Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦି ସରକାରର ନୀତି ବିରୁଦ୍ଧରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ: କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ
ଆଜିର ଖବର

ମୋଦି ସରକାରର ନୀତି ବିରୁଦ୍ଧରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ: କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ

December 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଏକ ମିଳିତ ବୈଠକ ଆଇଏନ୍‌ଟିୟୁସିର ସଭାପତି ତଥା ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରମିକ ବିରୋଧୀ, ଜନବିରୋଧୀ ମୋଦି ସରକାରଙ୍କ ବିରୋଧରେ ଆସନ୍ତା ଜାନୁୟାରୀ ୯ ତାରିଖରେ ରାଜ୍ୟ ସମ୍ମିଳନୀ କରାଯିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ୨୦୨୨ ଫେବୃୟାରୀ ୨୩ ଓ ୨୪ ତାରିଖରେ ସଂସଦର ବଜେଟ ଅଧିବେଶନ ସମୟରେ ଦେଶବ୍ୟାପୀ ଧର୍ମଘଟକୁ ଓଡ଼ିଶାରେ ବ୍ୟାପକ କରିବା ଲାଗି ଆଇଏନ୍‌ଟିୟୁସି, ଏଆଇଟିୟୁସି,ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇସିସିଟିୟୁ, ଟିୟୁସିସି, ଏଆଇୟୁଟିୟୁସି ଓ ସେୱାର ଶ୍ରମିକ ନେତାମାନେ ଘୋଷଣା କରିଛନ୍ତି।

ଆସନ୍ତା ୨୦୨୨ ଜାନୁୟାରୀ ୯ରେ ରାଜ୍ୟ ସମ୍ମିଳନୀ ସହିତ ଜିଲ୍ଲାସ୍ତରରେ ସମ୍ମିଳନୀ ଓ ମୋଦି ସରକାରର ଶ୍ରମିକ ବିରୋଧୀ ନୀତି, ଦର ବୃଦ୍ଧି, ବ୍ୟାପକ ଘରୋଇକରଣ ବରୁଦ୍ଧରେ ସାରା ରାଜ୍ୟରେ ଅଭିଯାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ମାଧ୍ୟମରେ ଭୁବନେଶ୍ୱର ବିମାନବନ୍ଦର, ପରାଦ୍ୱୀପ ବନ୍ଦର, ନାଲ୍‌କୋ, ନୀଳାଚଳ ଇସ୍ପାତ, ଏନ୍‌ଟିପିସି ଓ ଟିସିପିଏସ୍‌କୁ ଆମ ରାଜ୍ୟରେ ମୋଦି ସରକାର ଯେଭଳି ଭାବରେ ଘରୋଇକରଣ କରିବାକୁ ମସୁଧା ଚଳାଇଛନ୍ତି, କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଏହାର ତୀବ୍ର ବିରୋଧ କରିବେ ବୋଲି ମତପ୍ରକାଶ ପାଇଛି।

