ଆଜି ଧନୁ ରାଶିରେ ପ୍ରବେଶ କଲେ ସୂର୍ଯ୍ୟ, ଏହି ପାଞ୍ଚୋଟି ରାଶି ହେବେ ପ୍ରଭାବିତ

Published: Dec 16, 2021, 9:34 am IST

ଭୁବନେଶ୍ବର: ଆଜି ହେଉଛି ଧନୁ ସଂକ୍ରାନ୍ତି। ଆଜି ସୂର୍ଯ୍ୟ ଦେବ ବୃଷ ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ। ଏହି ଚଳନ ଯୋଗୁଁ ପାଞ୍ଚୋଟି ରାଶି ପ୍ରଭାବିତ ହେବ ବୋଲି ଜଣାପଡିଛି। ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କଲେ ତାହା ଭଲ ନୁହେଁ ବୋଲି ବିବେଚନା କରାଯାଏ। ହେଲେ ଏହି ସମୟରେ ପାଞ୍ଚୋଟି ରାଶିର ଭଗ୍ୟ ଚମକିବ।

ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ।  ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ। ଏହି ରାଶିଗୁଡିକ ହେଲା ତୂଳା, ସିଂହ, କର୍କଟ, ମକର ଏବଂ କୁମ୍ଭ ରାଶି। ଏମାନଙ୍କର ଡବଲ୍ ବେଗରେ ଯେକୈଣସି କାର୍ଯ୍ୟ ସମାପ୍ତ କରିବାର କ୍ଷମତା ରହିବ। ମନ ଖୁସି ହେବ।

ଏକ ନୂତନ କାର୍ଯ୍ୟ ରୂପରେଖ ପ୍ରସ୍ତୁତ ହେବ।  ବ୍ୟବସାୟରେ ସ୍ଥିରତା ରହିବା ସହିତ ଶାରୀରିକ ରୋଗ ଦୂର ହେବା କାରଣରୁ ମନ ମଧ୍ୟ ଖୁସି ହେବ। ଚାକିରୀ ପାଇଁ ଏହି ସପ୍ତାହ ସ୍ୱାଭାବିକ। ବ୍ୟବସାୟରେ ମଧ୍ୟ ସ୍ଥିରତା ରହିବ। ଆର୍ଥିକ ଶକ୍ତି ରହିବ। ବିକ୍ରୟ ଏବଂ କ୍ରୟ ସମ୍ବନ୍ଧୀୟ ସମ୍ପତ୍ତି ସହଜରେ କରାଯିବ।

Related posts