କରୋନା ଅପଡେଟ୍: ଦେଶରେ ୭ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ୪୩୪ ମୃତ

Published: Dec 23, 2021, 10:50 am IST

ନୂଆଦିଲ୍ଲୀ: ଆଜି ଦେଶରୁ ୭ ହଜାର ୪୯୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୪୩୪ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୫୯ ହଜାର ୬୦୯ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୭ ହଜାର ୭୫୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୮ ହଜାର ୯୨୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭୮ ହଜାର ୧୯୦ ଆକ୍ଟିଭ୍‌ କେସ୍ ରହିଛି।

Related posts