କୋଟି ଅଟେ। ବର୍ତ୍ତମାନ ଯଦି ଆମେ ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ଅନୁସରଣକାରୀଙ୍କ ବିଷୟରେ ଆଲୋଚନା କରିବା, ସେମାନେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କଠାରୁ ବହୁ ପଛରେ ଅଛନ୍ତି।

ଯୋଗ ଆଦିତ୍ୟନାଥ- ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟରରେ ବହୁତ ଆଗରେ ଅଛନ୍ତି। ସେପ୍ଟେମ୍ବର ୨୦୧୫ରେ ଟ୍ୱିଟରରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨.୧୫ ନିୟୁତ ଅନୁସରଣକାରୀ ଅଛନ୍ତି। ଅନୁସରଣକାରୀଙ୍କ ଦୃଷ୍ଟିରୁ ସେ ୟୁପିର ଅନ୍ୟ ବଡ ନେତାଙ୍କଠାରୁ ବହୁତ ଆଗରେ ଅଛନ୍ତି।

ଅରବିନ୍ଦ କେଜ୍ରିୱାଲ- ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଅନୁସରଣକାରୀ ଦୃଷ୍ଟିରୁ ବହୁ ଆଗରେ ଅଛନ୍ତି। ନଭେମ୍ବର ୨୦୧୧ ରେ ଟ୍ୱିଟରରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨.୬୨ କୋଟି ଅନୁସରଣକାରୀ ଅଛନ୍ତି। ଟୁଇଟର ଅନୁସରଣକାରୀଙ୍କ ଦୃଷ୍ଟିରୁ ସେ ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଗରେ ଅଛନ୍ତି ଏବଂ ଏହି ପ୍ରସଙ୍ଗରେ ସେ ଏକ ନମ୍ବର ମୁଖ୍ୟମନ୍ତ୍ରୀ।

ଶିବରାଜ ସିଂ ଚୌହାନ- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟର ଅନୁସରଣକାରୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ମାର୍ଚ୍ଚ ୨୦୧୩ ରେ ଟ୍ୱିଟରରେ ଯୋଗ ଦେଇଥିବା ଶିବରାଜ ସିଂ ଚୌହାନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୮୦ ଲକ୍ଷ ଅନୁସରଣକାରୀ ଅଛନ୍ତି। ତାଙ୍କଠାରୁ ଅରବିନ୍ଦ କେଜ୍ରିୱାଲ ଏବଂ ଯୋଗୀ ଆଦିତ୍ୟନାଥ ଆଗରେ ଅଛନ୍ତି।

ନୀତୀଶ କୁମାର- ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମ ମଧ୍ୟ ଏହି ତାଲିକାରେ ଅଛି। ମେ ୨୦୧୦ ରେ ଟ୍ୱିଟରରେ ଯୋଗ ଦେଇଥିବା ନୀତୀଶ କୁମାରଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୭୮ ଲକ୍ଷ ଟ୍ୱିଟର ଅନୁସରଣକାରୀ ଅଛନ୍ତି। ୟୁପି, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ଆଗରେ ଅଛନ୍ତି, ତେଣୁ ତାଙ୍କ ନାମ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି।

ମମତା ବାନାର୍ଜୀ- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟର ଅନୁସରଣକାରୀଙ୍କ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି। ମେ ୨୦୧୪ ରେ ଟ୍ୱିଟରରେ ଯୋଗ ଦେଇଥିବା ମମତା ବାନାର୍ଜୀଙ୍କ ଟ୍ୱିଟରରେ ଏପର୍ଯ୍ୟନ୍ତ ମୋଟ ୭୦ ଲକ୍ଷ ଅନୁସରଣକାରୀ ଅଛନ୍ତି।

ଅଶୋକ ଗେହଲୋଟ୍- ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଯୋଗୀ ଆଦିତ୍ୟନାଥ ଏବଂ ଅରବିନ୍ଦ କେଜ୍ରିୱାଲଙ୍କଠାରୁ ବହୁ ପଛରେ ଅଛନ୍ତି। ଅକ୍ଟୋବର ୨୦୧୧ରେ ଟ୍ୱିଟରରେ ଯୋଗ ଦେଇଥିବା ଅଶୋକ ଅଶୋକ ଗେହଲୋଟ୍ ଙ୍କର ଏପର୍ଯ୍ୟନ୍ତ ସମୁଦାୟ ୪୨ ଲକ୍ଷ ଅନୁସରଣକାରୀ ଅଛନ୍ତି। ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗରେ ଅଶୋକ ଗେହଲୋଟଙ୍କଠାରୁ ଆଗରେ ଅଛନ୍ତି।

