Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ମାଡ୍ରାସର ୨୦୨୧-୨୭ ରଣନୈତିକ ଯୋଜନାର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଚେନ୍ନାଇ: ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଗୁଡ଼ିକ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ଏବଂ ମାନବତା ପାଇଁ ଭବିଷ୍ୟତ ଗଠନ ରୂପକ ଏକ ମନ୍ଦିର। ସୋମବାର ଆଇଆଇଟି ମାଡ୍ରାସର ୨୦୨୧-୨୭ ରଣନୈତିକ ଯୋଜନା ଏବଂ ରାଷ୍ଟ୍ର ନିର୍ମାଣ ଓ ଶିକ୍ଷା ସହ ଜଡ଼ିତ ବିଭିନ୍ନ ଉପକ୍ରମର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ ଏମ୍ଫାସିସ୍ ସେଣ୍ଟର ଫର୍ କ୍ୱାଣ୍ଟମ ସାଇନ୍ସ ଓ କୋଟକ- ଆଇଆଇଟି ମାଡ୍ରାସ ସେଭ୍ ଏନର୍ଜି ମିଶନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଇଆଇଟି ଠାରୁ ଆମ ସମାଜର ଅନେକ ଆଶା ଓ ଆକାଂକ୍ଷା ରହିଛି। ଆଇଆଇଟିଆନ୍ସଙ୍କୁ ବିକାଶ ଏବଂ ପ୍ରଗତିର ମାର୍ଗଦର୍ଶକ ହେବାକୁ ପଡ଼ିବ। ୩ଡି ପ୍ରିଣ୍ଟିଂ ଟେକ୍ନୋଲୋଜି ଭଳି ଅନେକ ନୂଆ ଟେକ୍ନୋଲୋଜି ; ନିର୍ମାଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ଏବଂ ବିସ୍ଥାପନର ସମସ୍ୟାକୁ ଦୂର କରିବା ସହ ଗରିବଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବାରେ ସହାୟକ ହୋଇପାରିବ।

ବିଶ୍ୱର ଦାୟିତ୍ୱ ନେବା ତଥା ସମାଜ ପାଇଁ କିଛି କରିବାର ସଂସ୍କୃତି ଭାରତରେ ରହିଅଛି। ସମାଜର ଉନ୍ନତି ପାଇଁ ଭାରତର ଆଇଆଇଟି ଗୁଡ଼ିକ ଉଦ୍ଭାବନ କରିବାର ଦାୟିତ୍ୱ ନିଏ। ଆଇଆଇଟି ସାହାଯ୍ୟରେ ହିଁ ଭାରତ ୨୦୨୩ ସୁଦ୍ଧା ସ୍ୱଦେଶୀ ଜ୍ଞାନକୌଶଳରେ ୫ଜି ନେଟଓ୍ୱାର୍କ ବ୍ୟବହାର କରିବାକୁ ଯାଉଛି। ଏହା ଆମର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବ। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଟି ସଂକଳ୍ପକୁ ଗ୍ରହଣ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଭାରତକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ଏବଂ ବିକଶିତ ଭାରତର କଳ୍ପନାକୁ ସାକାର କରିବା ଦିଗରେ ଆଇଆଇଟି ମାଡ୍ରାସ ଭଳି ଶିକ୍ଷାନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଘରୋଇ ଆବଶ୍ୟକତାକୁ ପୂରଣ କରିବା ଆଇଆଇଟି ଦ୍ୱାରା ସମ୍ଭବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଟି ମାଡ୍ରାସ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜିଡିଆଇ ଇଞ୍ଜିନ ଏବଂ ଆଇଆଇଟି ମାଡ୍ରାସର ଇନକ୍ୟୁବେସନରେ ପ୍ରସ୍ତୁତ ଲୋ-କଷ୍ଟ ଭେଜିଟେବୁଲ କାର୍ଟ୍ ଲୋକାର୍ପଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କ୍ୟାମ୍ପସ ପରିସରରେ ଥିବା ୫ଜି ଟେଷ୍ଟ୍ ବେଡ୍, ଆଡଭାନ୍ସଡ ମ୍ୟାନୁଫ୍ୟାକ୍ଚରିଂ ଟେକ୍ନୋଲୋଜି ଡେଭଲପମେଣ୍ଟ ସେଣ୍ଟର, ଆଇଆଇଟି ମାଡ୍ରାସର ଷ୍ଟାଟଅପ୍ ଅଗ୍ନିକୁଲ କୋସମୋସର ରକେଟ୍ ଫ୍ୟାକ୍ଟ୍ରି, ହେଲଥ କେୟାର ଟେକ୍ନୋଲୋଜି ଇନୋଭେସନ ସେଣ୍ଟର ଏବଂ ଆଇଆଇଟି ମାଡ୍ରାସର ଇନକ୍ୟୁବେସନ ସେଲ୍ ତଥା ସୁଧା ଗୋପାଳକ୍ରିଷ୍ଣନ ବ୍ରେନ୍ ସେଣ୍ଟର ଏବଂ ୩ଡି -ପ୍ରିଣ୍ଟେଡ୍ ହାଉସ ପରିଦର୍ଶନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଷ୍ଟ୍ର ନିର୍ମାଣରେ ଇଞ୍ଜିନିୟରମାନେ ଜଣେ ଜଣେ ବିଶ୍ୱକର୍ମା: ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ

