କରୋନା ଅପଡେଟ୍: ଦେଶରେ ୫୬୦ ଦିନ ପରେ ସବୁଠୁ କମ ସକ୍ରିୟ ଆକ୍ରାନ୍ତ

Published: Dec 12, 2021, 11:15 am IST

ଦିଲ୍ଲୀ: ଆଜି ଦେଶରୁ ୭ ହଜାର ୭୭୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୦୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୮୧ ହଜାର ୫୧୮ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୫ ହଜାର ୪୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୨୨ ହଜାର ୭୯୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୨ ହଜାର ୨୮୧ ଆକ୍ଟିଭ୍‌ କେସ୍ ରହିଛି। ୫୬୦ ଦିନ ପରେ ସବୁଠୁ କମ ସକ୍ରିୟ ଆକ୍ରାନ୍ତ ରେକର୍ଡ କରାଯାଇଛି।

Related posts