Categories
ଆଞ୍ଚଳିକ

ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଡିଏଭି ଚନ୍ଦ୍ରଶେଖରପୁର

ଭୁବନେଶ୍ବର: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠନ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଡିଏଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର ତରଫରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସ୍କୁଲ ପରିସରରେ ଅଧ୍ୟକ୍ଷ କେ ସି ଶତପଥୀ, ଶିକ୍ଷକଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ଶୋକ ପ୍ରକାଶ କରିଛନ୍ତି।

ଏହି ଉପଲକ୍ଷେ ଅଧ୍ୟକ୍ଷ କହିଛନ୍ତି ଯେ ମିହିର ଦାସ ଓଡିଆ ଚଳଚିତ୍ରର ଜଣେ ବହୁମୁଖି ପ୍ରତିଭା ଥିଲା। ସେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିଛନ୍ତି ତାହା ଆଉ କେବେ ବି ପୁରଣ ହୋଇପାରିବ ନାହିଁ। ତାଙ୍କର ଏପରି ଅକାଳ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଦୁଃଖଦାୟକ ବୋଲି ସେ କହିଛନ୍ତି।

Categories
ଆଜିର ଖବର ସିନେମା

ଆଜି ମିହିର ଦାସଙ୍କର ହେବ ଶେଷକୃତ୍ୟ, ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ଆଜି ଓଡିଆ ଚଳଚିତ୍ରର ପ୍ରଖ୍ୟାତ ତଥା ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହେବ। ତାଙ୍କର ଶେଷକୃତ୍ୟ ସମୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କଟକ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ କରିଯିବ।

ଗତକାଲି ତାଙ୍କର ପରଲୋକ ଘଟିଥିଲା।  ଅସୁସ୍ଥତା ଯୋଗୁଁ ସେ ବହୁଦିନ ଧରି ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ସେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ରାଜ୍ୟର ବରିଷ୍ଠ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭେଣ୍ଟିଲେଟରରେ ଅଭିନେତା ମିହିର ଦାସ, ଆରୋଗ୍ୟ କାମନା କଲେ ପ୍ରଶଂସକ

କଟକ: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଅଭିନେତା ମିହିର ଦାସ ଗୁରୁତର ହୋଇ କଟକ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ପୂର୍ବରୁ କିଡନୀ ରୋଗରେ ପିଡିତ ଅଛନ୍ତି। ତାଙ୍କୁ ଡାଇଲେସସି କରାଯାଉଥିଲା। ଗତକାଲି ସେ ହଠାତ ଅସୁସ୍ଥ ହୋଇପଡିବାରୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସେମିତି ପରିବର୍ତ୍ତନ ଆସି ନାହିଁ।

ତାଙ୍କର ସ୍ବାସ୍ଥ୍ୟ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶିଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଇଛି। ଓଲିଉଡର କେତେକ ବରିଷ୍ଠ କଳାକାର ହସପିଟାଲରେ ଯାଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ତାଙ୍କପ ପ୍ରଶଂସକ ମଧ୍ୟ ଶିଘ୍ର ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି।

Categories
ଫଟୋ ଖବର

ଅଭିନନ୍ଦନ : ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ମିହିର ଦାସ