ଭୁବନେଶ୍ୱର: ବିପିୟୁଟି ଛାତ୍ର ସଂଘ ତରଫରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଇଞ୍ଜିନିୟର ଦିବସ ‘ଆଲିଗ୍ରେଟୋ-୨୧’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଯୋଗଦେଇ କହିଲେ ଯେ, ଆଜିର ଛାତ୍ର କାଲିର ଭବିଷ୍ୟତ। ରାଷ୍ଟ୍ର ନିର୍ମାଣରେ ଇଞ୍ଜିୟରମାନେ ଜଣେ ଜଣେ ବିଶ୍ୱକର୍ମା। ଦେଶ ତଥା ରାଜ୍ୟର ପ୍ରଗତି ଦିଗରେ ସେମାନଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଲେ ଯେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନଭାର ଗ୍ରହଣ କରିବା ପରଠାରୁ ଇଞ୍ଜିନିୟରମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ତେଣୁ ଓଡ଼ିଶାରେ ଏକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ସଂକଳ୍ପ ନେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ରେଢାଖୋଲ ବିଧାୟକ ତଥା ବିଜୁ ଜନତା ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଯୋଗଦେଇ କହିଲେ ଯେ, ଇଞ୍ଜିନିୟରମାନଙ୍କୁ ପ୍ରତ୍ୟେକସ୍ତରରେ ଗୁରୁତ୍ୱ ଦେଲେ ରାଜ୍ୟର ପ୍ରଗତି ଦୃତଗତିରେ ଆଗେଇ ଚାଲିବ। ବିପିୟୁଟି ଛାତ୍ରସଂଘର ଛାତ୍ରନେତା ଇଂ ପାର୍ଥସାରଥୀ ମୁଦୁଲି ଯୋଗଦେଇ କହିଲେ ଇଞ୍ଜିନିୟରମାନଙ୍କ ଦେଶକୁ ଆଗେଇ ନେବାକୁ ଯେଉଁ ଭୂମିକା ରହିଛି ତାହା ସଦାସର୍ବଦା ଅତୁଳନୀୟ। ସାମାଜିକ ତଥା ରାଜନୈତିକସ୍ତରରେ ଇଞ୍ଜିନିୟରମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କଲେ ଏକ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ।

ବିଜୁ ଯୁବ ଜନତା ଦଳର ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ ଯୋଗଦେଇ କହିଥିଲେ ଯେ ଆଜିର ସମାଜରେ ନୂତନ ଛାତ୍ରନେତା ଆଗକୁ ନ ବାହାରିଲେ ତାହା ଗଣତନ୍ତ୍ର ରାଷ୍ଟ୍ର ପାଇଁ ଘୋର ବିପଦ ସୃଷ୍ଟି କରିବ। ତେଣୁ ନୂତନ ଛାତ୍ରନେତାମାନେ ବାହାରି ନିଜର ଅଧିକାର ପାଇଁ ସଂଗ୍ରାମ କରିବାକୁ ପଡ଼ିବ।

ବିିପିୟୁଟି ଛାତ୍ରସଂଘର ମୁଖ୍ୟ ସଂଗଠକ ଇଂ ଶକ୍ତିପ୍ରସାଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଜୁ ଯୁବ ଛାତ୍ରଜନତା ଦଳର କର୍ମକର୍ତ୍ତାଙ୍କ ସହ ବିପିୟୁଟିର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ବିପିୟୁଟିର ଉପଦେଷ୍ଟା ଇଂ ବିମଳ ସାହୁ, ଓଡ଼ିଶା ଡ଼ିଗ୍ରୀ ଇଞ୍ଜିନିୟର ସଂଘର ରାଜ୍ୟ ସଭାପତି ସୌମ୍ୟରଞ୍ଜନ ମହାପାତ୍ର, ଯୁବନେତା ବିଶ୍ୱଜିତ ସାମନ୍ତରାୟ, ବିପିୟୁଟି ଛାତ୍ରନେତା ସଂସଦ କୁମାର ନୟକ, ରମ୍ୟରଞ୍ଜନ ପାଲ, ଅନମୋଲ କୁମାର, ଲିଙ୍ଗରାଜ ମହାନ୍ତି, ସୌମ୍ୟରଞ୍ଜନ ମହାପାତ୍ର ପ୍ରମୁଖ ଉତ୍ସବଟିକୁ ପରିଚାଳନା କରିଥିଲେ। ଏ

ଥିରେ ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ ପଣ୍ଡା, ସୁନିଲ ମହାନ୍ତି, ଆଇଟି ମୁଖ୍ୟ ସୁବ୍ରତ କୁମାର ଛାଟୋଇ, ସକାଳର ପ୍ରକାଶକ ଅମିତ ମଲ୍ଲିକ, ବରିଷ୍ଠ ଉପସଭାପତି ଧୃତିରଞ୍ଜନ ମାର୍ଥା, ସାଧାରଣ ସମ୍ପାଦକ ବାଣିକଲ୍ୟାଣ ମହାନ୍ତି, ତାରିଣୀ ପ୍ରସାଦ ନାୟକ, ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ରାଜେଶରାଜ ସ୍ୱାଇଁ, ସ୍ୱାଗତିକା ମହାନ୍ତି, ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବମ୍ବେରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।