Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ଆସନ୍ତାକାଲିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ମେମୁ ହେବ ବାତିଲ

ଭୁବନେଶ୍ଵର: 08441/08442 ଭୁବନେଶ୍ୱର – ବ୍ରହ୍ମପୁର – ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର 19 ତାରିଖ ଠାରୁ 22 ତାରିଖ ମଧ୍ୟରେ ବାତିଲ ରହିବ।

08443 ଭୁବନେଶ୍ୱର – ପଲାସା -ଭୁବନେଶ୍ୱର ମେମୁ ଭୁବନେଶ୍ୱର ଠାରୁ ସେପ୍ଟେମ୍ବର 19 ତାରିଖ ଠାରୁ 22 ତାରିଖ ମଧ୍ୟରେ ବାତିଲ ରହିବ।

08444 ପଲାସା – ଭୁବନେଶ୍ୱର -ପଲାସା ମେମୁ ପଲାସା ଠାରୁ ସେପ୍ଟେମ୍ବର 20 ତାରିଖ ଠାରୁ 23 ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

ମେମୁ ଟ୍ରେନ ଗୁଡିକର ଜରୁରୀକାଳୀନ ମରାମତି ପାଇଁ ଏହି ନିଷ୍ପତ୍ତି ନିଆଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ଗୁରୁତ୍ୱପୂର୍ଣ୍ଣ ସୂଚନା: ଆଜିଠାରୁ 19 ତାରିଖ ପର୍ଯ୍ୟନ୍ତ ବାତିଲ ହେବ ଏହି ଟ୍ରେନ

ଭୁବନେଶ୍ଵର: 08441/08442 ଭୁବନେଶ୍ୱର – ବ୍ରହ୍ମପୁର – ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର 16 ତାରିଖ ଠାରୁ 18 ତାରିଖ ମଧ୍ୟରେ ବାତିଲ ରହିବ।

08443 ଭୁବନେଶ୍ୱର – ପଲାସା -ଭୁବନେଶ୍ୱର ମେମୁ ଭୁବନେଶ୍ୱର ଠାରୁ ସେପ୍ଟେମ୍ବର 16 ତାରିଖ ଠାରୁ 18 ତାରିଖ ମଧ୍ୟରେ ବାତିଲ ରହିବ।

08444 ପଲାସା – ଭୁବନେଶ୍ୱର -ପଲାସା ମେମୁ ପଲାସା ଠାରୁ ସେପ୍ଟେମ୍ବର 17 ତାରିଖ ଠାରୁ 19 ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

ମେମୁ ଟ୍ରେନ ଗୁଡିକର ଜରୁରୀକାଳୀନ ମରାମତି ପାଇଁ ଏହି ନିଷ୍ପତ୍ତି ନିଆଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ ଚଳାଚଳ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେବ ଏହି ଟ୍ରେନ

ଭୁବନେଶ୍ଵର: ନୌପଡ଼ା-ଗୁଣୁପୁର ରେଳ ସେକ୍ସନରେ ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ କିଛି ଟ୍ରେନ ସେବା ପ୍ରଭାବିତ ହେବ।

ରାଜ୍ୟ ରାଣୀ ଏକ୍ସପ୍ରେସ 06 ଅଗଷ୍ଟ 2023 ଦିନ ଉଭୟ ପାର୍ଶ୍ୱରୁ ନୌପଡ଼ା ଓ ଗୁଣୁପୁର ମଧ୍ୟରେ ବାତିଲ ରହିବ।

05 ଅଗଷ୍ଟ 2023 ଦିନ ରାଉରକେଲାରୁ ଛାଡ଼ିବାକୁଥିବା 18117 ରାଉରକେଲା-ଗୁଣୁପୁର ରାଜ୍ୟ ରାଣୀ ଏକ୍ସପ୍ରେସ ନୌପଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ।