ଅନ୍ୟାନ୍ୟ ରାଜ୍ୟ- ଏହି ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ୭,୯୧,୩୦୦ ଅନୁସରଣକାରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ୭,୮୭,୨୦୦ ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ୪,୦୪୧,୦୦ ଅନୁସରଣକାରୀ ଅଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବଡ ଆଶ୍ଵସ୍ତି, ଆଉ ଚାଲିବନି ହେଟ ସ୍ପିଚ ମାମଲା

ନୂଆଦିଲ୍ଲୀ: ୨୦୦୭ ମସିହାରେ ଉତ୍ତରପ୍ରଦେଶର ଗୋରଖପୁରରେ ଘୃଣା ଭାଷଣ ଦେବା ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜର ରାୟ ଦେଇଥିବାବେଳେ ଘୃଣା ଭାଷଣ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ଚାଲିବ ନାହିଁ ବୋଲି କହିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ବାସ୍ତବରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ମାମଲା ରୁଜୁ ନକରିବା ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଘୋଷଣା: ଖୁବ୍ ଶୀଘ୍ର ବସ୍ ରେ ମାଗଣା ଯାତ୍ରା କରିବେ ମହିଳା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରକ୍ଷା ବନ୍ଧନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି। ଆଜି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଘୋଷଣା କରିଛନ୍ତି। ଯାହା ପରେ ବର୍ତ୍ତମାନ ରାଜ୍ୟର ସମସ୍ତ ମହିଳା ଆଜି ରାତି ୧୨ ଟା ପରେ ମାଗଣା ଭ୍ରମଣ ସୁବିଧା ପାଇପାରିବେ। ଅଗଷ୍ଟ ୧୨ ତାରିଖରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ମହିଳାମାନେ ଏହି ସୁବିଧା ପାଇବେ। ଏହା ବ୍ୟତୀତ ବର୍ତ୍ତମାନ ରାଜ୍ୟରେ ୬୦ ବର୍ଷରୁ ଅଧିକ ମହିଳାଙ୍କୁ ବସ୍ ଯାତ୍ରା ସମୟରେ ଭଡା ଦେବାକୁ ପଡିବ ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ଉତ୍ତରପ୍ରଦେଶର ରକ୍ଷା ବନ୍ଧନ ଅବସରରେ ସମସ୍ତ ମା, ଭଉଣୀ ଏବଂ ଝିଅମାନଙ୍କୁ ଆସନ୍ତା ୪୮ ଘଣ୍ଟା ପାଇଁ ସରକାରୀ ବସ୍ ରେ ଆଜି ମଧ୍ୟରାତ୍ର ୧୨ ଟାରୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ମାଗଣା ଯାତ୍ରା ସୁବିଧା ଉପଲବ୍ଧ ହେବ। ଏହା ବ୍ୟତୀତ ସେ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶରେ ଖୁବ୍ ଶୀଘ୍ର ଆମେ ୬୦ ବର୍ଷରୁ ଅଧିକ ମା ଏବଂ ଭଉଣୀମାନଙ୍କ ପାଇଁ ସରକାରୀ ବସ୍‌ରେ ମାଗଣା ଯାତ୍ରା ବ୍ୟବସ୍ଥା କରିବାକୁ ଯାଉଛୁ।

