Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଶାସନର ନୂଆ କାର୍ଯ୍ୟକ୍ରମ ‘ଶିଶୁ ଅନୁକୂଳ ସୁନ୍ଦରଗଡ଼’: ପିଲାଙ୍କ ଉପଯୋଗୀ ହେବ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ
ଆଜିର ଖବର

ପ୍ରଶାସନର ନୂଆ କାର୍ଯ୍ୟକ୍ରମ ‘ଶିଶୁ ଅନୁକୂଳ ସୁନ୍ଦରଗଡ଼’: ପିଲାଙ୍କ ଉପଯୋଗୀ ହେବ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ

December 9, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ଶିଶୁ ଓ କିଶୋର ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଜୀବନ ଓ ସ୍ୱପ୍ନକୁ ସୁରକ୍ଷିତ କରିବା ପାଇଁ ଆମ ସମାଜକୁ ପିଲାଙ୍କ ଉପଯୋଗୀ କରିବାକୁ ହେବ। ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଜୀବନରେ ପୂର୍ଣ୍ଣ ବିକଶିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ। ଏହି ଆଭିମୁଖ୍ୟକୁ ସାକାର କରିବା ପାଇଁ ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ‘ଚାଇଲ୍ଡ ଫ୍ରେଣ୍ଡଲି ବା ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମ।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ôଥକ ସହାୟତାକ୍ରମେ ଏହି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ଜିଲ୍ଲାର ସମସ୍ତ ୨୭୯ଟି ଗ୍ରାମପଞ୍ଚାୟତକୁ ଶିଶୁ ଅନୁକୂଳ କରିବା ଲାଗି ପଦକ୍ଷେପ ନିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକ୍ରମ ସାରା ଦେଶରେ ପ୍ରଥମ।

ଏହି ନୂତନ କାର୍ଯ୍ୟକ୍ରମର ପରିଚାଳନା ପାଇଁ ଜିଲ୍ଲାର ୮ଟି ବ୍ଲକ୍‌ରେ ସ୍ୱେଚ୍ଛାସେବୀ ସଙ୍ଗଠନ ୟୁଥ୍ ଫର ସୋସିଆଲ ଡେଭଲପ୍‌ମେଣ୍ଟ ଏବଂ ୯ଟି ବ୍ଲକ୍‌ରେ ଦିଶାକୁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାର ସମସ୍ତ ୧୭ଟି ବ୍ଲକ ପାଇଁ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ନିଯୁକ୍ତ ବ୍ଲକ ସଂଯୋଜକ ଓ ପ୍ରକଳ୍ପ କର୍ମଚାରୀମାନଙ୍କୁ ନେଇ ନିକଟରେ ବିଶ୍ରାଠାରେ ଏକ ୩ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାୟକ ଏହାକୁ ଉଦ୍‌ଘାଟନ କରିଥିଲେ।
ସୁନ୍ଦରଗଡ଼ ଜିଲ୍ଲାକୁ ଶିଶୁ ଅନୁକୂଳ କରିବା ଲାଗି ଗ୍ରାମପଞ୍ଚାୟତ ସ୍ତରରୁ ପଦକ୍ଷେପ ନିଆଯାଉଛି। ଶିଶୁମାନଙ୍କର ବିକାଶ ପାଇଁ ଯେଉଁ ସବୁ ସୂଚକ ବା ମାପଦଣ୍ଡ ରହିଛି, ବ୍ଲକ୍ ସଂଯୋଜକମାନେ ସେହିସବୁ ଆଧାରରେ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରିବେ। ସେହି ରିପୋର୍ଟ ଅନୁଯାୟୀ ବିଭିନ୍ନ ବିଭାଗ ସେମାନଙ୍କର ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ ଲାଗି ରୂପରେଖ ପ୍ରସ୍ତୁୂତ କରିବେ। ଏହି ସଂଯୋଜକମାନେ ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍‌, ଆଶାକର୍ମୀ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଓ ଡାକ୍ତରଙ୍କ ଭଳି ସ୍ଥାନୀୟ ଅଂଶୀଦାରମାନଙ୍କୁ ଶିଶୁଙ୍କ ସାମୂହିକ ବିକାଶ ପ୍ରକ୍ରିୟାରେ ଭାଗୀଦାର କରାଇବେ।

ସେହିପରି ଗ୍ରାମପଞ୍ଚାୟତ ସ୍ତରରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା ସମିତି, ମାତୃ କମିଟି, ପଞ୍ଚାୟତ ପ୍ରତିନିଧି ଓ ବିଭିନ୍ନ ସେବା ପ୍ରଦାନକାରୀଙ୍କୁ ନେଇ ‘ଶିଶୁ ଅଧିକାର କମିଟି’ ଗଠନ କରାଯିବ। ଏହି କମିଟିର ବୈଠକରେ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପାନୀୟ ଜଳ, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୋଷଣ ଓ ସୁରକ୍ଷା ଆଦି ବିଷୟକୁ ନେଇ ଯେଉଁ ସବୁ ସମସ୍ୟା ରହିଛି, ତା’ର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଏହି ବୈଠକରେ ଶିଶୁମାନେ ନିଜେ କିପରି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିପାରିବେ, ସେନେଇ ପିଲାଙ୍କୁ ତାଲିମ ଦିଆଯିବ।