06 ଅଗଷ୍ଟ 2023 ଦିନ ଗୁଣୁପୁରରୁ ଛାଡ଼ିବାକୁଥିବା 18118 ଗୁଣୁପୁର-ରାଉରକେଲା ରାଜ୍ୟ ରାଣୀ ଏକ୍ସପ୍ରେସ ଗୁଣୁପୁର ପରିବର୍ତ୍ତେ ନୌପଡ଼ାରୁ ଯାତ୍ରା ପ୍ରାରମ୍ଭ କରି ରାଉରକେଲା ଯାତ୍ରା କରିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ସମ୍ବନ୍ଧରେ ଆସିଲା ଅପଡେଟ, ଆଇସିସି ସିଇଓ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଭାରତରେ ଖେଳାଯିବ। ଖବର ଅନୁଯାୟୀ ଅକ୍ଟୋବର ମାସରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇପାରେ। ଏହି ସମୟରେ, ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆଇସିସି) ର ସିଇଓ ଜିଓଫ୍ ଅଲାର୍ଡାଇସ୍ ଦିନିକିଆ ବିଶ୍ୱକପ୍-୨୦୨୩ କାର୍ଯ୍ୟସୂଚୀ ବିଷୟରେ ବଡ଼ ସୂଚନା ଦେଇଥିବା ବେଳେ ଖୁବ ଶୀଘ୍ର ଟୁର୍ଣ୍ଣାମେଣ୍ଟ କାର୍ଯ୍ୟସୂଚୀ ଘୋଷଣା କରାଯାଇପାରିବ ବୋଲି କହିଛନ୍ତି। ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଏବଂ ସ୍ଥାନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।

ଏହା ପ୍ରଥମ ଥର ପାଇଁ ଘଟୁଛି ଯେ, ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରିବାରେ ଏତେ ବିଳମ୍ବ ହେଉଛି। ଏହାପୂର୍ବରୁ ୨୦୧୯ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଟୁର୍ଣ୍ଣାମେଣ୍ଟର ପ୍ରାୟ ୧୩ ମାସ ପୂର୍ବରୁ ଘୋଷଣା କରାଯାଇଥିଲା। ଏଥି ସହିତ ୨୦୧୫ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ପ୍ରାୟ ୧୮ ମାସ ପୂର୍ବରୁ ପହଞ୍ଚିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ସମୟରେ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ବିସିସିଆଇ ସଚିବ ଜୟ ଶାହା କହିଛନ୍ତି।

ଆଇସିସି ସିଇଓ କହିଛନ୍ତି ଯେ, ମୁଁ ଭାବୁଛି ଆଜି (ବୁଧବାର) ଆମେ ହୋଷ୍ଟମାନଙ୍କ ଠାରୁ କାର୍ଯ୍ୟସୂଚୀ ପାଇପାରିବା ଏବଂ ସମସ୍ତ ଅଂଶଗ୍ରହଣକାରୀ ଦଳ ଏବଂ ପ୍ରସାରଣକାରୀଙ୍କ ସହ ଟିକେ ପରାମର୍ଶ ନେବାକୁ ପଡିବ। ତା’ପରେ ଆମେ ଯଥାଶୀଘ୍ର ଏହାକୁ ପ୍ରକାଶ (ଘୋଷଣା) କରିପାରିବୁ। ଯେତେବେଳେ ଆମେ ପ୍ରତିଯୋଗିତା କରୁ, ଆମେ ଆୟୋଜକଙ୍କ ସହିତ ମିଳିମିଶି କାର୍ଯ୍ୟ କରିଥାଉ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜନ ଧନ ଆକାଉଣ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା: ଜାଣନ୍ତୁ କ’ଣ ରହିଛି ବିଶେଷ

ନୂଆଦିଲ୍ଲୀ: ଜନ ଧନ ଖାତାର ସୁବିଧା ଗ୍ରାହକଙ୍କୁ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଏହି ବ୍ୟାଙ୍କ ଆକାଉଣ୍ଟରେ ଅନେକ ବିଶେଷ ସୁବିଧା ସରକାର ପ୍ରଦାନ କରୁଛନ୍ତି। ଯଦି ଆପଣ ମଧ୍ୟ ଏହି ଆକାଉଣ୍ଟ ଖୋଲିଛନ୍ତି କିମ୍ବା ଏହାକୁ ଖୋଲିବାକୁ ଯୋଜନା କରୁଛନ୍ତି, ତେବେ ଅର୍ଥ ମନ୍ତ୍ରଣାଳୟ ଏହି ଖାତାଗୁଡ଼ିକ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଆସନ୍ତୁ ଜାଣିବା କ’ଣ ବିଶେଷ-

ଜନ ଧନ ଯୋଜନା ଅଧୀନରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ସଂଖ୍ୟା ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସାଢେ ସାତ ବର୍ଷ ପୂର୍ବେ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY) ଅଧୀନରେ ଥିବା ଆକାଉଣ୍ଟ ସଂଖ୍ୟା ୪୪.୨୩ କୋଟିରେ ପହଞ୍ଚିଛି। ଏହି ଆକାଉଣ୍ଟରେ ଜମା ହୋଇଥିବା ପରିମାଣ ୧.୫ ଲକ୍ଷ କୋଟିରୁ ଅଧିକ ହୋଇଛି।

