Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ର ନିର୍ମାଣରେ ଇଞ୍ଜିନିୟରମାନେ ଜଣେ ଜଣେ ବିଶ୍ୱକର୍ମା: ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ
ଆଜିର ଖବର

ରାଷ୍ଟ୍ର ନିର୍ମାଣରେ ଇଞ୍ଜିନିୟରମାନେ ଜଣେ ଜଣେ ବିଶ୍ୱକର୍ମା: ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ

December 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିପିୟୁଟି ଛାତ୍ର ସଂଘ ତରଫରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଇଞ୍ଜିନିୟର ଦିବସ ‘ଆଲିଗ୍ରେଟୋ-୨୧’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଯୋଗଦେଇ କହିଲେ ଯେ, ଆଜିର ଛାତ୍ର କାଲିର ଭବିଷ୍ୟତ। ରାଷ୍ଟ୍ର ନିର୍ମାଣରେ ଇଞ୍ଜିୟରମାନେ ଜଣେ ଜଣେ ବିଶ୍ୱକର୍ମା। ଦେଶ ତଥା ରାଜ୍ୟର ପ୍ରଗତି ଦିଗରେ ସେମାନଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଲେ ଯେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନଭାର ଗ୍ରହଣ କରିବା ପରଠାରୁ ଇଞ୍ଜିନିୟରମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ତେଣୁ ଓଡ଼ିଶାରେ ଏକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ସଂକଳ୍ପ ନେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ରେଢାଖୋଲ ବିଧାୟକ ତଥା ବିଜୁ ଜନତା ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଯୋଗଦେଇ କହିଲେ ଯେ, ଇଞ୍ଜିନିୟରମାନଙ୍କୁ ପ୍ରତ୍ୟେକସ୍ତରରେ ଗୁରୁତ୍ୱ ଦେଲେ ରାଜ୍ୟର ପ୍ରଗତି ଦୃତଗତିରେ ଆଗେଇ ଚାଲିବ। ବିପିୟୁଟି ଛାତ୍ରସଂଘର ଛାତ୍ରନେତା ଇଂ ପାର୍ଥସାରଥୀ ମୁଦୁଲି ଯୋଗଦେଇ କହିଲେ ଇଞ୍ଜିନିୟରମାନଙ୍କ ଦେଶକୁ ଆଗେଇ ନେବାକୁ ଯେଉଁ ଭୂମିକା ରହିଛି ତାହା ସଦାସର୍ବଦା ଅତୁଳନୀୟ। ସାମାଜିକ ତଥା ରାଜନୈତିକସ୍ତରରେ ଇଞ୍ଜିନିୟରମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କଲେ ଏକ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ।

ବିଜୁ ଯୁବ ଜନତା ଦଳର ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ ଯୋଗଦେଇ କହିଥିଲେ ଯେ ଆଜିର ସମାଜରେ ନୂତନ ଛାତ୍ରନେତା ଆଗକୁ ନ ବାହାରିଲେ ତାହା ଗଣତନ୍ତ୍ର ରାଷ୍ଟ୍ର ପାଇଁ ଘୋର ବିପଦ ସୃଷ୍ଟି କରିବ। ତେଣୁ ନୂତନ ଛାତ୍ରନେତାମାନେ ବାହାରି ନିଜର ଅଧିକାର ପାଇଁ ସଂଗ୍ରାମ କରିବାକୁ ପଡ଼ିବ।

ବିିପିୟୁଟି ଛାତ୍ରସଂଘର ମୁଖ୍ୟ ସଂଗଠକ ଇଂ ଶକ୍ତିପ୍ରସାଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଜୁ ଯୁବ ଛାତ୍ରଜନତା ଦଳର କର୍ମକର୍ତ୍ତାଙ୍କ ସହ ବିପିୟୁଟିର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ବିପିୟୁଟିର ଉପଦେଷ୍ଟା ଇଂ ବିମଳ ସାହୁ, ଓଡ଼ିଶା ଡ଼ିଗ୍ରୀ ଇଞ୍ଜିନିୟର ସଂଘର ରାଜ୍ୟ ସଭାପତି ସୌମ୍ୟରଞ୍ଜନ ମହାପାତ୍ର, ଯୁବନେତା ବିଶ୍ୱଜିତ ସାମନ୍ତରାୟ, ବିପିୟୁଟି ଛାତ୍ରନେତା ସଂସଦ କୁମାର ନୟକ, ରମ୍ୟରଞ୍ଜନ ପାଲ, ଅନମୋଲ କୁମାର, ଲିଙ୍ଗରାଜ ମହାନ୍ତି, ସୌମ୍ୟରଞ୍ଜନ ମହାପାତ୍ର ପ୍ରମୁଖ ଉତ୍ସବଟିକୁ ପରିଚାଳନା କରିଥିଲେ। ଏ

ଥିରେ ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ ପଣ୍ଡା, ସୁନିଲ ମହାନ୍ତି, ଆଇଟି ମୁଖ୍ୟ ସୁବ୍ରତ କୁମାର ଛାଟୋଇ, ସକାଳର ପ୍ରକାଶକ ଅମିତ ମଲ୍ଲିକ, ବରିଷ୍ଠ ଉପସଭାପତି ଧୃତିରଞ୍ଜନ ମାର୍ଥା, ସାଧାରଣ ସମ୍ପାଦକ ବାଣିକଲ୍ୟାଣ ମହାନ୍ତି, ତାରିଣୀ ପ୍ରସାଦ ନାୟକ, ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ରାଜେଶରାଜ ସ୍ୱାଇଁ, ସ୍ୱାଗତିକା ମହାନ୍ତି, ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବମ୍ବେରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୂର୍ବତନ ମନ୍ତ୍ରୀ ରାଷ୍ଟ୍ର ନିର୍ମାଣ
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.