Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମର ଦୁଃଖ, କଷ୍ଟ ଓ ମାନସିକ ଯନ୍ତ୍ରଣା ସରକାର ହୃଦୟଙ୍ଗମ କରିପାରୁ ନାହାଁନ୍ତି: ଆୟୁଷ ଡ଼ାକ୍ତର
ଆଜିର ଖବର

ଆମର ଦୁଃଖ, କଷ୍ଟ ଓ ମାନସିକ ଯନ୍ତ୍ରଣା ସରକାର ହୃଦୟଙ୍ଗମ କରିପାରୁ ନାହାଁନ୍ତି: ଆୟୁଷ ଡ଼ାକ୍ତର

December 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆମ୍ଭେମାନେ ଆରମ୍ଭରୁ କଠିନ ପରିଶ୍ରମ କରି ଆସୁଛୁ। ରୋଗୀ ସେବାରେ ସବୁ ସମୟ ଦେଉଛୁ। ସରକାରଙ୍କ ଡ଼ାକ୍ତର ଅଭାବ ଜନିତ ସମସ୍ୟା ଦୂର କରିବା ସହ ଲୋକପ୍ରିୟତା ବୃଦ୍ଧି କରିଛୁ। ବନ୍ୟା, ବାତ୍ୟା ଓ କୋଭିଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଡ଼ାକ୍ତରଖାନା ମାନଙ୍କରେ ଏଲୋପାଥିକ ଡ଼ାକ୍ତରମାନଙ୍କର ଘୋର ଅଭାବ ଥିଲାବେଳେ ଆମେ ସମସ୍ତ ପିଏଚ୍‌ସି ଓ ସିଏଚ୍‌ସିରେ ଉପସ୍ଥିତ ରହି ରୋଗୀମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଆସୁଛୁ। ହେଲେ ଆମର ଦୁଃଖ, କଷ୍ଟ ଓ ମାନସିକ ଯନ୍ତ୍ରଣା ସରକାର ହୃଦୟଙ୍ଗମ କରିପାରୁ ନାହାଁନ୍ତି ବୋଲି କ୍ଷୋଭ ଭରା କଣ୍ଠରେ ପ୍ରକାଶ କରିଛନ୍ତି ଓଡ଼ିଶା ଆୟୁୁଷ ଡ଼ାକ୍ତର ମହାସଂଘର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ଗହନ।

ମହାସଂଘ ପ୍ରକାଶ କରିଛି ଯେ, ୨୦୦୭ରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପିଏଚ୍‌ସି ଓ ସିଏଚ୍‌ସିରେ ଡ଼ାକ୍ତର ଅଭାବଜନିତ ସମସ୍ୟା ଦୂର କରିବା ପାଇଁ ସରକାର ଏନ୍‌ଏଚ୍‌ଏମ୍ ଜରିଆରେ ୧୪୮୫ଜଣ ଆୟୁଷ ଡ଼ାକ୍ତର ନିଯୁକ୍ତି ଦେଇଥିବା ବେଳେ ବର୍ତ୍ତମାନ ୧୧୫୧ଜଣ ଡ଼ାକ୍ତର କାର୍ଯ୍ୟରତ ଅଛନ୍ତି । ସରକାରଙ୍କ ମୂଳ ଲକ୍ଷ୍ୟ ଥିଲା ଏଲୋପାଥିକ ଡ଼ାକ୍ତରମାନଙ୍କ ଅଭାବରେ ରୋଗୀମାନଙ୍କୁ ବିକଳ୍ପ ଚିକିତ୍ସା ଯୋଗାଇଦେବା। ସରାକରଙ୍କ ଉଦ୍ଦେଶ୍ୟ ପୂରଣ ହେଲା ସତ, କିନ୍ତୁ ଦୀର୍ଘ ୧୪ବର୍ଷ ଧରି ରୋଗୀସେବା କରିବା ସତ୍ତ୍ୱେ ସରକାର ଆମ୍ଭମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଲେନାହିଁ କି ଏଲୋପାଥିକ ଡ଼ାକ୍ତରମାନଙ୍କ ସମତୁଲ ବେତନ ଦେଲେନାହିଁ। ଏପରିକି ସ୍ୱିପର, ପିଅନ ଏବଂ ଏ.ଏନ୍‌.ଏମ୍ ମାନଙ୍କ ଠାରୁ କମ୍ ବେତନ ଆମ୍ଭେମାନେ ପାଉଛୁ।

ସରକାର ମଧ୍ୟ ଆମ୍ଭମାନଙ୍କୁ ସ୍କିମ୍ ଚାକିରୀ କରିଛ କହି କଟା ଘା’ରେ ଚୁନ ମାରୁଛନ୍ତି। ବାରମ୍ବାର ସରକାରଙ୍କୁ ଓଡ଼ିଶା ଆୟୁଷ ଡ଼ାକ୍ତର ମହାସଂଘ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ଏବଂ ଗୁହାରି କରି ଆସୁଥିଲେ ମଧ୍ୟ, ଫାଇଲ୍ ଯାଇଛି, ଅର୍ଥମନ୍ତ୍ରଣାଳୟ ମଞ୍ଜୁର ଦେଲାପରେ ଦେଖିବା, ଫାଇଲ୍ ପୁଟ୍‌ଅପ ପାଇଁ କହିବା ଏହିଭଳି ବାରମ୍ବାର ମିଛ ପ୍ରତିଶ୍ରୁତି ଦେଇ ଆମ୍ଭମାନଙ୍କୁ ମାନସିକ ଯନ୍ତ୍ରଣା ଭିତରେ ରଖିଛନ୍ତି। ଆଜି ପୁଣି ମହାସଂଘର କର୍ମକର୍ତ୍ତାମାନେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦାବି ସମ୍ପର୍କରେ ଆଲୋଚନା କରିଥିବା ବେଳେ ପୁଣି ସେହି ପୁରୁଣା କଥା, ଦେଖିବା, ବୁଝିବା ଓ କରିବା ବୋଲି ମନ୍ତ୍ରୀ କହିଛନ୍ତି।

ଏଣୁ ମହାସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ, ସରକାର ତୁରନ୍ତ ସେମାନଙ୍କ ଦାବି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ମହାସଂଘର ସମସ୍ତ କର୍ମକର୍ତ୍ତାମାନେ ଆମରଣ ଅନଶନ କରି ଜୀବନ ହାରିବେ ସିନା, ଖାଲି ହାତରେ ଘରକୁ ଫେରିବେ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ଆୟୁଷ ଡ଼ାକ୍ତର ମହାସଂଘ ତରଫରୁ ଗତ ୨ ତାରିଖରୁ ବିଧାନସଭା ସମ୍ମୁଖରେ ନିଜର ଦାବି ପୂରଣ ପାଇଁ ଧାରଣା ଦେଇ ଆସୁଅଛି ଏବଂ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଅଛି।

ଆୟୁଷ ଡ଼ାକ୍ତର ଏଲୋପାଥିକ ଡ଼ାକ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026

ବିଜେପି ଜିତିଲା ଚନ୍ଦ୍ରପୁର ମେୟର ନିର୍ବାଚନ: ସବୁଠୁ ବଡ ଦଳ ସତ୍ତ୍ୱେ କେମିତି ହାରିଲା କଂଗ୍ରେସ?

February 10, 2026

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଏବେ ପୁସ୍ତକକୁ ନେଇ ପ୍ରତିକ୍ରିୟା ଦେଲେ ଜେନେରାଲ ନରବଣେ

February 10, 2026

ଆୟୁଷ ଡାକ୍ତରଙ୍କ ବଢିଲା ଦରମା, ଏଣିକି ବରିଷ୍ଠତା ଭିତ୍ତିରେ ସେମାନେ ମାସକୁ ପାଇବେ..

February 10, 2026
Latest News

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026

ବିଜେପି ଜିତିଲା ଚନ୍ଦ୍ରପୁର ମେୟର ନିର୍ବାଚନ: ସବୁଠୁ ବଡ ଦଳ ସତ୍ତ୍ୱେ କେମିତି ହାରିଲା କଂଗ୍ରେସ?

February 10, 2026

ଭାରତୀୟ ଚାଷୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ଭାରତ-ଆମେରିକା ବାଣିଜ୍ୟ ରାଜିନାମା

February 10, 2026

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଏବେ ପୁସ୍ତକକୁ ନେଇ ପ୍ରତିକ୍ରିୟା ଦେଲେ ଜେନେରାଲ ନରବଣେ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.