Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ବୌଦ୍ଧିକ ସଂପଦ ଅଧିକାର ପରିଚାଳନା ମାର୍ଗଦର୍ଶିକା ଉନ୍ମୋଚିତ
ଆଜିର ଖବର

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ବୌଦ୍ଧିକ ସଂପଦ ଅଧିକାର ପରିଚାଳନା ମାର୍ଗଦର୍ଶିକା ଉନ୍ମୋଚିତ

December 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ବୌଦ୍ଧିକ ସଂପଦ ଅଧିକାର ପରିଚାଳନା ମାର୍ଗଦର୍ଶିକା ଉନ୍ମୋଚିତ

ଭୁବନେଶ୍ୱର:  ରାଜ୍ୟରେ ବୌଦ୍ଧିକ ସଂପଦ ସୃଷ୍ଟି ଏବଂ ସଂପୃକ୍ତ ପରିବେଶର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ସହାୟତା ଦେଉଛନ୍ତି । ଜନସଚେତନତା ସୃଷ୍ଟି ପାଇଁ ୧୦ ଲକ୍ଷ ଟଙ୍କା, ପେଟେଣ୍ଟ ପଂଜୀକରଣ ପାଇଁ ୪୦ ହଜାର ଟଙ୍କା, ଆଟର୍ଣ୍ଣି ଦେୟ ୨୦ ହଜାର ଟଙ୍କା, ଜିଆଇ ପଂଜୀକରଣ ପାଇଁ ୧୦ ହଜାର ଟଙ୍କା ଓ ଦକ୍ଷତା ବିକାଶ ତଥା ତାଲିମ କର୍ମଶାଳା ଆୟୋଜନ ପାଇଁ ୬୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ମନୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି ।

ଆଜି ପୂର୍ବାହ୍ନରେ ‘ରାଜ୍ୟରେ ବୌଦ୍ଧିକ ସଂପଦ ପରିବେଶର ପ୍ରୋତ୍ସାହନ’ ଶୀର୍ଷକ ଏକ କର୍ମଶାଳାରେ ଯୋଗଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ବୌଦ୍ଧିକ ସଂପଦ ସୃଷ୍ଟି ନିମନ୍ତେ ବ୍ୟକ୍ତିବିଶେଷ ତଥା ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନେ ସରକାରଙ୍କଠାରୁ ବୈଷୟିକ, ଆଇନଗତ ଏବଂ ଆର୍ଥିକ ସହାୟତା ପାଇବାର ବ୍ୟବସ୍ଥା କରାଯାଇଥିବାବେଳେ ଅଧିକ ସଂଖ୍ୟକ ବୌଦ୍ଧିକ ସଂପଦ ସୃଷ୍ଟି ଉପରେ ଉଦ୍ୟମ ହେବା ଆବଶ୍ୟକ ।

ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ ସଫଫେୱୟାର ଟେକ୍‌ନୋଲୋଜି ପାର୍କର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଉଦ୍‌ଘାଟନ ପର୍ବ ବ୍ୟତିରେକ ବୌଦ୍ଧିକ ସଂପଦ ସୃଷ୍ଟି, ଏହାର ବିକାଶ ଓ ପରିବେଶ ପ୍ରୋତ୍ସାହନ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବୌଦ୍ଧିକ ସଂପଦ ଅଧିକାର ପରିଚାଳନା ସଂପର୍କିତ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାର ମୁଦି୍ରତ ଏବଂ ଡିଜିଟାଲ୍‌ ସଂସ୍କରଣ ମଧ୍ୟ ଏହି କର୍ମଶାଳାରେ ଉନ୍ମୋଚିତ ହୋଇଥିଲା ।

ରାଜ୍ୟରେ ବୌଦ୍ଧିକ ସଂପଦ ଅଧିକାରର ସ୍ଥିତି ଓ ପରିବେଶ ସଂପର୍କରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ବୈଷୟିକ ସଂସ୍ଥା ଲେକ୍ସ ପ୍ରୋଟେକଫରର କାର୍ଯ୍ୟକର୍ତ୍ତା ଅରବିନ୍ଦ ପଣ୍ଡା, ସଫଫେୱୟାର ଟେକ୍‌ନୋଲୋଜି ପାର୍କ(ହେଡ୍‌କ୍ୱାର୍ଟର)ର ନିର୍ଦ୍ଦେଶକ ସୁବୋଧ ସଚନ୍‌, ଭୁବନେଶ୍ୱର ଏସ୍‌ଟିପିଆଇର ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା ଓ ବିର୍ଲା ଗ୍ଲୋବାଲ୍‌ ୟୁନିଭରସିଟିର କୁଳପତି ପି.ପି. ମାଥୁର ପ୍ରମୁଖ ବକ୍ତବ୍ୟ ରଖି ବୌଦ୍ଧିକ ସଂପଦ ଅଧିକାର, କପି ରାଇଟ୍‌, ଶିଳ୍ପ ରୂପରେଖ ପ୍ରସ୍ତୁତି ଇତ୍ୟାଦି ଉପରେ ଆଲୋକପାତ କରିଥିଲେ ।

କର୍ମଶାଳାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପଦାଧିକାରୀ, ବୁଦ୍ଧିଜୀବୀ, ଗବେଷକ ତଥା ଶିଳ୍ପ ଏବଂ ଷ୍ଟାର୍ଟଅପ୍‌ ସଂପୃକ୍ତ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ ।

ବିଜ୍ଞାନ ଓ କାରିଗରୀ ବିଭାଗ ବୌଦ୍ଧିକ ସଂପଦ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.