
କଟକ: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଅଭିନେତା ମିହିର ଦାସ ଗୁରୁତର ହୋଇ କଟକ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ପୂର୍ବରୁ କିଡନୀ ରୋଗରେ ପିଡିତ ଅଛନ୍ତି। ତାଙ୍କୁ ଡାଇଲେସସି କରାଯାଉଥିଲା। ଗତକାଲି ସେ ହଠାତ ଅସୁସ୍ଥ ହୋଇପଡିବାରୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସେମିତି ପରିବର୍ତ୍ତନ ଆସି ନାହିଁ।
ତାଙ୍କର ସ୍ବାସ୍ଥ୍ୟ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶିଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଇଛି। ଓଲିଉଡର କେତେକ ବରିଷ୍ଠ କଳାକାର ହସପିଟାଲରେ ଯାଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ତାଙ୍କପ ପ୍ରଶଂସକ ମଧ୍ୟ ଶିଘ୍ର ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି।