Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦି ସରକାରର ନୀତି ବିରୁଦ୍ଧରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ: କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ
ଆଜିର ଖବର

ମୋଦି ସରକାରର ନୀତି ବିରୁଦ୍ଧରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ: କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ

December 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଏକ ମିଳିତ ବୈଠକ ଆଇଏନ୍‌ଟିୟୁସିର ସଭାପତି ତଥା ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରମିକ ବିରୋଧୀ, ଜନବିରୋଧୀ ମୋଦି ସରକାରଙ୍କ ବିରୋଧରେ ଆସନ୍ତା ଜାନୁୟାରୀ ୯ ତାରିଖରେ ରାଜ୍ୟ ସମ୍ମିଳନୀ କରାଯିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ୨୦୨୨ ଫେବୃୟାରୀ ୨୩ ଓ ୨୪ ତାରିଖରେ ସଂସଦର ବଜେଟ ଅଧିବେଶନ ସମୟରେ ଦେଶବ୍ୟାପୀ ଧର୍ମଘଟକୁ ଓଡ଼ିଶାରେ ବ୍ୟାପକ କରିବା ଲାଗି ଆଇଏନ୍‌ଟିୟୁସି, ଏଆଇଟିୟୁସି,ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇସିସିଟିୟୁ, ଟିୟୁସିସି, ଏଆଇୟୁଟିୟୁସି ଓ ସେୱାର ଶ୍ରମିକ ନେତାମାନେ ଘୋଷଣା କରିଛନ୍ତି।

ଆସନ୍ତା ୨୦୨୨ ଜାନୁୟାରୀ ୯ରେ ରାଜ୍ୟ ସମ୍ମିଳନୀ ସହିତ ଜିଲ୍ଲାସ୍ତରରେ ସମ୍ମିଳନୀ ଓ ମୋଦି ସରକାରର ଶ୍ରମିକ ବିରୋଧୀ ନୀତି, ଦର ବୃଦ୍ଧି, ବ୍ୟାପକ ଘରୋଇକରଣ ବରୁଦ୍ଧରେ ସାରା ରାଜ୍ୟରେ ଅଭିଯାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ମାଧ୍ୟମରେ ଭୁବନେଶ୍ୱର ବିମାନବନ୍ଦର, ପରାଦ୍ୱୀପ ବନ୍ଦର, ନାଲ୍‌କୋ, ନୀଳାଚଳ ଇସ୍ପାତ, ଏନ୍‌ଟିପିସି ଓ ଟିସିପିଏସ୍‌କୁ ଆମ ରାଜ୍ୟରେ ମୋଦି ସରକାର ଯେଭଳି ଭାବରେ ଘରୋଇକରଣ କରିବାକୁ ମସୁଧା ଚଳାଇଛନ୍ତି, କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଏହାର ତୀବ୍ର ବିରୋଧ କରିବେ ବୋଲି ମତପ୍ରକାଶ ପାଇଛି।

