ଆଇଟିଇଆରରେ ରକ୍ତଦାନ ଶିବିର: ପ୍ରାୟ ୩୮୨ ୟୁନିଟ୍ ରକ୍ତ ସଂଗ୍ରହ

Published: Dec 29, 2021, 8:07 pm IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କମିଶନରେଟ୍ ପୋଲିସ୍‌ର ମିଳିତ ସହଭାଗିତାରେ ବୁଧବାର ଦିନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆଇଟିଇଆର୍‌) ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ରକ୍ତଦାନ ଶିବିରକୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ସମୟରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଯୁବପୀଢ଼ି ରକ୍ତଦାନ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପୋଲିସ୍ କମିଶନର ଆହ୍ୱାନ ଦେଇଥିଲେ। ସେହିପରି ରକ୍ତଦାନ ମହତଦାନ ତେଣୁ ଏହି ପୂଣ୍ୟ କାର୍ଯ୍ୟରେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ ସାମିଲ ହୁଅନ୍ତୁ ବୋଲି କହିଥିଲେ ସୋଆ କୁଳପତି ପ୍ରଫେସର ମହାପାତ୍ର।

ଏହି ଶିବିରରେ ସୋଆର ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ। ପ୍ରାୟ ୩୮୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏହି ରକ୍ତଦାନ ଶିବିରରେ କ୍ୟାପିଟାଲ୍ ହସ୍ପିଟାଲ୍‌, ରେଡକ୍ରସ ଓ ବିଏମ୍‌ସି ସାମିଲ୍‌ ହୋଇଥିଲେ। ଏହି ଶିବିରକୁ ଆଇଟିଇଆର୍‌ର ଆସିଷ୍ଟାଂଟ ପ୍ରଫେସର ଡଃ ସତୀଶ କୁମାର ସାମଲ ପରିଚାଳନା କରିଥିଲେ।

Related posts