ବିଏସ-୬ ବସ୍ କଲେ ଉଦ୍ଘାଟନ

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ବୁଧବାର ଲକ୍ଷ୍ନୌରେ ବିଏସ୍-୬ ଡିଜେଲ ବସ୍ ଉଦ୍ଘାଟନ କରିଛନ୍ତି। ଏହି ସମୟରେ ସେ ପରିବହନ ବିଭାଗ ଅଧୀନରେ ପରିବହନ ବିଭାଗର ଅନେକ ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ, ସାରଥୀ ହଲ୍ ଏବଂ ବସ୍ ଷ୍ଟାଣ୍ଡର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏହା ବ୍ୟତୀତ ୧୫୦ ଟି ନୂତନ ବିଏସ୍-୬ ଡିଜେଲ ବସ୍ ର ପତାକା ଦେଖାଇ ଆରମ୍ଭ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଓଲଟା ବି ଚାଲେ ବୁଲଡୋଜର: ମନ୍ତ୍ରୀଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ: ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ନେଇ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ଆସିଛି। ଅଖିଳେଶ ଯାଦବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବେଳେବେଳେ ବୁଲଡୋଜର ମଧ୍ୟ ଓଲଟା ଚାଲିଥାଏ। ଅଖିଲେଶ ଯାଦବ ଟୁଇଟ କରି ଲେଖିଛନ୍ତି ଯେ, ମନ୍ତ୍ରୀ ଭାବେ ସମ୍ମାନ ତ ମିଳିଲା ନାହିଁ, କିନ୍ତୁ ଦଳିତ ହେବାର ଅପମାନ ମିଳିଲା। ଭେଦଭାବକାରୀ ବିଜେପି ସରକାରରୁ ଇସ୍ତଫା ଦେବା ନିଜ ସମାଜର ସମ୍ମାନ ରଖିବା ପାଇଁ ଏକମାତ୍ର ଉପାୟ।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକପ୍ଟର ସହିତ ଧକ୍କା ହେଲା ପକ୍ଷୀ, ବାରାଣାସୀରେ ଜରୁରୀକାଳୀନ ଅବତରଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକପ୍ଟର ସହିତ ହଠାତ୍ ଏକ ପକ୍ଷୀ ଧକ୍କା ହୋଇଛି, ଯେଉଁଥିରେ ଏକ ବଡ଼ ଦୁର୍ଘଟଣା ହେବାର ସମ୍ଭାବନା ରହିଥିଲା। କିନ୍ତୁ ଏହି ପକ୍ଷୀ ଧକ୍କା ଦେବା ପରେ ବାରାଣାସୀରେ ତାଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଏହି ସମୟରେ କେହି ଆହତ ହୋଇନାହାଁନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅନ୍ୟ ଏକ ହେଲିକପ୍ଟରରେ ପଠାଯାଇଛି। ଯୋଗୀ ଆଦିତ୍ୟନାଥ ବାରାଣାସୀରୁ ଲକ୍ଷ୍ନୌ ଯାଉଥିଲେ, ମାତ୍ର କିଛି ସମୟ ପରେ ପକ୍ଷୀଟି ହେଲିକପ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହା ପରେ ତାଙ୍କୁ ଅବତରଣ କରିବାକୁ ପଡିଲା।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ପରିଷଦ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ପରିଷଦ ସହିତ ଆଲୋଚନା କରିଛନ୍ତି । ସେମାନେ ଉତ୍ତମ ଶାସନ ଏବଂ ନାଗରିକମାନଙ୍କ ପାଇଁ “ସହଜ ଜୀବନ ଯାପନ” ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ପରିଷଦ ସହିତ ଏକ ବ୍ୟାପକ ପାରସ୍ପରିକ ଆଲୋଚନା ହୋଇଥିଲା । ଆମେ ଉତ୍ତମ ଶାସନ ତଥା ନାଗରିକଙ୍କ ପାଇଁ ସହଜ ଜୀବନ ଯାପନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ ।”

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ପାଇଁ ୯୦ ଲକ୍ଷ ମୂଲ୍ୟର ସମ୍ପତ୍ତି ଦାନ କରିବାକୁ ଚାହୁଁଛନ୍ତି ମୁସଲମାନ ପରିବାର, ଜାଣନ୍ତୁ ଏହାର କାରଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଏକ ମୁସଲମାନ ପରିବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୯୦ ଲକ୍ଷ ଟଙ୍କା ମୂଲ୍ୟର ବ୍ୟକ୍ତିଗତ ସମ୍ପତ୍ତି ହସ୍ତାନ୍ତର କରିବାକୁ ଘୋଷଣା କରିଛନ୍ତି। ଯାହାଦ୍ୱାରା ଦେଶ ତଥା ରାଜ୍ୟର ମୁସଲମାନ ସମାଜକୁ ବାର୍ତ୍ତା ପହଞ୍ଚୁ ଯେ ମୁସଲମାନମାନେ ଅଯୋଧ୍ୟାକୁ ଭଲ ପାଆନ୍ତି।

ବାସ୍ତବରେ, ସହରର ଖାଲାପରର ବାସିନ୍ଦା ଡକ୍ଟର ମହମ୍ମଦ ସମର ଗଜନୀ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ସେ ପ୍ରାୟ ୯୦ ଲକ୍ଷ ଟଙ୍କା ମୂଲ୍ୟର ବ୍ୟକ୍ତିଗତ ସମ୍ପତ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେବାକୁ ଚାହୁଁଛନ୍ତି। ଯାହାଫଳରେ ଏହି ସମ୍ପତ୍ତି ବିକ୍ରୟ କରି ଏହାର ଅର୍ଥ ରାମ ମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇପାରିବ ଏବଂ ଏକ ବାର୍ତ୍ତା ମୁସଲମାନ ସମ୍ପ୍ରଦାୟକୁ ଯାଇପାରିବ ଯେ ମୁସଲମାନ ଅଯୋଧ୍ୟା ଓ ଗେରୁଆକୁ ମଧ୍ୟ ଭଲ ପାଆନ୍ତି। ପ୍ରକାଶ ଯୋଗ୍ୟ ଯେ, ସମର ଗଜନୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ଗେରୁଆ ପୋଷାକ ପିନ୍ଧି ଇଦ୍ ପ୍ରାର୍ଥନା କରିବା ପରେ ଆଲୋଚନାକୁ ଆସିଥିଲେ।

ମହମ୍ମଦ ସମର ଗଜନୀ ବିଜେପି ସଂଖ୍ୟାଲଘୁ ସମାଜର ପୂର୍ବତନ ରାଜ୍ୟ ମନ୍ତ୍ରୀ ରହିଆସିଛନ୍ତି। ଯେଉଁମାନେ ବିଜେପିର ପ୍ରେମ ଏବଂ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକଳାପରେ ପ୍ରଭାବିତ ହୋଇଛନ୍ତି ସେମାନେ ରାମ ମନ୍ଦିର ପାଇଁ ସେମାନଙ୍କ ସମ୍ପତ୍ତି ଦାନ କରିବାକୁ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମୁଁ ମୋ ଭାଇ ପାଇଁ ଜୀବନ ଦେଇପାରେ: ବିଜେପିର ଅଭିଯୋଗରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଜେପି ଅଭିଯୋଗର ଜବାବରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବାଦ୍ରା ପ୍ରତିକ୍ରିୟା ରଖିଛନ୍ତି। ଆଜି ସେ କହିଛନ୍ତି ଯେ, ମୋ ଭାଇ ପାଇଁ ମୁଁ ଜୀବନ ଦେଇପାରେ ଏବଂ ସେ ମୋ ପାଇଁ ମଧ୍ୟ ଜୀବନ ଦେଇ ପାରେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ମତଭେଦ କଂଗ୍ରେସକୁ ତଳକୁ ଆଣିବ। ଏହି ବିଷୟରେ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ପଚାରିଥିଲେ, ଆମ ମଧ୍ୟରେ ବିବାଦ କେଉଁଠାରେ ଅଛି?

ସେ ହସି ହସି ଯୁକ୍ତିକୁ ଓଲଟପାଲଟ କରି କହିଛନ୍ତି ଯେ, “ଯୋଗୀ ଜିଙ୍କ ମନରେ ସଂଘର୍ଷ ଏବଂ ବିବାଦ ରହିଛି। ଏଥିରୁ ଜଣାପଡୁଛି ଯେ, ତାଙ୍କ ମୋଦୀଜୀ ଏବଂ ଅମିତ ଶାହା ଜିଙ୍କ ମଧ୍ୟରେ ବିଜେପି ମଧ୍ୟରେ ମତଭେଦ ଥିବାରୁ ସେ ଏହା କହୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧରେ ନିର୍ବାଚନ ଲଢିବେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ବିଜେପି ବିରୋଧରେ ଏକ ଫ୍ରଣ୍ଟ ଖୋଲିଛନ୍ତି। ସେ ଗୋରଖପୁର ସଦର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଏହି ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାର୍ଥୀ ହୋଇଛନ୍ତି।

ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସେ ୨୦୧୭ ରେ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ। ଯୋଗୀ ୧୯୯୮ ରେ ପ୍ରଥମ ଥର ପାଇଁ ଗୋରଖପୁରରୁ ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ ଲଗାତାର ୫ ଥର ଗୋରଖପୁରରୁ ଲୋକସଭା ନିର୍ବାଚନରେ ​​ଜିତିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ସେ ବିଧାନ ପରିଷଦର ରାସ୍ତା ବାଛିଲେ।

ଆଜାଦ କହିଛନ୍ତି ଯେ, ତାଙ୍କ ଦଳ କିଛି ଲୋକଙ୍କ ବିରୋଧରେ ପ୍ରାର୍ଥୀ ଦେବା ନାହିଁ। ପ୍ରଗତିଶୀଳ ସମାଜବାଦୀପାର୍ଟି (ପିଏସପି) ର ରାଷ୍ଟ୍ରୀୟ ସଭାପତି ଶିବପାଲ ସିଂ ଯାଦବ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭାର, ରାଷ୍ଟ୍ରିୟ ଲୋକସଭା ମୁଖ୍ୟ ଜୟନ୍ତ ଚୌଧୁରୀ ଏବଂ ସ୍ଵାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ କିଛି ଲୋକଙ୍କ ବିରୋଧରେ ପ୍ରାର୍ଥୀ କରିବେ ନାହିଁ। ସେ କହିଛନ୍ତି ଯେ ଯଦି ଅଖିଳେଶ ଯାଦବ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ଦଳ ତାଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀ ଦେବେ ନାହିଁ।

ଆଜାଦ ସମାଜ ପାର୍ଟିର ସଭାପତି ଚନ୍ଦ୍ରଶେଖର ଆଜାଦ ମଙ୍ଗଳବାର ଦିନ କହିଛନ୍ତି ଯେ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ଏହାକୁ ୧୦୦ ଟି ଆସନ ଦେଲେ ମଧ୍ୟ ସେ ଏହା ସହ ମେଣ୍ଟ କରିବେ ନାହିଁ। ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗ୍ରେଟର ନୋଏଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ତାଙ୍କ ଦଳ ଉତ୍ତରପ୍ରଦେଶରେ ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ସମାଜବାଦୀ ପାର୍ଟି ସହ ଆଲୋଚନା ବିଫଳ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ମାୟାବତୀଙ୍କ ଜନ୍ମଦିନରେ ଏପରି ଶୁଭେଚ୍ଛା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଆଜି ହେଉଛି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କର ଜନ୍ମଦିନ। ବର୍ତ୍ତମାନ ଉତ୍ତରପ୍ରଦେଶରେ ନିର୍ବାଚନ ଗରମ ଥିବା ବେଳେ ତାଙ୍କର ଜନ୍ମଦିନକୁ ନେଇ ରାଜନୀତି ମଧ୍ୟ ପଛରେ ପଡି ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାୟାବତୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁଶ୍ରୀ ମାୟାବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଏବଂ ହ୍ରାଦିକ ଅଭିନନ୍ଦନ। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ଭଗବାନ ଶ୍ରୀ ରାମଙ୍କ ନିକଟରେ ପ୍ରାର୍ଥନା କରୁଛି।

ଅନ୍ୟପଟେ ମାୟାବତୀଙ୍କ ଜନ୍ମଦିନକୁ ‘ଜନ କଲ୍ୟାଣକରୀ ଦିୱାସ’ ଭାବରେ ପାଳନ କରିବାକୁ ବିଏସପି ଘୋଷଣା କରିଛି। ମାୟାବତୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟବାସୀଙ୍କୁ ମଧ୍ୟ ସମ୍ବୋଧିତ କରିବେ। ସୂଚନାନୁସାରେ, ବିଏସପି ଆଜି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ମଧ୍ୟ ପ୍ରକାଶ କରିବ।