ଦେଶରେ ଓମିକ୍ରନର 653 ଟି ମାମଲା ଚିହ୍ନଟ, ସଂକ୍ରମିତ ସଂଖ୍ୟା 653 କୁ ବୃଦ୍ଧି

Published: Dec 28, 2021, 11:44 am IST

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଭାରିଆଣ୍ଟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଓମିକ୍ରନର 653 ଟି ମାମଲା ରୁଜୁ ହୋଇଛି। ଗତକାଲି ଏହି ସଂଖ୍ୟା 578 ଥିଲା। ଗତ 24 ଘଣ୍ଟା ମଧ୍ୟରେ 75 ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଓମିକ୍ରନ୍ ଦ୍ୱାରା ମହାରାଷ୍ଟ୍ର ଏବଂ ଦିଲ୍ଲୀ ସର୍ବାଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ 167 ଟି ମାମଲା ଥିବାବେଳେ ଦିଲ୍ଲୀରେ 165 ଟି ମାମଲା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମୋଟ ମାମଲା ମଧ୍ୟରୁ 186 ରୋଗୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।

ଓମିକ୍ରନ୍ ଦେଶର 21 ଟି ରାଜ୍ୟରେ ବ୍ୟାପିଛି। ଓମିକ୍ରନର ସର୍ବାଧିକ ମାମଲା ମହାରାଷ୍ଟ୍ରରେ 167, ତା’ପରେ ଦିଲ୍ଲୀରେ 165 ଟି ମାମଲା ରହିଛି। ଏଥି ସହିତ କେରଳରେ 57, ତେଲେଙ୍ଗାନାରେ 55, ଗୁଜୁରାଟରେ 49, ରାଜସ୍ଥାନରେ 46, ତାମିଲନାଡୁରେ 34, କର୍ଣ୍ଣାଟକରେ 31 ଟି ମାମଲା ରୁଜୁ ହୋଇଛି।

Related posts