ମହାରାଷ୍ଟ୍ରରେ ଓମିକ୍ରନର ୭ ଟି ନୂଆ ମାମଲା ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୭ କୁ ବୃଦ୍ଧି

Published: Dec 10, 2021, 8:37 pm IST

ମୁମ୍ବାଇ: ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାଜ୍ୟରେ ଓମିକ୍ରନ୍‌ର ୭ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଓମିକ୍ରନ୍‌ର ଏହି ନୂତନ ମାମଲାଗୁଡ଼ିକ ମଧ୍ୟରୁ ୩ଟି ମୁମ୍ବାଇରୁ ଏବଂ ୪ ଟି ପିମ୍ପ୍ରି ଚିଞ୍ଚୱାଡ ମ୍ୟୁନିସିପାଲ କର୍ପୋରେସନରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି ଓମିକ୍ରନ୍ ଭାରିଆଣ୍ଟସ୍ ର ନୂଆ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ନୂତନ ଭାରିଆଣ୍ଟର ମୋଟ ମାମଲା ୧୭ ରେ ପହଞ୍ଚିଛି।

ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛି ଯେ, ଦେଶରେ ଓମିକ୍ରନର ୨୫ ଟି ମାମଲା ନିଶ୍ଚିତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ରାଜସ୍ଥାନରେ ୯ ଜଣ, ଗୁଜୁରାଟରେ ତିନି ଜଣ, ମହାରାଷ୍ଟ୍ରରେ ୧୦ ଜଣ, କର୍ଣ୍ଣାଟକରେ ଦୁଇଜଣ, ଦିଲ୍ଲୀର ଜଣେ ବ୍ୟକ୍ତି ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଅଧିକାଂଶ ରୋଗୀଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ଲଭ ଅଗ୍ରୱାଲ କହିଛନ୍ତି ଯେ, ଓମିକ୍ରନର ମାମଲା ବିଶ୍ଵର ୫୯ ଟି ଦେଶରେ ଦେଖିବାକୁ ମିଳିଛି।

Related posts