ଦେଶରେ ବଢୁଛି ଓମିକ୍ରନ୍ ର ବିପଦ: ୨୭ ଦିନରେ ୨୧ ଟି ରାଜ୍ୟରୁ ଚିହ୍ନଟ ହେଲେ ୭୮୧ ଆକ୍ରାନ୍ତ

Published: Dec 29, 2021, 10:56 am IST

ନୂଆଦିଲ୍ଲୀ: ଦେଶରେ ଓମିକ୍ରୋନର ବିପଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। କରୋନାର ଏହି ନୂତନ ଭାରିଆଣ୍ଟ ଦେଶର ୨୧ ଟି ରାଜ୍ୟରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ ର ୧୨୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ଦେଶରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୭୮୧ କୁ ବୃଦ୍ଧି ପାଇଛି। ତେବେ ଓମିକ୍ରନର ୨୪୧ ରୋଗୀ ମଧ୍ୟ ଚିକିତ୍ସା ପରେ ସୁସ୍ଥ ହୋଇଯାଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ମାମଲା ସର୍ବାଧିକ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି।

ଓମିକ୍ରନ୍ ମାମଲା ଦିଲ୍ଲୀରେ ୨୩୮, ମହାରାଷ୍ଟ୍ରରେ ୧୬୭, ଗୁଜୁରାଟରେ ୭୩ ଏବଂ କେରଳରେ ୬୫ କୁ ବୃଦ୍ଧି ପାଇଛି। ଏହି ସମୟରେ, କରୋନା ଦେଶବ୍ୟାପୀ ଟୀକାକରଣ ଅଧୀନରେ ଏପର୍ଯ୍ୟନ୍ତ ୧୪୩.୧୫ କୋଟି ଲୋକଙ୍କୁ ଟିକା ଦିଆଯାଉଛି। ଦେଶରେ କରୋନା ର ସକ୍ରିୟ ମାମଲା ବର୍ତ୍ତମାନ ୭୭ ହଜାର ୨ ରହିଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୧୯୫ ଟି ନୂଆ ମାମଲା ରୁଜୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୩୪୭ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ପରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୫୧ ହଜାର ୨୯୨ କୁ ବୃଦ୍ଧି ପାଇଛି।

Related posts