ମହିଳାମାନଙ୍କ ପାଇଁ ଏକ ପୃଥକ ଘୋଷଣାପତ୍ର ଜାରି କଲେ ପ୍ରିୟଙ୍କା ଗାନ୍ଧୀ, ଦେଲେ ଏଭଳି ପ୍ରତିଶୃତି

Published: Dec 8, 2021, 1:06 pm IST

ଲକ୍ଷ୍ନୌ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ମହିଳାମାନଙ୍କ ପାଇଁ ଏକ ପୃଥକ ଘୋଷଣା ପତ୍ର ଜାରି କରିଛନ୍ତି। ମହିଳା ଘୋଷଣା ପତ୍ରକୁ ଶକ୍ତି ବିଧାନ ନାମରେ ନାମିତ କରିଛି ଉତ୍ତରପ୍ରଦେଶ କଂଗ୍ରେସ। ପ୍ରିୟଙ୍କା କହିଛନ୍ତି ଯେ, ଆମେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବାର ପ୍ରତିଶୃତି ଦେଇଛୁ। ଯାହା ଦ୍ଵାରା ମହିଳା ସଶକ୍ତିକରଣର କଥାବାର୍ତ୍ତା କେବଳ କାଗଜରେ ରହିବ ନାହିଁ। କଂଗ୍ରେସ ଦଳ ଦେଶକୁ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଦେଇଛି।

ମହିଳାମାନଙ୍କ ପାଇଁ ବଡ ପ୍ରତିଶ୍ରୁତି ଦେଇଥିବାବେଳେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ୮ ଲକ୍ଷ ମହିଳାଙ୍କୁ ୟୁପିରେ ନିଯୁକ୍ତି ଦିଆଯିବ। ମହିଳାମାନେ ମନେରେଗାରେ ପ୍ରାଥମିକତା ପାଇବେ। ସରକାରୀ ପଦବୀରେ ୪୦ ପ୍ରତିଶତ ମହିଳା ନିଯୁକ୍ତ ହେବେ।

Related posts