ରାଜ୍ୟରେ ଆଜି ଚିହ୍ନଟ ହେଲେ ୧୬୦ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Dec 12, 2021, 10:53 am IST

ଭୁବନେଶ୍ବର:  ଆଜି ରାଜ୍ୟରେ ୧୬୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୧

ବରଗଡ ଜିଲ୍ଲାରୁ- ୨

ଭଦ୍ରକ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ – ୭

ଦେବଗଡ ଜିଲ୍ଲାରୁ- ୧

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୪

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ – ୫

ଝାରସୁଗୁଡା ଜିଲ୍ଲାରୁ- ୧

କେନ୍ଦ୍ରାପଡ଼ା ଜିଲ୍ଲାରୁ– ୨

ଖୋର୍ଦ୍ଧା ଜିଲ୍ଲାରୁ- ୮୬

ମୟୂରଭଞ୍ଜ ଜିଲ୍ଲାରୁ- ୫

ନୟାଗଡ ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୫

ସୁନ୍ଦରଗଡ଼ ଜିଲ୍ଲାରୁ – ୧୦

ଷ୍ଟେଟ ପୁଲରୁ- ୨୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର ୫୭୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୧୩୨ ଏବଂ ବର୍ତ୍ତମାନ ୧୯୫୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts