Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିବିଏସ୍‌ଇ ପ୍ରଶ୍ନପତ୍ର ନାରୀ ସ୍ୱାଧୀନତା ପ୍ରତି ତାଚ୍ଛଲ୍ୟ; ଏହାକୁ ପ୍ରତିବାଦ କରିବା ଉଚିତ୍: ସମାଜବାଦୀ ପାର୍ଟି
ଆଜିର ଖବର

ସିବିଏସ୍‌ଇ ପ୍ରଶ୍ନପତ୍ର ନାରୀ ସ୍ୱାଧୀନତା ପ୍ରତି ତାଚ୍ଛଲ୍ୟ; ଏହାକୁ ପ୍ରତିବାଦ କରିବା ଉଚିତ୍: ସମାଜବାଦୀ ପାର୍ଟି

December 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସିବିଏସ୍‌ଇର ପ୍ରଶ୍ନପତ୍ର ନାରୀ ସମାଜ ପ୍ରତି ଅପମାନ। ନାରୀ ସ୍ୱାଧୀନତାକୁ ତାଚ୍ଛଲ୍ୟ କରିବା ସଙ୍ଗେ ସଙ୍ଗେ ଏକ ରୁଢିବାଦୀ ମାନସିକତାର ପ୍ରତିଫଳନ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତ୍ତିରେ ଏହାକୁ ତୀବ୍ର ନିନ୍ଦା କରିବା ସଙ୍ଗେ ସଙ୍ଗେ ତୁରନ୍ତ ଏଥିପାଇଁ ସିବିଏସ୍‌ଇ କର୍ତ୍ତୃପକ୍ଷ ଭାରତର ନାରୀ ସମାଜକୁ କ୍ଷମା ମାଗିବା ଦରକାର ଓ ଏହି ପ୍ରଶ୍ନପତ୍ର ତିଆରି କରିଥିବା କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି।

‘ନାରୀ ସ୍ୱାଧୀନତା ଯୋଗୁଁ ସମାଜ ବିଶୃଙ୍ଖଳିତ ହେଉଛି, ପରିବାରରେ ପିଲାମାନେ ବାଟ ହୁଡ଼ୁଛନ୍ତି ଓ ବାପମାଆଙ୍କୁ ଅବଜ୍ଞା ପ୍ରଦର୍ଶନ କରୁଛନ୍ତି’ ଭଳି ଅତ୍ୟନ୍ତ ଅରୁଚିକର ରୁଢିବାଦୀ ମାନସିକତାକୁ ନେଇ ଏଭଳି ପ୍ରଶ୍ନ କରିବା ନାରୀ, ପୁରୁଷ ଭିତରେ ପ୍ରଭେଦର ପାଚେରୀ ଠିଆ କରିବା ସଙ୍ଗେ ସଙ୍ଗେ ନାରୀ ସମାଜର ସ୍ୱାଭିମାନ ଉପରେ ଆଞ୍ଚ ଆଣିଛି। ଯେଉଁ ସରକାର ନାରୀମାନଙ୍କ ସ୍ୱାଧୀନତାକୁ ନେଇ ଏଭଳି ରୁଢିବାଦୀ ପ୍ରଶ୍ନ ଠିଆ କରିଛି, ସେମାନେ ନାରୀ ସ୍ୱାଧୀନତା, ନାରୀ ମାନଙ୍କର ଗଣତାନ୍ତ୍ରିକ ଅଧିକାର, ସଂସଦ ଓ ବିଧାନସଭାରେ ନାରୀ ପ୍ରତିନିଧିତ୍ୱ ନେଇ ବଡ଼ ବଡ଼ କଥା କହିବାର ନୈତିକ ଅଧିକାର ମଧ୍ୟ ନାହିଁ।

ବିଜେପି ଶାସନ ସମୟରେ ନାରୀମାନଙ୍କର ସ୍ୱାଭିମାନ ଆଜି ସାମୂହିକ ନାରୀ ନିର୍ଯ୍ୟାତନାରେ ପରିଣତ ହେବାକୁ ଯାଉଛି ବୋଲି ଏହି ପ୍ରଶ୍ନପତ୍ର ପ୍ରତିଫଳିତ କରୁଛି। ଏହା କେନ୍ଦ୍ର ସରକାରଙ୍କର ସ୍ଲୋଗାନ ‘ବେଟୀ ପଢାଓ, ବେଟୀ ବଢାଅ’ର ବିରୁଦ୍ଧାଚରଣ ଓ ନାରୀ ସଶକ୍ତିକରଣ ପାଇଁ ଆହ୍ୱାନ ସୃଷ୍ଟି କରୁଛି। ତେଣୁ ସରକାର ଏଭଳି ମାନସିକତାର ଉର୍ଦ୍ଧ୍ୱକୁ ଉଠି କେବଳ ପ୍ରଶ୍ନପତ୍ରକୁ ଶିକ୍ଷାବ୍ୟବସ୍ଥାରୁ ବାଦ୍ ଦେଇଦେଲେ ଚଳିବ ନାହିଁ।

ଏଭଳି କାର୍ଯ୍ୟ ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ସିବିଏସ୍‌ଇ କର୍ତ୍ତୃପକ୍ଷ ଦେଶର ନାରୀ ସମାଜକୁ କ୍ଷମା ମାଗିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

ବିଜେପି ସମାଜବାଦୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.