Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Kashi Tamil Sangamam: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଖବର

Kashi Tamil Sangamam: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

December 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Kashi Tamil Sangamam:
Kashi Tamil Sangamam: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Kashi Tamil Sangamam: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବାରାଣାସୀରେ କାଶୀ- ତାମିଲ ସଙ୍ଗମମ୍ (କେଟିଏସ ୪.୦) ର ଶୁଭାରମ୍ଭ କରିଛନ୍ତି । କାଶୀ ଓ ତାମିଲନାଡୁ ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ଐତିହାସିକ ସମ୍ପର୍କକୁ ଉଜାଗର କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇ ଆସୁଛି ।

କାଶୀ ତାମିଲ ସଙ୍ଗମମ୍ ୪.୦ର ସମସ୍ତ ପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଆରମ୍ଭ ହୋଇଥିବା କାଶୀ-ତାମିଲ ସଙ୍ଗମମ୍ କାଶୀ ଓ ତାମିଲନାଡୁ ମଧ୍ୟରେ ଜ୍ଞାନର ସେତୁ ତିଆରି କରିଛି। ସଭ୍ୟତାର ଦୁଇଟି ସ୍ତମ୍ଭ ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ପୁରାତନ ସମ୍ପର୍କକୁ ମଜଭୂତ୍ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଜନ ଆନ୍ଦୋଳନରେ ପରିଣତ ହେବା ସହ ଅନୁଭୂତିଭିତ୍ତିକ ଶିକ୍ଷଣର ଏକ ମାଧ୍ୟମରେ ପରିଣତ ହୋଇଛି।

ଭାରତର ବିବିଧତା ଏବଂ ଭାଷାଗତ ପରମ୍ପରା ହିଁ ଏହାର ସବୁଠାରୁ ବଡ଼ ଶକ୍ତି । ତେଣୁ, ଭାଷାଗତ ଏକତା ଓ ଗୌରବ ହିଁ କାଶୀ- ତାମିଲ ସଙ୍ଗମମର ମୂଳରେ ଅନ୍ତର୍ନିହିତ। ‘ତାମିଲ ଶିଖିବା’କୁ ଏହାର ପ୍ରମୁଖ ବିଷୟ ଭାବେ ରଖି, କାଶୀ ତାମିଲ ସଙ୍ଗମମ୍ ୪.୦ ଜ୍ଞାନ ଏବଂ ଭାଷା ଭିତ୍ତିକ ଆଦାନପ୍ରଦାନ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ସହ ତାମିଲନାଡୁ ବାହାରେ ତାମିଲ ଭାଷା ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଦେଉଛି। କାଶୀ ତାମିଲ ସଙ୍ଗମମ୍ ୪.୦ ‘ଏକ୍ ଭାରତ, ଶ୍ରେଷ୍ଠ ଭାରତ’ ର ବିଚାରକୁ ଅଧିକ ମଜବୁତ କରିବା ସହିତ ଟିବି ମାକାଉଲେଙ୍କ ମାନସିକତାକୁ ସବୁଦିନ ପାଇଁ ଶେଷ କରିବାରେ ମୂଳଦୁଆ ପକାଇବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ.ରବି, ପୁଡୁଚେରିର ଉପରାଜ୍ୟପାଳ ଶ୍ରୀ କେ କୈଳାଶନାଥନ, ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ବ୍ରଜେଶ ପାଠକ,  ସୂଚନା, ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଏଲ. ମୁରୁଗନ  ପ୍ରମୁଖ ଉପସ୍ଥିତ ଥିଲେ ।

Kashi Tamil Sangamam କାଶୀ- ତାମିଲ ସଙ୍ଗମମ୍ ଧର୍ମେନ୍ଦ୍ର ପ୍ରଧାନ ଯୋଗୀ ଆଦିତ୍ୟନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026
Latest News

ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର

August 11, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

August 11, 2026

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.