କରୋନା ଅପଡେଟ୍: ଦେଶରେ ତଳ ମୁହାଁ ସଂକ୍ରମଣ, ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

Published: Dec 21, 2021, 11:35 am IST

 

ନୂଆଦିଲ୍ଲୀ: ଗତକାଲି ଦେଶରୁ ୬ ହଜାର ୫୬୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ଆଜି ୫ ହଜାର ୩୨୬ ଲୋକ ସଂକ୍ରମିତ ହୋଇଛନ୍ତି। ସେହିଭଳି ଗତକାଲି ୧୩୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୪୫୩ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୫୨ ହଜାର ୧୬୪ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୮ ହଜାର ୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୯୫ ହଜାର ୬୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭୯ ହଜାର ୯୭ ଆକ୍ଟିଭ୍‌ କେସ୍ ରହିଛି।

Related posts