‘ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମର ପ୍ରମୁଖ ଆଭିମୁଖ୍ୟଗୁୂଡ଼ିକ ମଧ୍ୟରେ ରହିଛି ଅନ୍ତର୍ଜାତୀୟ ମାପଦଣ୍ଡ ଅନୁଯାୟୀ ଶିଶୁମାନଙ୍କର ବିଭିନ୍ନ ଅଧିକାରକୁ ସୁରକ୍ଷିତ କରିବା, ବାଲ୍ୟ ବିବାହ ପ୍ରଥା ସମ୍ପୂର୍ଣ୍ଣ ବନ୍ଦ କରିବା, ଶିଶୁ ଶ୍ରମିକ ଉଚ୍ଛେଦ, ଶିଶୁ ଚାଲାଣର ନିରୋଧ ଏବଂ ପିଲାଙ୍କ ପ୍ରତି କୌଣସି ପ୍ରକାର ହିଂସା ଓ ନିର୍ଯାତନା ରୋକିବା। ସେହିପରି ଶିଶୁମାନଙ୍କର ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିବା ସହ ପିଲାମାନେ ଯେପରି ଅଧାରୁ ପାଠ ନ ଛାଡ଼ନ୍ତି, ସେ ଦିଗରେ ବିଶେଷ ପଦକ୍ଷେପ ନିଆଯିବ। ଅର୍ଥାତ୍ ସମାଜର ପ୍ରତ୍ୟେକ ଶିଶୁ କିପରି ଶାରୀରିକ, ମାନସିକ ଓ ସାମାଜିକ ଭାବେ ପୂର୍ଣ୍ଣ ବିକଶିତ ହେବାର ସୁଯୋଗ ପାଇପାରିବ, ସେଥିପାଇଁ ଉଚିତ୍ ପରିବେଶ ସୃଷ୍ଟି କରିବା ଏହାର ଲକ୍ଷ୍ୟ।

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସେହିପରି ପିଲାଙ୍କ ପୋଷଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ଚାଲିଥିବା ଏହି ସବୁ କାର୍ଯ୍ୟକ୍ରମରୁ ଶିଶୁମାନେ କିପରି ଉଚିତ୍ ସୁବିଧା ପାଇପାରିବେ, ସେ ଦିଗରେ ମଧ୍ୟ ନୂତନ କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁତ୍ୱ ଦିଆଯିବ।

ଏହି କାର୍ଯ୍ୟକ୍ରମ ଲାଗୁ ହେବା ଫଳରେ ଏବେ ଗ୍ରାମ ପଞ୍ଚାୟତସ୍ତରୀୟ ବିକାଶ ଯୋଜନା (ଜିପିଡିପି) ପ୍ରସ୍ତୁତି ବେଳେ ପିଲାଙ୍କ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ। ପିଲାଙ୍କ ବିକାଶ ଲାଗି ଗ୍ରାମସଭାରେ ବିଭିନ୍ନ ପ୍ରସ୍ତାବ ପାରିତ କରାଯାଇ ସେଥିପାଇଁ ବଜେଟ୍ ବ୍ୟବସ୍ଥା କରାଯିବ।
‘ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ଓ ତଦାରଖ ପାଇଁ ୩ଟି ସ୍ତରରେ ଅଲଗା ଅଲଗା କମିଟି କାମ କରିବ। ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କ ନେତୃତ୍ୱରେ କମିଟି ରହିବ । ସେହିପରି ବ୍ଲକସ୍ତରରେ ବ୍ଲକ୍ ଅଧ୍ୟକ୍ଷ ଓ ବିଡିଓଙ୍କ ନେତୃତ୍ୱରେ ଗଠିତ କମିଟି ସବୁ ପଞ୍ଚାୟତରେ ଶିଶୁମାନଙ୍କ ବିକାଶ ପ୍ରକ୍ରିୟା ତଦାରଖ କରିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସମଗ୍ର ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବ।

ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଲାଗୁ ହେବା ଦ୍ୱାରା ଆଗାମୀ ଦିନରେ ଶିଶୁମାନଙ୍କ ପାଖରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗକୁ ସୁନିଶ୍ଚିତ କରାଯାଇପାରିବ। ସେହିପରି ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ସ୍ଥାନୀୟ ଜନତା, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସେବା ପ୍ରଦାନକାରୀ ଏବଂ ପ୍ରଶାସନ ସଚେତନ ହେବା ସହ ସେଗୁଡ଼ିକର ସମାଧାନର ବାଟ ବାହାର କରିବେ। ଏହିସବୁ ପଦକ୍ଷେପ ନିଆଯିବା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ବିକାଶ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମରେ ପରିଣତ ହୋଇପାରିବ। ସୁନ୍ଦରଗଡ଼ ଜିଲ୍ଲା ହେବ ଶିଶୁ ଅନୁକୂଳ।

ସୁନ୍ଦରଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.