କରୋନା ଅପଡେଟ୍: ୫୫୯ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ

Published: Dec 11, 2021, 10:49 am IST

ଦିଲ୍ଲୀ: ଆଜି ଦେଶରୁ ୭ ହଜାର ୯୯୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୫୯ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୯୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୮୨ ହଜାର ୭୩୬ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୫ ହଜାର ୧୨୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୧୪ ହଜାର ୩୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୩ ହଜାର ୨୭୭ ଆକ୍ଟିଭ୍‌ କେସ୍ ରହିଛି।

Related posts