ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Dec 19, 2021, 11:03 am IST

ଭୁବନେଶ୍ବର:  ଆଜି ରାଜ୍ୟରେ ୧୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୩

କଟକ ଜିଲ୍ଲାରୁ – ୧୭

ଦେବଗଡ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୪

ଯାଜପୁର ଜିଲ୍ଲାରୁ – ୩

ଝାରସୁଗୁଡା ଜିଲ୍ଲାରୁ- ୪

କେନ୍ଦ୍ରାପଡା ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୧୦୭

ମୟୂରଭଞ୍ଜ ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୨

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୮

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ଼ ଜିଲ୍ଲାରୁ – ୪

ଷ୍ଟେଟ ପୁଲରୁ- ୨୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୨ ହଜାର ୮୩୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୪୪୩ ଏବଂ ବର୍ତ୍ତମାନ ୧୮୯୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts