କରୋନା ଅପଡେଟ୍: ଦେଶରେ ଆଉ ୭ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ ସଂଖ୍ୟା ୧୪୫

Published: Dec 19, 2021, 11:10 am IST

ନୂଆଦିଲ୍ଲୀ: ଆଜି ଦେଶରୁ ୭ ହଜାର ୮୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ଗତ ୨୪ ଘଣ୍ଟାରେ ୨୬୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ସଂଖ୍ୟା ୧୪୫କୁ ବୃଦ୍ଧି ହୋଇଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୪୦ ହଜାର ୩୦୫ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୭ ହଜାର ୪୨୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୭୮ ହଜାର ୯୪୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮୩ ହଜାର ୯୧୩ ଆକ୍ଟିଭ୍‌ କେସ୍ ରହିଛି।

Related posts