Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ବର୍ଷ ପୂର୍ବରୁ ଚାଷୀଙ୍କୁ ମିଳିଲା ଖୁସି ଖବର: ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ କଲା ଏହି ରାଜ୍ୟ
ଆଜିର ଖବର

ନୂଆ ବର୍ଷ ପୂର୍ବରୁ ଚାଷୀଙ୍କୁ ମିଳିଲା ଖୁସି ଖବର: ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ କଲା ଏହି ରାଜ୍ୟ

December 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବ୍‍ସିଡି
ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବ୍‍ସିଡି

ନୂଆଦିଲ୍ଲୀ: ପଞ୍ଜାବର ଚରଣଜିତ ସିଂ ଚାନ୍ନି ସରକାର ଆଜି ଚାଷୀଙ୍କୁ ଖୁସି ଖବର ପ୍ରଦାନ କରିଛନ୍ତି। ପଞ୍ଜାବ ସରକାର ଚାଷୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରିବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାନ୍ନି କହିଛନ୍ତି ଯେ,ପ୍ରାୟ ଦୁଇ ଲକ୍ଷ ପରିବାରଙ୍କୁ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ପାଞ୍ଚ ଏକର ଜମି ମାଲିକଙ୍କ ପାଇଁ ପାଞ୍ଚ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସଂପୂର୍ଣ୍ଣ ଛାଡ କରାଯିବ। ପଞ୍ଜାବ ସରକାର ଏକ ସାଧାରଣ ବର୍ଗ ଆୟୋଗ ଗଠନ କରୁଛନ୍ତି, ଯାହାକୁ କ୍ୟାବିନେଟରୁ ଅନୁମୋଦନ ମିଳିଛି।

ଏହା ପୂର୍ବରୁ ରାଜ୍ୟ ସରକାର ୫.୬୩ ଲକ୍ଷ ଚାଷୀଙ୍କ ୪ ହଜାର ୬୧୦ କୋଟି ଟଙ୍କାର ଋଣ ଛାଡ କରିସାରିଛନ୍ତି। ସେଥିମଧ୍ୟରୁ ୧.୩୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ୯୮୦ କୋଟି ଟଙ୍କା ରିଲିଫ୍ ମିଳିଥିବାବେଳେ ୪.୨୯ ଲକ୍ଷ ସୀମାନ୍ତ କୃଷକ ୩ ହଜାର ୬୩୦ କୋଟି ଟଙ୍କା ଋଣ ଛାଡ଼ର ଲାଭ ପାଇଛନ୍ତି। ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଆଉ ଏକ ପ୍ରମୁଖ ଚାହିଦାକୁ ଗ୍ରହଣ କରି ଚାନ୍ନି ମଧ୍ୟ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଞ୍ଜାବ ପୋଲିସ୍ ଦ୍ଵାରା ପଞ୍ଜୀକୃତ ହୋଇଥିବା ସମସ୍ତ ଏଫ୍ଆଇଆର୍ ବାତିଲ୍ କରିବାକୁ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ କୃଷକମାନେ ସେମାନଙ୍କ ଅବଶିଷ୍ଟ ଦାବି ପାଇଁ ପଞ୍ଜାବ ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଅନେକ ସଂଗଠନ ପଞ୍ଜାବ ସରକାରଙ୍କୁ ବିଭିନ୍ନ ଉପାୟରେ ଘେରିକୁ ଚେଷ୍ଟା କରୁଛନ୍ତି। କିଷାନ ମଜଦୁର ସଂଗର ସମିତି ରେଳ ରୋକୋ ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଭାରତୀୟ କିଷାନ ୟୁନିଅନ ଜିଲ୍ଲା ସଚିବାଳୟ ବାହାରେ ଧାରଣାରେ ବସିଛନ୍ତି। ତେବେ ପଞ୍ଜାବର ୩୨ କୃଷକ ସଂଗଠନର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନିଙ୍କୁ ଗତକାଲିଭେଟିଛନ୍ତି।

କୃଷକମାନେ ସମ୍ପୂର୍ଣ୍ଣ ଋଣ ଛାଡ, କୃଷି ଆଇନ ବିରୁଦ୍ଧରେ ବର୍ଷ ବର୍ଷ ଧରି ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଏବଂ ସେମାନଙ୍କ ବିରୋଧରେ ପଞ୍ଜୀକୃତ ଅପରାଧିକ ମାମଲା ପ୍ରତ୍ୟାହାର ଦାବି କରୁଛନ୍ତି।

ଋଣ ଛାଡ଼ ଚରଣଜିତ ସିଂ ଚାନ୍ନି ପଞ୍ଜାବ ପଞ୍ଜାବ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.