କରୋନା ଅପଡେଟ୍: ଆଜି ଦେଶରେ ବୃଦ୍ଧି ପାଇଲା ସଂକ୍ରମିତଙ୍କ ସଂଖ୍ୟା, ୨୬୮ ମୃତ

Published: Dec 30, 2021, 11:30 am IST

ନୂଆଦିଲ୍ଲୀ: ଆଜି ଦେଶରୁ ୧୩ ହଜାର ୧୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୬୮ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୮ ଲକ୍ଷ ୨୨ ହଜାରରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୦ ହଜାର ୮୬୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୫୮ ହଜାର ୭୭୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮୦ ହଜାର ୮୬୦ ଆକ୍ଟିଭ୍‌ କେସ୍ ରହିଛି।

Related posts