ଆର୍ଥିକ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରୁଥିବା ଏହି ଯୋଜନା ଗତ ବର୍ଷ ଅଗଷ୍ଟରେ ସାତ ବର୍ଷର କାର୍ଯ୍ୟକାରିତା ସମାପ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନ ଧନ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଥିଲେ।

ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମୋଟ ୪୪.୨୩ କୋଟି ଜନ ଧନ ଆକାଉଣ୍ଟ ମଧ୍ୟରୁ ୩୪୯ କୋଟି ଆକାଉଣ୍ଟ ସରକାରୀ କ୍ଷେତ୍ର ବ୍ୟାଙ୍କରେ ଏବଂ ୮.୦୫ କୋଟି ଆକାଉଣ୍ଟ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କରେ ଅଛି। ଏହା ବ୍ୟତୀତ ଅବଶିଷ୍ଟ ୧.୨୮ କୋଟି ଆକାଉଣ୍ଟ ଘରୋଇ କ୍ଷେତ୍ର ବ୍ୟାଙ୍କରେ ଖୋଲାଯାଇଛି।

ଏହା ବ୍ୟତୀତ PMJDY ର ୩୧.୨୮ କୋଟି ହିତାଧିକାରୀଙ୍କୁ RuPay କାର୍ଡ ପ୍ରଦାନ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, RuPay କାର୍ଡଗୁଡ଼ିକର ସଂଖ୍ୟା ଏବଂ ବ୍ୟବହାର ସମୟ ସହିତ ବୃଦ୍ଧି ପାଇଛି। ଏହି ଯୋଜନାର ପ୍ରଥମ ବର୍ଷରେ ୧୭.୯୦ କୋଟି ଆକାଉଣ୍ଟ ଖୋଲା ଯାଇଥିଲା।

ସରକାର ଗତ ମାସରେ ସଂସଦକୁ ସୂଚନା ଦେଇଥିଲେ ଯେ, ଡିସେମ୍ବର ୮ ତାରିଖ ୨୦୨୧ ସୁଦ୍ଧା ଜନ ଧନ ଆକାଉଣ୍ଟରେ ଶୂନ ବାଲାନ୍ସ କିମ୍ବା ବାଲାନ୍ସ ଥିବା ଆକାଉଣ୍ଟ ସଂଖ୍ୟା ୩.୬୫ କୋଟିରେ ପହଞ୍ଚିଛି। ଏହା ହେଉଛି ଜନ ଧନ ଖାତାର ୮.୩ ପ୍ରତିଶତ। ତଥ୍ୟ ଅନୁଯାୟୀ, ୨୯.୫୪ କୋଟି ଜନ ଧନ ଆକାଉଣ୍ଟ ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରୀ ବ୍ୟାଙ୍କ ଶାଖାରେ ଅଛି। ଡିସେମ୍ବର ୨୯ ତାରିଖ ୨୦୨୧ ସୁଦ୍ଧା ଜନ ଧନ ଆକାଉଣ୍ଟଧାରୀଙ୍କ ମଧ୍ୟରୁ ୨୪.୬୧ କୋଟି ମହିଳା ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ୬ ଯୋଡ଼ା ଟ୍ରେନ୍ ହେବ ବାତିଲ୍

ଭୁବନେଶ୍ଵର: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ବେଲପାହାଡ ଏବଂ ହିମଗୀର୍ ରେଳ ବିଭାଗ ମଧ୍ୟରେ ଚତୁର୍ଥ ଲାଇନ ସଂଯୋଗ କାର୍ଯ୍ୟକ୍ଷମ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ୬ ଯୋଡ଼ା ଟ୍ରେନ୍ ବାତିଲ୍ ରହିବ।

୧- ୨୦୯୧୭/୨୦୯୧୮ ଇନ୍ଦୋର- ପୁରୀ- ଇନ୍ଦୋର ଏକ୍ସପ୍ରେସ ଟ୍ରେନ୍ ଡିସେମ୍ବର ୭ ତାରିଖରେ ଇନ୍ଦୋରରୁ ଏବଂ ଡିସେମ୍ବର ୯ ତାରିଖ ୨୦୨୧ ରେ ପୁରୀ ରୁ ବାତିଲ୍ ରହିବ।

୨- ୨୨୯୦୯/୨୨୯୧୦ ଭାଲସାଡ- ପୁରୀ- ଭାଲସାଡ ସୁପରଫାଷ୍ଟ ଟ୍ରେନ୍ ଭାଲସାଡରୁ ଡିସେମ୍ବର ୯ ତାରିଖ ଏବଂ ଡିସେମ୍ବର ୧୨ ତାରିଖ ୨୦୨୧ ରେ ପୁରୀରୁ ବାତିଲ ରହିବ।

