ମେଣ୍ଟ ଘୋଷଣା ପରେ ବିଜେପିର ଏହି ବଡ ନେତାଙ୍କୁ ଭେଟିଲେ କ୍ୟାପଟେନ ଅମରିନ୍ଦର

Published: Dec 7, 2021, 4:04 pm IST

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି କେନ୍ଦ୍ର ମନ୍ତ୍ରୀ ତଥା ପଞ୍ଜାବ ବିଜେପି ଦାୟିତ୍ୱରେ ଥିବା ଗଜେନ୍ଦ୍ର ସିଂ ଶେଖୱାତଙ୍କୁ ଭେଟିଛନ୍ତି। ପଞ୍ଜାବ ଲୋକ କଂଗ୍ରେସ ଦଳର ପ୍ରତିଷ୍ଠାତା କ୍ୟାପଟେନ ଅମରିନ୍ଦର ମଧ୍ୟ ଏହି ସମୟରେ ଶେଖୱାତଙ୍କ ସହ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଉଭୟ ନେତାଙ୍କ ଏହି ବୈଠକ ସିସୱାନର ମୋହିନ୍ଦର ବାଗରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଅମରିନ୍ଦର ସିଂ ଟ୍ୱିଟ କରି କହିଛନ୍ତି ଯେ, କେନ୍ଦ୍ରୀୟ ଜଲ ଶକ୍ତି ମନ୍ତ୍ରୀ ତଥା ବିଜେପିର ପଞ୍ଜାବ ନିର୍ବାଚନ ଦାୟିତ୍ୱରେ ଥିବା ଗଜେନ୍ଦ୍ର ସିଂ ଶେଖୱାତ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବର ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ପ୍ରତିଦ୍ୱନ୍ଦିତା କରିବେ ବୋଲି ଗତକାଲି ଅମରିନ୍ଦର ସିଂ ଘୋଷଣା କରିଥିଲେ। ତେବେ ଉଭୟଙ୍କ ଏହି ସାକ୍ଷାତ ପରେ ବିଜେପି ଏବଂ କ୍ୟାପଟେନଙ୍କ ପଞ୍ଜାବ ଲୋକ କଂଗ୍ରେସ ଦଳ ସହ ନିବିଡତା ବଢୁଥିବାର ଆଲୋଚନା ହେଉଛି।

Related posts