ନିର୍ବାଚନ ଟିକେଟ କଟିଯିବା ଭୟରେ ଏମଏସପି ପ୍ରସଙ୍ଗ ଉଠାଉନାହାନ୍ତି ବିଧାୟକ କିମ୍ବା ସାଂସଦ: ବରୁଣ ଗାନ୍ଧୀ

Published: Dec 22, 2021, 11:21 am IST

ବରେଲି/ପିଲିଭୀତ: ପୁଣିଥରେ ନିଜ ସରକାରକୁ ବରୁଣ ଗାନ୍ଧୀ ଟାର୍ଗେଟ କରିଛନ୍ତି। ବିଜେପି ସାଂସଦ କରିଛନ୍ତି ଯେ, ସେ କେବଳ ଆଖୁ ପାଇଁ ଏମଏସପି ବୃଦ୍ଧି ପ୍ରସଙ୍ଗ ଉଠାଇଥିବା ବେଳେ ଅନ୍ୟ ସାଂସଦ ଓ ବିଧାୟକମାନେ ଏହି ବିଷୟରେ କହିବାକୁ ସାହସ ନାହିଁ। ନିର୍ବାଚନ ଟିକେଟ କଟିଯିବା ଭୟରେ ସେମାନେ ଏପରି ପ୍ରସଙ୍ଗ ଉଠାଇବା ପାଇଁ ଭୟ କରୁଛନ୍ତି। ବରେଲିର ବହେରୀ ବିଧାନସଭା ନିର୍ବାଚନମଣ୍ଡଳୀକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ସାଂସଦ ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ତାଙ୍କ ବ୍ୟତୀତ ଅନ୍ୟ କୌଣସି ବିଧାୟକ କିମ୍ବା ଶାସକ ଦଳର ସାଂସଦ ଏମଏସପି ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ସାହସ କରନ୍ତି ନାହିଁ।

Related posts