ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ତିନି ଦିନ ପାଇଁ ଆଂଶିକ ବାତିଲ ହେବ ପ୍ରଶାନ୍ତି ଏକ୍ସପ୍ରେସ

Published: Dec 8, 2021, 5:53 pm IST

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ରେଳବାଇର ବାଙ୍ଗାଲୋର ଡିଭିଜନ୍ ଅନ୍ତର୍ଗତ ୟେଲହଙ୍କା ଏବଂ ପେନୁକୋଣ୍ଡା ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ହିନ୍ଦୁପୁର ଏବଂ ଦେବରାପଲ୍ଲୀ ଷ୍ଟେସନରେ ନନ-ଇଣ୍ଟର ଲକିଂ କାର୍ଯ୍ୟ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନ୍କୁ ବାତିଲ, ମାର୍ଗ ପରିବର୍ତ୍ତନ ଏବଂ ଆଂଶିକ ବାତିଲ କରାଯାଉଛି।

ଉପରୋକ୍ତ ଟ୍ରେନଗୁଡିକ ମଧ୍ୟରୁ 18463/18464 ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ଉଭୟ ଦିଗରୁ ତିନି ଦିନ ପାଇଁ ଆଂଶିକ ବାତିଲ କରାଯିବ।

ଭୁବନେଶ୍ୱର ଠାରୁ ଛାଡୁଥିବା 18463 ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ 12 ରୁ 14 ଡିସେମ୍ବର, 2021 ପର୍ଯ୍ୟନ୍ତ ସତ୍ୟସାଇ ପ୍ରଶାନ୍ତି ନିଳୟମ ପର୍ଯ୍ୟନ୍ତ ଚଳାଚଳ କରିବ।  ସେହିଭଳି, 18464 ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ 13 ରୁ 15 ଡିସେମ୍ବର, 2021 ପର୍ଯ୍ୟନ୍ତ ବାଙ୍ଗାଲୋର ପରିବର୍ତ୍ତେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଷ୍ଟେସନ ଠାରୁ ଭୁବନେଶ୍ୱରକୁ ଯାତ୍ରା କରିବ।

18463/18464 ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ସେବା ଉଭୟ ଦିଗରୁ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଏବଂ ବାଙ୍ଗାଲୋର ମଧ୍ୟରେ ଏହି ସମୟରେ ବାତିଲ ରହିବ।

Related posts