କରୋନା ଅପଡେଟ୍: ଦେଶରେ ୬ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ୨୩ ଓମିକ୍ରନ ମାମଲା

Published: Dec 7, 2021, 10:16 am IST

ଦିଲ୍ଲୀ: ଆଜି ଦେଶରୁ ୬ ହଜାର ୮୨୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩ଟି ଓମିକ୍ରନ ମାମଲା ସ୍ପଷ୍ଟ ହୋଇଛି। ସେହିଭଳି ଗତ ୨୪ ଘଣ୍ଟାରେ ୨୧୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୪୮ ହଜାର ୩୮୩ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୩ ହଜାର ୭୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୭୯ ହଜାର ୬୧୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୫ ହଜାର ୧୪ ଆକ୍ଟିଭ୍‌ କେସ୍ ରହିଛି।

Related posts