Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ବାତ୍ୟା ‘ଜାୱାଦ’ ପ୍ରତି ରହିଛି ସତର୍କ, ଉପଯୁକ୍ତ ନିରାପତ୍ତା ମୂଳକ ସାବଧାନତା ଗ୍ରହଣ
ଆଜିର ଖବର

ପୂର୍ବତଟ ରେଳପଥ ବାତ୍ୟା ‘ଜାୱାଦ’ ପ୍ରତି ରହିଛି ସତର୍କ, ଉପଯୁକ୍ତ ନିରାପତ୍ତା ମୂଳକ ସାବଧାନତା ଗ୍ରହଣ

December 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁରୁତ୍ୱପୂର୍ଣ୍ଣ ଚାରିଟି ରେଳ ଲାଇନ୍‌ ସମ୍ପ୍ରସାରଣ ବା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।
ଗୁରୁତ୍ୱପୂର୍ଣ୍ଣ ଚାରିଟି ରେଳ ଲାଇନ୍‌ ସମ୍ପ୍ରସାରଣ ବା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।

ଭୁବନେଶ୍ବର: ପୂର୍ବ ତଟ ରେଳପଥ ବାତ୍ୟା ଜାୱାଦର ପ୍ରଭାବକୁ ଏଡ଼ାଇବା ପାଇଁ ଆହ୍ୱାନମୂଳକ ପଦକ୍ଷେପ ଗ୍ରହଣ କରିଛି। ଅତୀତର ଅଭିଜ୍ଞତାରୁ ପାଣିପାଗ ବିଭାଗର ପୂର୍ବାନୁମାନରୁ ଏହା ସହାୟତା ଲାଭ କରିବ। ଯଦି ଜାୱାଦର ପ୍ରଭାବ ପଡ଼େ ତେବେ ପୂର୍ବତଟ ରେଳପଥ ଯଥା ଶୀଘ୍ର ଟ୍ରେନ ଚଳାଚଳ ଓ ରେଲୱେ ଟ୍ରାକର ପୂନଃକାର୍ଯ୍ୟକ୍ଷମ ପାଇଁ ତତ୍‌ପର ରହିବାକୁ ଯୋଜନା କରିଛି। ଦିନରାତି ବିପର୍ଯ୍ୟୟ ପରିଚାଳନା ସେଲକୁ ଏହାର ମୁଖ୍ୟ କାର୍ଯ୍ୟାଳୟ, ରେଳ ସଦନଠାରେ ଖୋଲାଯାଇଛି ଆଉ ମଧ୍ୟ ଡିଭିଜନାଲ ମୁଖ୍ୟାଳୟ ଯଥା ବିଶାଖାପାଟଣା, ଖୋର୍ଦ୍ଦାରୋଡ ଓ ସମ୍ବଲପୁରରେ ସ୍ଥାପନ କରାଯାଇଛି।

ପୂର୍ବ ତଟ ରେଳପଥ ମଧ୍ୟ ଆପଦ ହୀନ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ଗ୍ରହଣ କରିଛି। ଟ୍ରାକ୍ ସୁରକ୍ଷା, ଓଭରହେଡ଼ ବିଦ୍ୟୁତ୍ ଟ୍ରାକ, ସିଗନାଲିଂ ପଦ୍ଧତି ଓ ବିଦ୍ୟୁତିକରଣ ତୁରନ୍ତ ପୁନଉଦ୍ଧାର ପାଇଁ ସ୍ୱତନ୍ତ୍ର ଟିମକୁ ନୟୋଜିତ କରିଛି। ଯଦି ବିଜୁଳି ନରହେ ତେବେ ଡିଜି ସେଟ, ଜେନେରେଟର ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି ସେହିପରି ପାଣି ଟାଙ୍କି ରେ ପାଣି ଭର୍ତ୍ତି ଓ ପମ୍ପକୁ ସବୁ ପ୍ରମୁଖ ସ୍ଥାନରେ ରଖାଯାଇଛି।

ପୂର୍ବ ତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଟ୍ରେନ ଚଳାଚଳକୁ ସୁରକ୍ଷିତ କରିବା ଲାଗି କୌଣସି ଜରୁରୀ କାଳୀନ ପରିସ୍ଥିତି ଯଥା ରେଳ ଟ୍ରାକ ନିକଟରେ ବନ୍ୟା ସ୍ଥିତି ପ୍ରତି ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ କୁମାର ମଧ୍ୟ ଜରୁରୀ କାଳୀନ ବିଜୁଳି ଯୋଗାଣକୁ ପ୍ରସ୍ତୁତ ରଖିବା ସହ କ୍ଷେତ୍ର କର୍ମଚାରୀଙ୍କ କଲ୍ୟାଣ କାର୍ଯ୍ୟରେ ସଜାଗତା ପ୍ରତି ଗୁରୁତ୍ୱ ଦେଇଛନ୍ତି।

ରେଲୱେ ସୁରକ୍ଷା ବଳ ଜରୁରୀ କାଳୀନ ଆବଶ୍ୟକତା ଅନୁସାରେ ସହଯୋଗ କରିବେ ଏବଂ ଏନ୍‌.ଡ଼ି.ଆର.ଏଫ୍ ଦଳ ସହ ସର୍ବଦା ସଂପର୍କ ସ୍ଥାପନ। ସବୁ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଓ ରେଳ କଲୋନି ଓ ଷ୍ଟେସନ ଅଂଚଳରେ ଆରପିଏଫ ଜବାନମାନଙ୍କୁ ନିୟୋଜିତ କରାଯିବ। ଜରୁରୀ କାଳୀନ ଟ୍ରେନ ଚଳାଚଳ ପାଇଁ ଡିଜେଲ ଇଞ୍ଜିନକୁ କାର୍ଯ୍ୟକାରୀ କରାଯିବ । ଜଳ ପ୍ଲାବିତ ଅଂଚଳ ଗୁଡ଼ିକ ପ୍ରତି ଧ୍ୟାନ ଦିଆଯିବ।

ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଟ୍ରାକ, ରେଳ ପୋଲ ଗୁଡ଼ିକର ବ୍ରିଜ ମରାମତି ସେବା ବ୍ୟବସ୍ଥା ସାମଗ୍ରୀ ଯଥା ବୋଲଡର, ବାଲି, ସିଣ୍ଡର, କ୍ୱାରି ଡଷ୍ଟ, ବାଲାଷ୍ଟକୁ ଚିହ୍ନିତ ସ୍ଥାନମାନଙ୍କରେ ରଖାଯିବ। ଇଞ୍ଜିନିୟରିଂ ରିଲିଫ୍ ଭ୍ୟାନ୍ ଓ ଉପକରଣକୁ ପ୍ରସ୍ତୁତ କରି ରଖାଯିବ। ବ୍ରିଜ ସାମଗ୍ରୀକୁ ପ୍ରସ୍ତୁତ ରଖାଯିବ ଯେପରି ଆବଶ୍ୟକତା ଅନୁସାରେ କାର୍ଯ୍ୟକାରୀ ହୋଇ ପାରିବ। ପୂର୍ବତଟ ରେଳପଥ ସର୍ବଦା ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହିଛି।

ପୂର୍ବତଟ ରେଳପଥ ବାତ୍ୟା ‘ଜାୱାଦ’ ଭୁବନେଶ୍ବର ସତର୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026
Latest News

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.