୩- ୨୦୪୭୧/୨୯୪୭୨ ବିକାନେର- ପୁରୀ- ବିକାନେର ଏକ୍ସପ୍ରେସ ଟ୍ରେନ  ଡିସେମ୍ବର ୫ ତାରିଖରେ ବିକାନେର ଜଙ୍କ୍ସନରୁ ଏବଂ ଡିସେମ୍ବର ୮  ତାରିଖ ୨୦୨୧ ରେ ପୁରୀରୁ ବାତିଲ ରହିବ।

୪- ୨୨୮୬୬/୨୨୮୬୫ ପୁରୀ- ଲୋକାମାନ୍ୟତିଳକ- ପୁରୀ ସୁପରଫାଷ୍ଟ ଟ୍ରେନ୍  ଡିସେମ୍ବର ୭ ତାରିଖରେ ପୁରୀରୁ ଏବଂ ଡିସେମ୍ବର ୯ ତାରିଖ ୨୦୨୧ ରେ ଲୋକାମାନ୍ୟତିଳକରୁ ବାତିଲ୍ ରହିବ।

୫- ୧୨୮୮୦/୧୨୮୭୯ ଭୁବନେଶ୍ୱର- ଲୋକାମାନ୍ୟତିଳକ- ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ ଭୁବନେଶ୍ୱର ଠାରୁ ୬ ତାରିଖ ଓ ଡିସେମ୍ବର ୯ ତାରିଖ ଏବଂ ଲୋକାମାନ୍ୟତିଳକରୁ ତା ୮ ତାରିଖ ଓ ଡିସେମ୍ବର ୧୧ ତାରିଖ ୨୦୨୧ ରେ ବାତିଲ ରହିବ।

୬- ୨୦୮୦୭/୨୦୮୦୮ ବିଶାଖାପାଟନମ- ଅମୃତସର- ବିଶାଖାପାଟନମ ସୁପରଫାଷ୍ଟ ଟ୍ରେନ୍ ବିଶାଖାପାଟନମରୁ ୬ ତାରିଖ ଏବଂ ଡିସେମ୍ବର ୯ ତାରିଖରେ ଏବଂ ଅମୃତସରରୁ ୮ ତାରିଖ ଏବଂ ଡିସେମ୍ବର ୧୧ ତାରିଖ ୨୦୨୧ ରେ ବାତିଲ ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ଦୁଇଟି ଷ୍ଟେସନରେ ସଂଶୋଧିତ ସମୟରେ ଚଳାଚଳ କରିବ ପ୍ରଶାନ୍ତି ସ୍ପେଶାଲ୍

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ବାଙ୍ଗାଲୋର ପୂର୍ବ ଏବଂ ବାଙ୍ଗାଲୋର କ୍ୟାଣ୍ଟ ଷ୍ଟେସନରେ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ସମୟକୁ ସଂଶୋଧନ କରିବା ଏବଂ ଅସ୍ଥାୟୀ ଭାବରେ କୃଷ୍ଣରାଜପୁରମ୍ ଷ୍ଟେସନ ଠାରେ ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ୍ ର ଅତିରିକ୍ତ ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱରରୁ ଅକ୍ଟୋବର ୨୦ ତାରିଖ ଠାରୁ ଛାଡୁଥିବା ୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ପେଶାଲ ବାଙ୍ଗାଲୋର ପୂର୍ବ ଷ୍ଟେସନ ଠାରେ ଏହାର ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ବଦଳରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୪୬ମି.ରେ ଛାଡିବ। ଏହି ଟ୍ରେନ ବାଙ୍ଗାଲୋର କ୍ୟାଣ୍ଟରେ ଏହାର ପୂର୍ବ ସମୟ ସାରଣୀ ବଦଳରେ ପୂର୍ବାହ୍ନ ୧୦ଘ.୫୧ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୫୨ମି.ରେ ବାଙ୍ଗାଲୋର ମୁଖ୍ୟ ଷ୍ଟେସନକୁ ଯାତ୍ରା କରିବ।

ଏହା ବ୍ୟତୀତ ଅକ୍ଟୋବର ୧୯ ତାରିଖରୁ ଫେବୃଆରୀ ୧୫ ତାରିଖ ମଧ୍ୟରେ ହାଓଡ଼ାରୁ ଛାଡୁଥିବା ୦୬୫୯୮ ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ କୃଷ୍ଣରାଜପୁରରେ ସନ୍ଧ୍ୟା ୭ଘଟିକାରେ ପହଞ୍ଚି ସନ୍ଧ୍ୟା ୭ଘ.୦୧ମି.ରେ ଯଶୋବନ୍ତପୁରକୁ ଯାତ୍ରା କରିବ।