Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବନି : କମଲ ନାଥ
ଆଜିର ଖବର

କେନ୍ଦ୍ରରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବନି : କମଲ ନାଥ

April 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
obc quota extended to 27 % in mp
obc quota extended to 27 % in mp

ଦେଶର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ତୃତୀୟ ନିର୍ବାଚନ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି। ଏବେ ଦେଶର ରାଜନୈତିକ ସ୍ଥିତି ତଥା ନିର୍ବାଚନୀ ହାଓ୍ବାକୁ ଦେଖି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ କେନ୍ଦ୍ରରେ ଆଗାମୀ ସରକାରକୁ ନେଇ ନିଜର ମତ ରଖିଛନ୍ତି। କେନ୍ଦ୍ରରେ ଆପତତଃ ଝୁଲା ସରକାରର ପୂର୍ବାନୁମାନ କରିଥିବାବେଳେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ପାଇବନି ବୋଲି କହିଛନ୍ତି କମଲନାଥ। କଂଗ୍ରେସ ବହୁତ ଭଲ କରିବ, କିନ୍ତୁ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ। ତେଣୁ ସରକାର ଗଠନ ପାଇଁ ନିର୍ବାଚନ ପରବର୍ତ୍ତୀ ସମୟରେ ମେଣ୍ଟ ହେବ ବୋଲି କହିଛନ୍ତି କମଲନାଥ। ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ସରକାର କରିବା ପାଇଁ ଯଥେଷ୍ଟ ଆସନ ପାଇବ ନାହିଁ। ଅନ୍ୟପକ୍ଷରେ ଅନ୍ୟ ପ୍ରମୁଖ ରାଜନୀତିକ ଦଳ ଗୁଡ଼ିକ ମଧ୍ୟ ଏହି ଦଳ ସହିତ ମେଣ୍ଟ କରିବାକୁ ରାଜି ହେବେ ନାହିଁ। ସେ କହିଛନ୍ତି, ଯଦି ମେଣ୍ଟ ହୁଏ, ମେଣ୍ଟ ହିଁ ସବୁ ନିଷ୍ପତ୍ତି ନେବ। ଦେଶରେ ରାଜନୈତିକ ବାତାବରଣକୁ ଲକ୍ଷ୍ୟ କରି କମଲ୍‌ ନାଥ କହିଛନ୍ତି ଯେ, ଦେଶରେ ଦୁଇଟି ପକ୍ଷ ରହିଛନ୍ତି। ଗୋଟିଏ ହେଉଛି ବିଜେପି ବିରୋଧୀ ଏବଂ ଅନ୍ୟଟି ବିଜେପି ସମର୍ଥକ। ବିଜେପି ସମର୍ଥକଙ୍କ ସଂଖ୍ୟା କମ୍‌ ରହିଥିବାବେଳେ ପୂରା ରାଜନୀତି ମାହେଲା ଏବେ ବିଜେପି ବିରୋଧରେ। ତେବେ ରାହୁଲ୍‌ଙ୍କ ପ୍ରଧାନମନ୍ତ୍ରୀ ହେବାକୁ ନେଇ କମଲ୍‌ନାଥ କହିଛନ୍ତି ଯେ, କଂଗ୍ରେସ ସରକାର ଗଠନ କଲେ, ରାହୁଲ୍‌ ହିଁ ପ୍ରଧାନମନ୍ତ୍ରୀ ହେବେ। ସେହିପରି କଂଗ୍ରେସର ନ୍ୟାୟ ଯୋଜନା ବିଷୟରେ କହିଛନ୍ତି ଯେ, ଏହା ଏକ ବିପ୍ଳବୀ ଯୋଜନା। ଏହା ଜରିଆରେ ୫ କୋଟି ଗରିବୀ ହଟାଯାଇପାରିବ।

Congress kamalnath thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026
Latest News

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

ପାଲଘରରେ ଭୟାବହ ଅଗ୍ନିକାଣ୍ଡ: ଦୁଇ ମହିଳା ମୃତ, ୬ ଗୁରୁତର

October 14, 2026

ବିହାର ନୌକା ଦୁର୍ଘଟଣା: ୧୩ ଶିଶୁ ମୃତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

October 14, 2026

‘ଯଦି ଅମ୍ପାୟାର ନିରପେକ୍ଷ ନୁହଁନ୍ତି, ତେବେ…’: ECI କୁ ଏଭଳି ପରାମର୍ଶ ଦେଲେ ପୂର୍ବତନ ନିର୍ବାଚନ କମିଶନର

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.