ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ଉର୍ଦ୍ଦୁରେ ମଧ୍ୟ ଲେଖାଯିବ ସମସ୍ତ ସରକାରୀ ଡାକ୍ତରଖାନାର ନାମ

Published: Sep 9, 2022, 10:23 pm IST

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଉତ୍ତରପ୍ରଦେଶର ସରକାରୀ ଡାକ୍ତରଖାନାଗୁଡ଼ିକର ନାମ ବର୍ତ୍ତମାନ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ଲେଖାଯିବ। ୟୁପି ସରକାର ଦେଇଥିବା ଆଦେଶରେ ଏହା ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ଡାକ୍ତରଖାନାର ନାମ ରାଜ୍ୟରେ ହିନ୍ଦୀ ସହିତ ଉର୍ଦ୍ଦୁରେ ଲେଖାଯିବ। CHC-PHC ର ସମସ୍ତ ଜିଲ୍ଲା ଡାକ୍ତରଖାନା ଏବଂ କୋଠାର ନାମ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ରହିବ। ଏହି ପରିପ୍ରେକ୍ଷୀରେ ସମସ୍ତ ସିଏମଓଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି। ସରକାର ଦେଇଥିବା ଆଦେଶରେ ବିଲ୍ଡିଂର ନାମ ଲେଖିବା ସହିତ ହିନ୍ଦୀ ଏବଂ ଉର୍ଦ୍ଦୁରେ ଡାକ୍ତର ଏବଂ କର୍ମଚାରୀଙ୍କ ନାମ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ଉତ୍ତରପ୍ରଦେଶର ସମସ୍ତ ୧୬୭ ସରକାରୀ ଜିଲ୍ଲା ଡାକ୍ତରଖାନା, ୮୭୩ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୨୯୩୪ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ଲେଖାଯିବ। ଏଥି ସହିତ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସେମାନଙ୍କର ନାମ ପ୍ଲେଟରେ ହିନ୍ଦୀ ଏବଂ ଉର୍ଦ୍ଦୁରେ ମଧ୍ୟ ଲେଖିବେ। ଉଲ୍ଲେଖ ଯୋଗ୍ୟ ଯେ ଅକ୍ଟୋବର ୭ ତାରିଖ ୧୯୮୯ ରେ ଉର୍ଦ୍ଦୁକୁ ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦେବା ପାଇଁ ଭାଷା ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ନଭେମ୍ବର ୧୯ ତାରିଖ ୧୯୯୦ରେ ଏକ ଆଦେଶ ଜାରି କରାଯାଇଥିଲା।

Related posts