କରୋନା ଅପଡେଟ୍: ଦେଶରେ ୨ ହଜାର ୭୯୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ

Published: Dec 5, 2021, 10:56 am IST

ଦିଲ୍ଲୀ: ଆଜି ଦେଶରୁ ୮ ହଜାର ୮୯୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨ ହଜାର ୭୯୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ବିହାରରେ କରୋନା କାରଣରୁ ପୂର୍ବରୁ ମୃତ୍ୟୁବରଣ କରିଥିବା ୨,୪୨୬ ଜଣଙ୍କ ସଂଖ୍ୟା ଆଜି ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୩୩ ହଜାର ୨୫୫ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୩ ହଜାର ୩୨୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୬୦ ହଜାର ୭୭୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୯ ହଜାର ୧୫୫ ଆକ୍ଟିଭ୍‌ କେସ୍ ରହିଛି।

Related posts