ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ୬ ଯୋଡ଼ା ଟ୍ରେନ୍ ହେବ ବାତିଲ୍

Published: Dec 3, 2021, 6:10 pm IST

ଭୁବନେଶ୍ଵର: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ବେଲପାହାଡ ଏବଂ ହିମଗୀର୍ ରେଳ ବିଭାଗ ମଧ୍ୟରେ ଚତୁର୍ଥ ଲାଇନ ସଂଯୋଗ କାର୍ଯ୍ୟକ୍ଷମ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ୬ ଯୋଡ଼ା ଟ୍ରେନ୍ ବାତିଲ୍ ରହିବ।

୧- ୨୦୯୧୭/୨୦୯୧୮ ଇନ୍ଦୋର- ପୁରୀ- ଇନ୍ଦୋର ଏକ୍ସପ୍ରେସ ଟ୍ରେନ୍ ଡିସେମ୍ବର ୭ ତାରିଖରେ ଇନ୍ଦୋରରୁ ଏବଂ ଡିସେମ୍ବର ୯ ତାରିଖ ୨୦୨୧ ରେ ପୁରୀ ରୁ ବାତିଲ୍ ରହିବ।

୨- ୨୨୯୦୯/୨୨୯୧୦ ଭାଲସାଡ- ପୁରୀ- ଭାଲସାଡ ସୁପରଫାଷ୍ଟ ଟ୍ରେନ୍ ଭାଲସାଡରୁ ଡିସେମ୍ବର ୯ ତାରିଖ ଏବଂ ଡିସେମ୍ବର ୧୨ ତାରିଖ ୨୦୨୧ ରେ ପୁରୀରୁ ବାତିଲ ରହିବ।

୩- ୨୦୪୭୧/୨୯୪୭୨ ବିକାନେର- ପୁରୀ- ବିକାନେର ଏକ୍ସପ୍ରେସ ଟ୍ରେନ  ଡିସେମ୍ବର ୫ ତାରିଖରେ ବିକାନେର ଜଙ୍କ୍ସନରୁ ଏବଂ ଡିସେମ୍ବର ୮  ତାରିଖ ୨୦୨୧ ରେ ପୁରୀରୁ ବାତିଲ ରହିବ।

୪- ୨୨୮୬୬/୨୨୮୬୫ ପୁରୀ- ଲୋକାମାନ୍ୟତିଳକ- ପୁରୀ ସୁପରଫାଷ୍ଟ ଟ୍ରେନ୍  ଡିସେମ୍ବର ୭ ତାରିଖରେ ପୁରୀରୁ ଏବଂ ଡିସେମ୍ବର ୯ ତାରିଖ ୨୦୨୧ ରେ ଲୋକାମାନ୍ୟତିଳକରୁ ବାତିଲ୍ ରହିବ।

୫- ୧୨୮୮୦/୧୨୮୭୯ ଭୁବନେଶ୍ୱର- ଲୋକାମାନ୍ୟତିଳକ- ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ ଭୁବନେଶ୍ୱର ଠାରୁ ୬ ତାରିଖ ଓ ଡିସେମ୍ବର ୯ ତାରିଖ ଏବଂ ଲୋକାମାନ୍ୟତିଳକରୁ ତା ୮ ତାରିଖ ଓ ଡିସେମ୍ବର ୧୧ ତାରିଖ ୨୦୨୧ ରେ ବାତିଲ ରହିବ।

୬- ୨୦୮୦୭/୨୦୮୦୮ ବିଶାଖାପାଟନମ- ଅମୃତସର- ବିଶାଖାପାଟନମ ସୁପରଫାଷ୍ଟ ଟ୍ରେନ୍ ବିଶାଖାପାଟନମରୁ ୬ ତାରିଖ ଏବଂ ଡିସେମ୍ବର ୯ ତାରିଖରେ ଏବଂ ଅମୃତସରରୁ ୮ ତାରିଖ ଏବଂ ଡିସେମ୍ବର ୧୧ ତାରିଖ ୨୦୨୧ ରେ ବାତିଲ ରହିବ।

Related posts