ମୋଦି ସରକାର ଯେଭଳି ଭାବରେ ରାଷ୍ଟ୍ରୀୟ ଅନୁଷ୍ଠାନ ରେଳ, ବ୍ୟାଙ୍କ, ବୀମା ଓ ତୈଳ କମ୍ପାନୀଗୁଡ଼କୁ ଘରୋଇ କମ୍ପାନୀମାନଙ୍କ ହାତରେ ଟେକିଦେବାକୁ ବସିଛନ୍ତି ତାହାକୁ ବିରୋଧ କରାଯିବା ସହିତ ଶ୍ରମିକମାନଙ୍କର ୧୨ଦଫା ଦାବି ଯଥା :- ଚାରି ଶ୍ରମକୋଡ଼ ବାତିଲ୍ କରିବା, ଘରୋଇକରଣକୁ ବନ୍ଦ କରିବା ଓ ଏମ୍‌.ଏମ୍‌.ପିକୁ ବାତିଲ କରିବା, ଇନ୍‌କମ୍ ଟ୍ୟାକ୍ସ ଦେଉନଥିବା ପରିବାରକୁ ପ୍ରତିମାସରେ ୭ ହଜାର ୫୦୦ଟଙ୍କା ସହାୟତା, ଠିକା ଶ୍ରମିକମାନଙ୍କୁ ନିୟମିତ କରିବା ଓ ସମାନ କାମକୁ ସମାନ ଦରମା ପ୍ରଦାନ, ନୂଆ ପେନସନ ଯୋଜନାକୁ ବନ୍ଦ କରି ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା, ସମସ୍ତ ଅଣସଂଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ମନରେଗାରେ କାର୍ଯ୍ୟଦିବସ ବୃଦ୍ଧି ଓ ସହରମାନଙ୍କରେ ରୋଜଗାର ଗ୍ୟାରେଣ୍ଟି ଯୋଜନାକୁ ବୃଦ୍ଧି କରିବା ଦାବିକୁ ନେଇ ଆସନ୍ତା ୨୦୨୨ ଫେବୃୟାରୀ ୨୩ ଓ ୨୪ରେ ଦେଶବ୍ୟାପୀ ଧର୍ମଘଟ କରାଯିବ ବୋଲି ଆଜି ଘୋଷଣା କରାଯାଇଅଛି। ଠିକ୍ ସେହିପରି କରୋନା ସମୟରେ କମ୍ପାନୀମାନେ ରାଜ୍ୟ ସରକାରଙ୍କ ଠାରୁ କୌଣସି ÷ଅନୁମତି ନନେଇ ୩୦୦ରୁ କମ୍ ଥିବା ଫ୍ୟାକ୍ଟ୍ରିମାନଙ୍କରେ ଶ୍ରମିକମାନଙ୍କୁ ଛଟେଇ କରିବା ଲାଗି ବିଧାନସଭାରେ ବିଲ୍ ପାସ୍‌କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ନିନ୍ଦା କରିବା ସହିତ ଉକ୍ତ ବିଲ୍‌କୁ ସଂଶୋଧନ କରିବା ଲାଗି ଦାବି କରାଯାଇଛି।

୧୬ ଓ ୧୭ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟକୁ ସମର୍ଥନ କରିବା ସହିତ ଆସନ୍ତା ଫେବୃୟାରୀ ୧ ତାରିଖରେ ବିଜୁଳି ବିଲ୍‌କୁ ନେଇ ଦିଆଯାଇଥିବା ସାଧାରଣ ଧର୍ମଘଟକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ସମର୍ଥନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ଓ ଆଗାମୀ ଦିନରେ ବିଜୁଳି ବିଲ୍‌କୁ କେନ୍ଦ୍ର ସରକାର ବାତିଲ୍ କରିବାକୁ ଦାବି କରାଯାଇଛି।

ଏହି ବୈଠକରେ ଆଇଏନ୍‌ଟିୟୁସିର ସାଧାରଣ ସମ୍ପାଦକ କିଶୋର ଜେନା, ମଦନ ମୋହନ ଧଳ, ଏଆଇଟିୟୁସିର ରାମକୃଷ୍ଣ ପଣ୍ଡା, ଏଚ୍‌ଏମ୍‌ଏସ୍‌ର ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଓ ଯୁଗଳ ନାୟକ, ସିଆଇଟିୟୁର ନେତା ଦୁଷ୍ମନ୍ତ ଦାସ, ଏଆଇୟୁଟିୟୁସିର ସମ୍ପାଦକ ଜୟସେନ ମେହେର ଓ ନିରଞ୍ଜନ ମହାନ୍ତି, ଏଆଇସିସିଟିୟୁର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ ଓ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ଓ ଟିୟୁସିସିର ନେତା ଜ୍ୟୋତିରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ। ଏହାଛଡ଼ା ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘର ରବୀନ୍ଦ୍ର ଧଳ ଓ ବ୍ୟାଙ୍କ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦୁଇଦିନିଆ ଧର୍ମଘଟକୁ ସାରା ରାଜ୍ୟରେ ସଫଳ କରିବା ଲାଗି ନିଷ୍ପତ୍ତି ନେଇଥିଲେ।

ମୋଦି ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026
Latest News

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.