ମୋଦି ସରକାର ଯେଭଳି ଭାବରେ ରାଷ୍ଟ୍ରୀୟ ଅନୁଷ୍ଠାନ ରେଳ, ବ୍ୟାଙ୍କ, ବୀମା ଓ ତୈଳ କମ୍ପାନୀଗୁଡ଼କୁ ଘରୋଇ କମ୍ପାନୀମାନଙ୍କ ହାତରେ ଟେକିଦେବାକୁ ବସିଛନ୍ତି ତାହାକୁ ବିରୋଧ କରାଯିବା ସହିତ ଶ୍ରମିକମାନଙ୍କର ୧୨ଦଫା ଦାବି ଯଥା :- ଚାରି ଶ୍ରମକୋଡ଼ ବାତିଲ୍ କରିବା, ଘରୋଇକରଣକୁ ବନ୍ଦ କରିବା ଓ ଏମ୍‌.ଏମ୍‌.ପିକୁ ବାତିଲ କରିବା, ଇନ୍‌କମ୍ ଟ୍ୟାକ୍ସ ଦେଉନଥିବା ପରିବାରକୁ ପ୍ରତିମାସରେ ୭ ହଜାର ୫୦୦ଟଙ୍କା ସହାୟତା, ଠିକା ଶ୍ରମିକମାନଙ୍କୁ ନିୟମିତ କରିବା ଓ ସମାନ କାମକୁ ସମାନ ଦରମା ପ୍ରଦାନ, ନୂଆ ପେନସନ ଯୋଜନାକୁ ବନ୍ଦ କରି ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା, ସମସ୍ତ ଅଣସଂଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ମନରେଗାରେ କାର୍ଯ୍ୟଦିବସ ବୃଦ୍ଧି ଓ ସହରମାନଙ୍କରେ ରୋଜଗାର ଗ୍ୟାରେଣ୍ଟି ଯୋଜନାକୁ ବୃଦ୍ଧି କରିବା ଦାବିକୁ ନେଇ ଆସନ୍ତା ୨୦୨୨ ଫେବୃୟାରୀ ୨୩ ଓ ୨୪ରେ ଦେଶବ୍ୟାପୀ ଧର୍ମଘଟ କରାଯିବ ବୋଲି ଆଜି ଘୋଷଣା କରାଯାଇଅଛି। ଠିକ୍ ସେହିପରି କରୋନା ସମୟରେ କମ୍ପାନୀମାନେ ରାଜ୍ୟ ସରକାରଙ୍କ ଠାରୁ କୌଣସି ÷ଅନୁମତି ନନେଇ ୩୦୦ରୁ କମ୍ ଥିବା ଫ୍ୟାକ୍ଟ୍ରିମାନଙ୍କରେ ଶ୍ରମିକମାନଙ୍କୁ ଛଟେଇ କରିବା ଲାଗି ବିଧାନସଭାରେ ବିଲ୍ ପାସ୍‌କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ନିନ୍ଦା କରିବା ସହିତ ଉକ୍ତ ବିଲ୍‌କୁ ସଂଶୋଧନ କରିବା ଲାଗି ଦାବି କରାଯାଇଛି।

୧୬ ଓ ୧୭ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟକୁ ସମର୍ଥନ କରିବା ସହିତ ଆସନ୍ତା ଫେବୃୟାରୀ ୧ ତାରିଖରେ ବିଜୁଳି ବିଲ୍‌କୁ ନେଇ ଦିଆଯାଇଥିବା ସାଧାରଣ ଧର୍ମଘଟକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ସମର୍ଥନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ଓ ଆଗାମୀ ଦିନରେ ବିଜୁଳି ବିଲ୍‌କୁ କେନ୍ଦ୍ର ସରକାର ବାତିଲ୍ କରିବାକୁ ଦାବି କରାଯାଇଛି।

ଏହି ବୈଠକରେ ଆଇଏନ୍‌ଟିୟୁସିର ସାଧାରଣ ସମ୍ପାଦକ କିଶୋର ଜେନା, ମଦନ ମୋହନ ଧଳ, ଏଆଇଟିୟୁସିର ରାମକୃଷ୍ଣ ପଣ୍ଡା, ଏଚ୍‌ଏମ୍‌ଏସ୍‌ର ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଓ ଯୁଗଳ ନାୟକ, ସିଆଇଟିୟୁର ନେତା ଦୁଷ୍ମନ୍ତ ଦାସ, ଏଆଇୟୁଟିୟୁସିର ସମ୍ପାଦକ ଜୟସେନ ମେହେର ଓ ନିରଞ୍ଜନ ମହାନ୍ତି, ଏଆଇସିସିଟିୟୁର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ ଓ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ଓ ଟିୟୁସିସିର ନେତା ଜ୍ୟୋତିରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ। ଏହାଛଡ଼ା ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘର ରବୀନ୍ଦ୍ର ଧଳ ଓ ବ୍ୟାଙ୍କ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦୁଇଦିନିଆ ଧର୍ମଘଟକୁ ସାରା ରାଜ୍ୟରେ ସଫଳ କରିବା ଲାଗି ନିଷ୍ପତ୍ତି ନେଇଥିଲେ।

ମୋଦି ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.