କରୋନା ଅପଡେଟ୍: ଗତକାଲି ଠାରୁ ଦେଶରେ ଆଉ ପ୍ରାୟ ୧ ହଜାର ଅଧିକ ଆକ୍ରାନ୍ତ ଚିହ୍ନଟ

Published: Dec 16, 2021, 10:36 am IST

ନୂଆଦିଲ୍ଲୀ: ଗତକାଲି ୬ ହଜାର ୯୮୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଦେଶରୁ ୭ ହଜାର ୯୭୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୨୪୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ୩୪୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୧୮ ହଜାର ୬୦୨ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୬ ହଜାର ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୫୪ ହଜାରରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮୭ ହଜାର ୨୪୫ ଆକ୍ଟିଭ୍‌ କେସ୍ ରହିଛି।

Related posts