ବିବାହ ବନ୍ଧନରେ ଆବଦ୍ଧ ହେଲେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, କନ୍ୟା କିଏ ?

Published: Dec 10, 2021, 6:17 am IST

ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବୀ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନୂଆଦିଲ୍ଲୀରେ ବହୁ କମ ସଂଖ୍ୟକ ଅତିଥୀଙ୍କୁ ନେଇ ଏହି ବିବାହ ଉତ୍ସବ ଗୁରୁବାର ଦିନ କରାଯାଇଛି। ତେଜସ୍ବୀ ତାଙ୍କର ସ୍କୁଲ ସାଙ୍ଗ ରାଜଶ୍ରୀଙ୍କୁ ବିବାହ କରିଛନ୍ତି। ଉଭୟ ସ୍କୁଲରେ ଏକାଠି ପାଢୁ ଥିବା ବେଳେ ସଂପର୍କ ଗଢିଉଠିଥିଲା। ଯାହା ବିବାହ ବନ୍ଧନରେ ଆବଦ୍ଧ ହୋଇଛି।

ନୂଆଦିଲ୍ଲୀରେ ତେଜସ୍ବୀଙ୍କ ଭଉଣୀ ମୀସା ଭାରତୀଙ୍କ ଫାର୍ମ ହାଉସରେ ଏହି ବିବାହ ଅନୁଷ୍ଠିତ ହୋଇଛି। ଫାର୍ମହାଉସରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବାହାରେ ବାଉନସରଙ୍କୁ ମୁତୟନ କରାଯାଇଥିଲା। ଏହି ଉତ୍ସବରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଏବଂ ତାଙ୍କ ପତ୍ନୀ ଯୋଗଦେଇଥିଲେ। ଏଥିସହିତ ବହୁ ବରିଷ୍ଠ ନେତା ମଧ୍ୟ ଯୋଗଦେଇ ବରକନ୍ୟାଙ୍କୁ ଆର୍ଶିବାଦ କରିଥିଲେ।

Related posts