CycloneAlret: ବାତ୍ୟା ପାଇଁ ଶନିବାର ଦିନ 19 ଜିଲ୍ଲାର ସ୍କୁଲ ଛୁଟି ଘୋଷଣା

Published: Dec 3, 2021, 9:47 pm IST

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ପାଇଁ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ 19ଟି ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏ ନେଇ ବିଭାଗ ତରଫରୁ ଏହି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ଜଣାଇ ଦିଆଯାଇଛି। ବାତ୍ୟା ଆଶଙ୍କାରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ରଖି ବିଭାଗ ଏହି ନିଷ୍ପତି ଗ୍ରହଣ କରିଛି।

ବିିଜ୍ଞପ୍ତି ଅନୁୁସାରେ ଗଂଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୂରଭଂଜ ଜିଲ୍ଳାରେ ଡିସେମ୍ବର ୪ ତାରିଖରେ ବିିଦ୍ୟାଳୟ ବନ୍ଦ ରହିବ। ଏଥିରେ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ।

ତେବେ ସ୍କୁଲରେ ଶିକ୍ଷକମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଛି। କାରଣ ବାତ୍ୟା ମୁକାବିଲା ପାଇଁ ସେମାନେ ପ୍ରଶାସନକୁ ସହଯୋଗ କରିବେ ବୋଲି ଉଲ୍ଲେଖ କରାଯାଇଛି।

Related posts